Advertisment

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହେଲେ ଅଧ୍ୟାପିକା

ଉଦଳା ଥାନା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଅଧ୍ୟାପିକାଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Arrested

Arrested

Advertisment

ଛାତ୍ରୀଙ୍କ ପାଇଁ ପରୀକ୍ଷା ଖାତାରେ ଉତ୍ତର ଲେଖି ବନ୍ଧା ହୋଇଛନ୍ତି ଅଧ୍ୟାପିକା। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି ପୁଲିସ।

Advertisment

ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ହୋଇଥିଲା। ପରୀକ୍ଷା ଦେବାକୁ ଜଣେ ଛାତ୍ରୀ ଆସିନଥିଲେ। ହେଲେ ଗିରଫ ଅଧ୍ୟାପିକା ତୁଲିକା ଆଶ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖିବା ସହ ପରୀକ୍ଷା ନିୟନ୍ତ୍ରକଙ୍କ ଜାଲ ଦସ୍ତଖତ ମଧ୍ୟ ମାରି ଦେଇଥିଲେ। ଏନେଇ ପରୀକ୍ଷା ନିୟନ୍ତ୍ରକ କଲେଜ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ ଡାକି ପଚରାଉଚରା କରିଥିଲେ।  ପରେ କଲେଜ ପ୍ରିନ୍ସପାଲ ଗିରଫ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ। ଏହାସହ ଅଧ୍ୟାପିକାଙ୍କ ନାଁରେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଉଦଳା ଥାନା ପୁଲିସ ଘଟଣାର ତଦନ୍ତ କରି ଗତକାଲି ଅଧ୍ୟାପିକାଙ୍କୁ ଗିରଫ କରିଛି। ଏନେଇ ଗିରଫ ଅଧ୍ୟାପିକାଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Odisha Police Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe