Advertisment

ତୌସୀଫ ବାଦଶାହ: ହସ୍ପିଟାଲ କିଲର୍‌ର କାହାଣୀ ଓ ନିଆରା ଷ୍ଟାଇଲ୍‌

ପ୍ରାଣ ହରାଇଥିବା ଚନ୍ଦନ ମିଶ୍ରା ନାଁରେ ୨୪ଟି ମାମଲା ରହିଥିଲା। ଏହା ମଧ୍ୟରେ ୧୨ରୁ ଅଧିକ ହତ୍ୟା ମାମଲା ବି ରହିଛି। ସେ ଜେଲରେ ଥିବା ବେଳେ ଅସୁସ୍ଥତା କାରଣରୁ ସେ ପ୍ୟାରୋଲରେ ବାହାରିଥିଲେ।

ଅଦ୍ୟତନ ହୋଇଛି
Touseef

Touseef

Advertisment

ଫିଲ୍ମ ଷ୍ଟାଇଲ୍‌ରେ ବିହାରର ପାଟନାରେ ଥିବା ପାରସ ହସ୍ପିଟାଲରେ ପ୍ରବେଶ କରି ଚିକିତ୍ସାଧୀନ ରୋଗୀ ଚନ୍ଦନ ମିଶ୍ରାଙ୍କୁ ଗୁଳି କରିବାର ସାଂଘାତିକ ସିସିଟିଭି ଦୃଶ୍ୟ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ୫ ଜଣ ବ୍ୟକ୍ତି ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରିବା ସହ ଆଇସିୟୁ ବେଡରେ ଥିବା ଚନ୍ଦନ ମିଶ୍ରାଙ୍କୁ ଗୁଳି କରି ଗୁରୁବାର ହତ୍ୟା କରିଥିଲେ। ହସ୍ପିଟାଲ କରିଡର୍‌ରେ ଆକ୍ରମଣକାରୀମାନେ ଚାଲି ଚାଲି ଆସିବା ଓ ଗୁଳି ମାଡ଼ ପରେ ବେଧଡ଼କ ଅନ୍ଦାଜରେ ସେଠାରୁ ଚାଲିଯିବା ଦୃଶ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ୫ ଆକ୍ରମଣକାରୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଥିବା ବ୍ୟକ୍ତି ବେଶ ଫିଲ୍ମ ଷ୍ଟାଇଲରେ ଶାର୍ଟର କଲାର ଟେକି ହାତରେ ବନ୍ଧୁକ ଧରି ପ୍ରଥମେ ଚନ୍ଦନ ମିଶ୍ରା ରହିଥିବା ୨୦୯ ନମ୍ବର ରୁମରେ ପ୍ରବେଶ କରିଥିଲେ। ସେ ହତ୍ୟା କରିବାକୁ ଆସିଥିଲେ ହେଁ ଭୟ ତାଙ୍କ ମୁହଁରେ ନଥିଲା। ସେ ଗୁଳି ମାଡ଼ ପରେ ଦୌଡ଼ି ନଥିଲେ କିମ୍ବା ନିଜ ମୁହଁକୁ ମଧ୍ୟ ଲୁଚାଇ ନଥିଲେ। ତାଙ୍କ ଗତି ବେଶ ଧିମା ଥିଲା। ତାଙ୍କ ମୁହଁ ଜଳଜଳ ହୋଇ ଦିଶୁ ଥିଲା। ଚନ୍ଦନ ମିଶ୍ରାଙ୍କୁ ହତ୍ୟାର ନେତୃତ୍ୱ ନେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ତୌସୀଫ ବାଦଶାହ।

ପ୍ରାଣ ହରାଇଥିବା ଚନ୍ଦନ ମିଶ୍ରା ନାଁରେ ୨୪ଟି ମାମଲା ରହିଥିଲା। ଏହା ମଧ୍ୟରେ ୧୨ରୁ ଅଧିକ ହତ୍ୟା ମାମଲା ବି ରହିଛି। ସେ ଜେଲରେ ଥିବା ବେଳେ ଅସୁସ୍ଥତା କାରଣରୁ ସେ ପ୍ୟାରୋଲରେ ବାହାରିଥିଲେ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁବାର ସକାଳେ ୫ ଜଣ ବ୍ୟକ୍ତି ହସ୍ପିଟାଲରେ ପଶି ଆଇସିୟୁରେ ରହିଥିବା ଚନ୍ଦନ ମିଶ୍ରାଙ୍କୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସକାଳ ୭.୩୦ରେ ଗୁଳି ମାଡ଼ର ରିପୋର୍ଟ ମିଳିଥିଲା। ସକାଳ ୮ଟା ସୁଦ୍ଧା ବିଚଳିତ କରିବା ଭଳି ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଥିଲା। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ପୁଲିସ୍‌ ସମସ୍ତ ୫ ଆକ୍ରମଣକାରୀଙ୍କୁ ଚିହ୍ନଟ ବି କରିଥିଲା।

ଫୁଟେଜରେ ଦେଖିବାକୁ ମିଳିଥିଲା ଯେ ତୌସୀଫ ବାଦଶାହ ୫ ଜଣିଆ ଗ୍ରୁପର ସବୁଠାରୁ ଆଗରେ ରହିଛନ୍ତି। ସେ ନିଜର ଡାହାଣ ହାତରେ ବନ୍ଧୁକ ଧରିଥିଲେ। ସେ ଆଇସିୟୁ ଭିତରେ ପଶି ବେଧଡ଼କ ଅନ୍ଦାଜରେ ଗୁଳି ଚଳାଇଥିଲେ। ଗୁଳି ମାଡ଼ ପରେ ଅନ୍ୟ ୪ ଜଣ ଆଇସିୟୁରୁ ବାହାରି ଦୌଡ଼ିଥିଲେ। ହେଲେ ତୌସୀଫ କିଛି ସେକେଣ୍ଡ ବିଳମ୍ବରେ ଆଇସିୟୁରୁ ବାହାରିଥିଲେ ଓ ଧୀରେଧୀରେ ଚାଲିଚାଲି ବାହାରକୁ ଯାଇଥିଲେ। ତାଙ୍କ ଚାଲି ଓ ଅନ୍ଦାଜରୁ ଲାଗୁଥିଲା ଯେମିତି ସେ କିଛି ବି କରି ନାହାନ୍ତି।

ହତ୍ୟାକାଣ୍ଡ ପରେ ଦୁଇଟି ଫଟୋ ସାମ୍ନାକୁ ଆସିଛି। ଗୋଟିଏରେ ତୌସୀଫ ବାଇକରେ ଆଉ ୨ ଜଣଙ୍କ ସହ ଯାଉଛନ୍ତି। ବନ୍ଧକୁ ଧରି ସେ ହାତ ଉପରକୁ ଉଠାଇଛନ୍ତି। ଆଉ ଜଣେ ଆକ୍ରମଣକାରୀ ହତ୍ୟାକାଣ୍ଡ ସଫଳ ହୋଇଥିବାରୁ ଦୁଇଟି ଯାକ ହାତ ଉପରକୁ ଉଠାଇ ଉତ୍ସବ ମନାଉଛନ୍ତି।

ତୌସୀଫ ବାଦଶାହ କିଏ?

ପୁଲିସର ସୂଚନା ଅନୁସାରେ, ତୌସୀଫ ବାଦଶାହଙ୍କ ଘର ପାଟନାର ଫୁଲୱାରି ଶରିଫରେ। ତାଙ୍କ ବାପାଙ୍କ ଗୋଟିଏ ହାର୍ଡୱେୟାର ବ୍ୟବସାୟ ରହିଛି। ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ। ତୌସୀଫ ସନ୍ଥ କାରେନ ସ୍କୁଲରେ ପଢ଼ୁଥିଲେ। ପୂର୍ବରୁ ତୌସୀଫଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ନିକଟରେ ସେ କଣ୍ଟ୍ରାକ୍ଟ କିଲିଂରେ ସାମିଲ ହୋଇଥିଲେ। ଟଙ୍କା ନେଇ ହତ୍ୟା କରିବା ଓ ଅପରେସନକୁ କାର୍ଯ୍ୟକାରୀ କରିବା କାମ ତୌସୀଫ କରୁଥିଲେ।

ଗ୍ୟାଙ୍ଗଷ୍ଟର ଶେରୁ ଓ ଚନ୍ଦନ ମିଶ୍ରାଙ୍କ ମଧ୍ୟରେ ଦୀର୍ଘ ଦିନର ବିବାଦ ରହିଥିଲା। ଏଥିପାଇଁ ତୌସୀଫ ଜରିଆରେ ଶେରୁ ଗ୍ୟାଙ୍ଗ ଚନ୍ଦନ ମିଶ୍ରାଙ୍କୁ ହତ୍ୟା କରିଛି। ଚନ୍ଦନ ଓ ଶେରୁ ଏକଦା ଏକାଠି କାମ କରୁଥିଲେ। ହେଲେ ଭାଗଲପୁର ଜେଲରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଚନ୍ଦନ ଏକାକୀ କାମ ଆରମ୍ଭ କରିଥିଲେ ହେଁ ଶେରୁ ଗ୍ୟାଙ୍ଗର ଟ୍ୟାଗ ତାଙ୍କ ପଛରୁ ହଟି ନଥିଲା।

ଚନ୍ଦନ ନିଜସ୍ୱ ଗ୍ୟାଙ୍ଗ ଗଢ଼ିବାରୁ ଏହାକୁ ଶେରୁ ସହ୍ୟ କରି ପାରି ନଥିଲେ। ଏଥିପାଇଁ ସେ ତୌସଫୀଙ୍କ ଜରିଆରେ ଚନ୍ଦନଙ୍କୁ ହତ୍ୟା କରିଥିବା କୁହାଯାଉଛି। ଚନ୍ଦନ ମିଶ୍ରା ହତ୍ୟା କାଣ୍ଡ ଘଟଣାରେ ବିହାର ପୁଲିସ୍‌ ପାଟନା ଓ ବକ୍ସରରେ ୬ ଜଣଙ୍କୁ ଅଟକ ରଖିଛି। ସେହିପରି ଏବେ ଶେରୁ ଗ୍ୟାଙ୍ଗ ପାଇଁ କାମ କରୁଥିବା ଲୋକଙ୍କୁ ଧରିବାକୁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି।

Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe