Advertisment

ଛାତ୍ର ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ

୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଅମିତଙ୍କର ମୃତ୍ୟୁ ଘଟିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Amit barik

Amit barik

ଜଣେ  ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ। ମୃତ ଅଧ୍ୟାପକ ଜଣଙ୍କ ହେଲେ ଅମିତ ବାରିକ। ଅମିତ କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ପୁଲିସ ଅଭିଯୁକ୍ତ ଛାତ୍ର ରାଜେଶକୁ  ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଫେବ୍ରୁଆରୀ ୨୨ତାରିଖ ଦିନ ରାଜେଶ ବିଳମ୍ବରେ କ୍ଲାସ ଆସିଥିଲେ। ସେହି ସମୟରେ ଅମିତ ପିଲାମାନଙ୍କ କ୍ଲାସ ନେଉଥିଲେ। କାହିଁକି କ୍ଲାସକୁ ବିଳମ୍ବ ଆସିଲ ବୋଲି ଅମିତ ରାଜେଶଙ୍କୁ ପଚାରିଥିଲେ। ଏହି କଥାକୁ ଅମିତ ଓ ରାଜେଶଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ରାଜେଶ ଉତ୍ତେଜିତ ହୋଇ ଅମିତଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଅମିତଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Jharsuguda