Advertisment

ବିଜୁଳି ଚୋରି କରୁଥିଲେ ସୁପରକ୍ଲାସ ଠିକାଦାର; ଲକ୍ଷେ ୪୫ ହଜାର ଟଙ୍କା ଫାଇନ୍‌

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଓ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ କରାଯାଉଛି। ଏହି କାମ କରୁଛନ୍ତି ସୁପରକ୍ଲାସ୍‌ ଠିକାଦାର ରଙ୍ଗନାଥ ମିଶ୍ରଙ୍କ ଠିକା ସଂସ୍ଥା। ନିର୍ମାଣ କାର୍ଯ୍ୟରେ ହୁକ ପକାଇ ବିଦ୍ୟୁତ ବ୍ୟବହାର କରାଯାଉଥିଲା।

Tata Powet

Tata Powet

Advertisment

ବିଦ୍ୟୁତ ଚୋରି କରୁଥିଲେ ସୁପରକ୍ଲାସ ଠିକାଦାର। ଫାଇନ୍‌ ପକାଇଲା ଟାଟା ପାୱାର। ଠିକାଦାରଙ୍କ ଉପରେ ୧ ଲକ୍ଷ ୪୫ ହଜାର ଟଙ୍କା ଜରିମାନା କରାଯାଇଛି। ଏପରି ଅଭିଯୋଗ ଆସିଛି କୋରାପୁଟ୍‌ ଜିଲ୍ଲାରୁ।

Advertisment

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଓ ଷ୍ଟାଫ୍‌ କ୍ୱାର୍ଟର୍ସ ନିର୍ମାଣ କରାଯାଉଛି। ଏହି କାମ କରୁଛନ୍ତି ସୁପରକ୍ଲାସ୍‌ ଠିକାଦାର ରଙ୍ଗନାଥ ମିଶ୍ରଙ୍କ ଠିକା ସଂସ୍ଥା। ନିର୍ମାଣ କାର୍ଯ୍ୟରେ ହୁକ ପକାଇ ବିଦ୍ୟୁତ ବ୍ୟବହାର କରାଯାଉଥିଲା। ଏ ସମ୍ପର୍କରେ ଟାଟା ପାୱାର ଜାଣିବାକୁ ପାଇଥିଲା। ଆଜି ଆଜି ଟାଟା ପାୱାର ଏନ୍‌ଫୋର୍ସମେଣ୍ଟ ସ୍କାର୍ଡ ନିର୍ମାଣ ସ୍ଥଳରେ ଚଢ଼ଉ କରିଥିଲା।

ଚଢ଼ଉ ସମୟରେ ବିଦ୍ୟୁତ ଚୋରି ହେଉଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ଠିକାଦାର ରଙ୍ଗନାଥ ମିଶ୍ରଙ୍କ ନାଁରେ ୧ ଲକ୍ଷ ୪୫ ହଜାର ଟଙ୍କାର ଜରିମାନା କରିଛି ଟାଟା ପାୱାର। ଏହି ଘଟଣା କୋରାପୁଟ ଜିଲ୍ଲାର ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଟାଟା ପାୱାର ଜରିମାନା ନେଇ ଠିକାଦାର ରଙ୍ଗନାଥ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ-ଜୟପୁରରୁ ଟି.ଗୌରୀଶଙ୍କର

Tata Power Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe