Advertisment

ବିଧାୟକ ବଖାଣିଲେ ମନର କଥା, କହିଲେ- ମୁଁ ବି ହୋଇଥିଲି ସାଇବର ଠକଙ୍କ ଶିକାର

ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି।

MLA Tara Prasad Bahinpati

MLA Tara Prasad Bahinpati

Advertisment

ସାଇବର ଠକଙ୍କ ଜାଲରେ ବିଧାୟକ । ସାଇବର ଠକଙ୍କ ଜାଲରେ ଛାତ୍ର ଛାତ୍ରୀ, ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପଡ଼ିଥିବା ପୂର୍ବରୁ ଶୁଣି ସାରିଥିବେ। ହେଲେ ଜଣେ ଆଗ ଧାଡ଼ିର ରାଜନେତାଙ୍କଠାରୁ ସାଇବର ଲୁଟେରା ଟଙ୍କା ଠକି ନେଇଥିବା ପ୍ରଥମ ଥର ଶୁଣୁଥିବେ। ଏବେ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

Advertisment

ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ମାମଲା କରିବା ପରେ ଠକ୍‌ମାନେ ବିହାରରୁ ଗିରଫ ହୋଇ ଜେଲରେ ଥିବା ଏକ ସାଧାରଣ ସଭାରେ କହିଛନ୍ତି ବିଧାୟକ ବାହିନୀପତି ।

ସାରା ରାଜ୍ୟରେ ଏବେ ସାଇବର କ୍ରାଇମ୍ ଓ ଫ୍ରଡ୍‌କୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପୁଲିସ ପକ୍ଷରୁ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ସଭାରେ ବିଧାୟକ ଉପସ୍ଥିତ ଦର୍ଶକଙ୍କୁ ନିଜର ଅଭିଜ୍ଞତା ଶୁଣାଇଛନ୍ତି ।

Advertisment

ଏହି ସଭାରେ ବିଧାୟକ ବାହିନୀପତି କହିଛନ୍ତି, ଘର କାମ ପାଇଁ ସିମେଣ୍ଟ ଆଣିବାକୁ ବୁଝାବୁଝି କରୁଥିଲି। କିଛି ଦିନ ପରେ ଜଣେ ବ୍ୟକ୍ତି ଫୋନ୍‌ କରି ଶସ୍ତାରେ ସିମେଣ୍ଟ ଦେବ ବୋଲି କହିଥିଲା। ଏହାପରେ ମୋ’ ଭାଇ ସହ କଥା ହୋଇ ଆକାଉଣ୍ଟ ନମ୍ବର ନେଇଥିବା ବେଳେ ମୋର ୪ ଲକ୍ଷ ପଳାଇଲା। ତା’ ପର ଦିନ ଟଙ୍କା ଉଠାଇବାକୁ ଯିବା ବେଳକୁ ଆକାଉଣ୍ଟ ଖାଲି। ଏନେଇ ମୋ’ ଭାଇ ଥାନାରେ ଅଭିଯୋଗ କଲା। ଏହାପରେ ପୁଲିସ୍‌ ବିହାର ଯାଇ ଉକ୍ତ ଠକମାନଙ୍କୁ ଧରିଲା। ଏହି ଘଟଣାକୁ ଯୋଗୁ ନିଜକୁ ଲଜ୍ଜିତ ଅନୁଭବ କରୁଥିବାରୁ ଏଯାଏ ଚୁପ୍‌ ରହିଥିଲି। କିନ୍ତୁ ଏହାଦ୍ୱାରା ଯେପରି ଭାବେ ସମସ୍ତେ ସଚେତନ ଓ ସତର୍କ ହେବେ, ସେଥିପାଇଁ ଏହି କଥା ବଖାଣୁଛି ବୋଲି ସେ କହିଛନ୍ତି।

ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଯୋଗ ଦେଇଥିବା ବେଳେ କାହାକୁ ଓଟିପି ନଦେବା, ଅଜଣା କଲ ରିସିଭ ନ କରିବା ଆଦି ଉପରେ ସଚେତନ କରିଥିଲେ । ନିଜେ ସଚେତନ ହେବାସହ ନିଜ ଘର ଆଖ ପାଖର ଲୋକଙ୍କୁ ସଚେତନ କରିବାକୁ ବିଧାୟକ ବାହିନିପତି ଓ ସାଇବ ସେଲ୍‌ ଅଧିକାରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

Congress Tara Prasad Bahinipati Cyber Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe