Advertisment

TCS ଅଫିସକୁ ମିଳିଲା ବୋମା ଧମକ, ବନ୍ଧା ହେଲେ ପୂର୍ବତନ କର୍ମଚାରୀ

କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍‌।

TCS

TCS

Advertisment

କମ୍ପାନୀ ଚାକିରିରୁ ଛଟେଇ କରି ଦେଇଥିବା ବେଳେ ପୁଣି ଥରେସୁଯୋଗ ଦେବାକୁ ମନା କରିଦେଲା। ଏଥିରେ ଉତ୍ତ୍ୟକ୍ତ ହୋଇଗଲେ ମହିଳା କର୍ମଚାରୀ। ଆଉ ପାନେ ଦେବାକୁ ରଚିଲେ ପ୍ଲାନ୍‌। ଏପରିକି ଅନ୍ୟ ଏକ ନମ୍ବରରୁ ଫୋନ୍‌ କରି କମ୍ପାନୀରେ ବୋମା ଥିବା ସୂଚନା ଦେଲେ। ଏହାକୁ ନେଇ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ବେଳେ ଶେଷରେ ବନ୍ଧା ହେଲେ କର୍ମଚାରୀଜଣକ । ଏପରି ଏକ ଘଟଣା ବାଙ୍ଗାଲୁରୁରେ ଘଟିଥିବା ବେଳେ ଗିରଫ କର୍ମଚାରୀଜଣକ TCSର ପୂର୍ବତନ କର୍ମଚାରୀ ବି ଶ୍ରୁତି ସେଟ୍ଟି ବୋଲି ଜଣାଯାଇଛି।

Advertisment

ବି ଶ୍ରୁତି ସେଟ୍ଟି TCSରେ କାମ କରୁଥିବା ବେଳେ ଗତ କିଛି ମାସ ହେବ କମ୍ପାନୀ ତାଙ୍କୁ କାମରୁ ବାହାର କରି ଦେଇଛି। ପୁଣି ଥରେ ସୁଯୋଗ ପାଇବା ଆଶାରେ ମହିଳାଜଣକ ଥିବା ବେଳେ ତାଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳାଜଣକ ନିଜ ମା’ଙ୍କ ଫୋନ୍‌ରୁ କମ୍ପାନୀକୁ ଫୋନ୍‌ କରି ବମ୍‌ ଥିବା ଧମକ ଦେଇଥିଲେ।

ଏହି ଖବର ପ୍ରଚାରିତ ହେବା ପରେ କମ୍ପାନୀ କର୍ମଚାରୀମାନେ ଭୟଭୀତ ହୋଇ ଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଥିଲା। ଏହାପରେ କଲ୍‌ ରେକର୍ଡ ଯାଞ୍ଚ କରି ବି ଶ୍ରୁତି ସେଟ୍ଟି ନାମ୍ନୀ ମହିଳା ଫୋନ୍ କରି ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଲା।

Advertisment

ଏହାପରେ ପୁଲିସ୍‌ ଶ୍ରୁତିଙ୍କୁ ବାନ୍ଧିଥିବା ବେଳେ ସେ ଜାମିନରେ ବାହାରିଥିବା ଜଣାଯାଇଛି। ଶ୍ରୁତି ନିଜ ମା’ଙ୍କ ଫୋନ୍‌ରୁ କମ୍ପାନୀକୁ ଫୋନ୍‌ କରି ଏପରି ଧମକ ଦେଇଥିବା ବେଳେ ଏନେଇ ତାଙ୍କ ମା’ଙ୍କ ନିକଟରେ କୌଣସି ସୂଚନା ନ ଥିଲା। ଝିଅ କିଛି ଦିନ ହେବ ମାନସିକ ଅବସାଦରେ ଥିଲା। ତେଣୁ ନିଶାସକ୍ତ ଅବସ୍ଥାରେ ସେ ଏପରି କରି ଦେଇଥିବା ତାଙ୍କ ପିତାମାତା ପୁଲିସ୍‌କୁ କହିଛନ୍ତି।

Bomb Threat Arrest TCS Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe