Advertisment

ଟାଟୁରେ ଲେଖାଥିଲା ଶତ୍ରୁଙ୍କ ନାଁ, ବ୍ୟବଚ୍ଛେଦ ବେଳେ ଖୋଲିଲା ହତ୍ୟାକାଣ୍ଡର ଗୁମର

ଶବ ବ୍ୟବଚ୍ଛେଦ ସମୟରେ ପୁଲିସ ମୃତଦେହ ଶରୀରରେ ଥିବା ଟାଟୁ ଆଧାରରେ ହତ୍ୟାକାରୀଙ୍କ ଟେର୍ ପାଇଛି।

author-image
Debibandita Barick
Tattoo

Tattoo

ଏକ ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ। ଶବ ବ୍ୟବଚ୍ଛେଦ ସମୟରେ ପୁଲିସ ମୃତଦେହ ଶରୀରରେ ଥିବା ଟାଟୁ ଆଧାରରେ ହତ୍ୟାକାରୀଙ୍କ ଟେର୍ ପାଇଛି। ପୂରା ମାମଲା କଣ ଥିଲା, ଜାଣନ୍ତୁ...

Advertisment

ସୂଚନା ଅନୁସାରେ, ବୁଧବାର ମୁମ୍ବାଇ ସ୍ଥିତ ୱାର୍ଲି ସ୍ପାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ଜଣକ ହେଉଛନ୍ତି 48 ବର୍ଷୀୟ ଗୁରୁ ୱାଘମାରେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିଲା। କିନ୍ତୁ ପୋଷ୍ଟମୋର୍ଟମ ସମୟରେ ମୃତଦେହରେ 22 ଜଣଙ୍କ ନାଁ ଟାଟୁ ହୋଇଥିଲା। ଏହି ନାଁ ଆଧାରରେ ପୁଲିସ ୱାର୍ଲି ସ୍ପା ମାଲିକ ସନ୍ତୋଷ ଶେରେକାରଙ୍କୁ ପଚରାଉଚରା କରିଥିଲା।

ପୁଲିସ କହିବା ଅନୁସାରେ, ବାସ୍ତବରେ ଗୁରୁ ୱାଘମାରେ ନିଜକୁ ସୂଚନା ଅଧିକାରୀ ବିଭାଗର ଜଣେ କର୍ମକର୍ତ୍ତା ଦର୍ଶାଇ ସ୍ପା ମାଲିକମାନଙ୍କଠାରୁ ବଟି ଆଦାୟ କରୁଥିଲେ। କେବଳ ୱାର୍ଲି ସ୍ପା ନୁହେଁ ସହରର ଏହିପରି ଅନେକ ସ୍ପା ମାଲିକଙ୍କୁ ଡରାଇ ଧମକାଇ ବଟି ଆଦାୟ କରୁଥିଲେ ୱାଘମାରେ। ଏହାକୁ ନେଇ ସ୍ପା ମାଲିକମାନେ ତାଙ୍କୁ ଟାର୍ଗେଟ କରିଥିଲେ।

Advertisment

ୱାର୍ଲି ସ୍ପା ମାଲିକ ସନ୍ତୋଷ ଶେରେକାର ୱାଘମାରେଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ୱାଘମାରେଙ୍କୁ ହତ୍ୟା କରିବା ପାଇଁ ମହମ୍ମଦ ଫିରୋଜ ଅନସାରୀ(26)ଙ୍କୁ 6 ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ସନ୍ତୋଷ। ଅନସାରୀ ମଧ୍ୟ ଜଣେ ସ୍ପା ମାଲିକ। କିନ୍ତୁ ଗତବର୍ଷ ଚଢାଉ ପରେ ତାଙ୍କ ସ୍ପାକୁ ବନ୍ଦ କରି ଦିଆଯାଇଛି। ଏହି ଚଢାଉ ୱାଘମାରେଙ୍କ ଅଭିଯୋଗ କ୍ରମେ କରାଯାଇଥିଲା। ତେଣୁ ଅନସାରୀଙ୍କର ମଧ୍ୟ ୱାଘମାରେଙ୍କ ଉପରେ ରାଗ ଥିଲା। 

ୱାର୍ଲି ସ୍ପା ମାଲିକଙ୍କ ସୁପାରୀ କ୍ରମେ ସେ ପ୍ରତିଶୋଧ ନେବାକୁ ଦିଲ୍ଲୀର ସାକ୍ୱିବ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟ ତିନି ମାସ ଧରି ଯୋଜନା କରିବା ପରେ ଶେଷରେ ୱାଘମାରେଙ୍କୁ ହତ୍ୟା କରିଛନ୍ତି। ପୁଲିସ କହିଛି ଯେ, ୱାଘମାରେ ଏକ ବାରରେ 21 ବର୍ଷୀୟ ଗର୍ଲ ଫ୍ରେଣ୍ଡର ଜନ୍ମଦିନ ପାର୍ଟି ମନାଇବାକୁ ଯାଇଥିଲେ। ସେହିଠାରୁ ଅଭିଯୁକ୍ତମାନେ ତାଙ୍କୁ ପିଛା କରି ହତ୍ୟା କରିଛନ୍ତି।

ବ୍ଲେଡ୍ ଏବଂ କଇଁଛି ସାହାଯ୍ୟରେ ୱାଘମାରେଙ୍କୁ ହତ୍ୟା କରାଯାଇଛି। ୱାର୍ଲି ସ୍ପା ମିଲିକଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି। ଜଙ୍ଘରେ ଟାଟୁ ହୋଇଥିବା ଅନ୍ୟମାନେ ତଦନ୍ତ ଘେରରେ ଅଛନ୍ତି। ପୂରା ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଥିବା ପୁଲିସ କହିଛି। 

Mumbai Crime News Mumbai Crime Crime Branch Police Mumbai