Advertisment

ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ, ନକଲି ସାର୍ଟିଫିକେଟ ଦେଇ ୧୦ ବର୍ଷ ହେଲାଣି କରୁଥିଲେ ଚାକିରି

ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜିଲ୍ଲାର ୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)।

Mrunmayee Panda

Mrunmayee Panda

Advertisment

ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି ଆଉ ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ମୃଣ୍ମୟୀ ପଣ୍ତା। ସେ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ରଣ୍ଡା ହାଇସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। 

Advertisment

ମୃଣ୍ମୟୀ ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ସେ ରେଗୁଲାର ହୋଇଥିଲେ। ତେବେ ସେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅନେକ ଥର ଅଭିଯୋଗ ହୋଇଥିଲା। କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିଲା।

ଗତ କିଛି ମାସ ତଳେ ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟ ଠାବ ହେବା ପରେ ଆରମ୍ଭ ହୋଇଥିଲା ତନାଘନା। ଯେଉଁ ସବୁ ଶିକ୍ଷକ,ଶିକ୍ଷୟିତ୍ରୀ ନକଲି ସାର୍ଟିଫିକେଟ ଦେଇଥିବା ନେଇ ଅଭିଯୋଗ ରହିଥିଲା, ସେସବୁର ଯାଞ୍ଚ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲା ଶିକ୍ଷା ବିଭାଗ।

Advertisment

ମୃଣ୍ମୟୀ ପଣ୍ଡାଙ୍କ ହିନ୍ଦୀ ତାଲିମ ସାର୍ଟିଫିକେଟ ଓ ମାର୍କଶିଟ୍ ଅସଲି ନା ନକଲି ଜାଣିବା ପାଇଁ କଟକ ଟିଚର ଟ୍ରେନିଂ କଲେଜ ଓ ମାଧ୍ୟମିକ ଶିକ୍ଷାପରିଷଦ (ବିଏସ୍‌ଇ)କୁ ଚିଠି ଲେଖିଥିଲା ଜିଲ୍ଲା ଶିକ୍ଷା ବିଭାଗ। ଗତ କିଛି ଦିନ ତଳେ ଜଣାପଡ଼ିଲା ଯେ ମୃଣ୍ମୟୀ ପଣ୍ଡା ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ଦେଇଥିବା ସାର୍ଟିଫିକେଟ ଓ ମାର୍କଶିଟ୍ ହେଉଛି ନକଲି। ଏହା ପରେ ଜିଲ୍ଲା ଶିକ୍ଷା ବିଭାଗ ଏନେଇ ଟାଉନ୍ ଥାନାରେ ଏତଲା ଦେଇଥିଲା।

ବୁଧବାର (ଗତକାଲି) ପୁଲିସ୍ ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ସ୍କୁଲରୁ ଉଠାଇ ନେଇ ପଚରାଉଚରା କରିଥିଲା। ଆଜି ମେଡିକାଲ ଯାଞ୍ଚ ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ତାଙ୍କୁ ଚାକିରିରୁ ନିଲମ୍ବନ କରିଛି। ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।

ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜିଲ୍ଲାର ୪ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)। ମୃଣ୍ମୟୀ ପଣ୍ଡା ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।

ଗତକାଲି ଭଦ୍ରକ ଜିଲ୍ଲାରୁ ଜଣେ ଶିକ୍ଷୟିତ୍ରୀ ଗିରଫ ହୋଇଥିଲେ। ସେ ବି ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିଲେ। ତାଙ୍କ ନାଁ ରେବତୀ ଜେନା। ସେ ମଲିକାଦେଇପୁରର କରଞ୍ଜଆଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ନିୟୋଜିତ ଥିଲେ। ଚାକିରି କରିବାର ୧୮ ବର୍ଷ ପରେ ସେ ନକଲି ସାର୍ଟିଫିକେଟ ଦେଇ ଥିବା କଥା ଧରାପଡ଼ିଥିଲା।

Fake Teacher Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe