Advertisment

ରସିକିଆ ଭୂଗୋଳ ସାର୍‌; ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ପୁଲିସ ରସକିଆ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Class room

Class room

ରସିକିଆ ଭୂଗୋଳ ସାର୍‌ଙ୍କ ବେହିସାବ କାରନାମା। ଜଣେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିଲେ। କେହି ନଥିବା ବେଳେ ଘରକୁ ଏକୁଟିଆ ଡାକୁଥିଲେ। ଏପରିକି ତାଙ୍କୁ ପ୍ରେମ ନ କଲେ ପରୀକ୍ଷାରେ ଫେଲ୍ କରି ଦେବାକୁ ତାଙ୍କୁ ଧମକ ଦେଉଥିଲେ।। ଏନେଇ ଛାତ୍ରୀ ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବାରୁ ରସିକିଆ ଶିକ୍ଷକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାଟି କୌଣସି ଉପାନ୍ତ ଅଞ୍ଚଳର ନୁହେଁ, ରାଜଧାନୀ ଭୁବନେଶ୍ୱରରେ ଏହା ଘଟିଛି।

Advertisment

ଭୁବନେଶ୍ୱରର ଭରତପୁରରେ ଥିବା ଏକ ଘରୋଇ ସ୍କୁଲର ରସିକିଆ ଶିକ୍ଷକ ଦେବୁ (ଛଦ୍ମନାମ) ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପଢ଼ାନ୍ତି। ଏହି ବିଦ୍ୟାଳୟକୁ ପଢ଼ିବାକୁ ଆସୁଥିବା ଜଣେ ଛାତ୍ରୀଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ଛାତ୍ରୀ ଜଣଙ୍କୁ ଡାକି ପ୍ରଥମେ ପ୍ରେମ ନିବେଦନ କରିଥିଲେ। ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ। ଏହାସହ ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରାଇ ଦେବାକୁ ଧମକ ଦେଉଥିଲେ।  ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ  ଛାତ୍ରୀଙ୍କୁ ପ୍ରେମ ଭିକ୍ଷା କରୁଥିଲେ ରସକିଆ ଶିକ୍ଷକ।

ରସିକିଆ ଶିକ୍ଷକଙ୍କ କାରନାମା ଏତିକିରେ ଶେଷ ହୋଇନଥିଲା। ଘରେ ନଥିବା ବେଳେ ଛାତ୍ରୀଙ୍କୁ ନିଜ ଘରକୁ ଯିବାକୁ ବାଧ୍ୟ କରୁଥିଲେ। ଗୋଟେ ମାସ ହେବ ରସିକିଆ ଶିକ୍ଷକ ଛାତ୍ରୀଙ୍କୁ ହଇରାଣ କରି ଆସୁଥିଲେ। ଛାତ୍ରୀ ଜଣଙ୍କ ସାର୍‌ଙ୍କ କାର୍ଯ୍ୟାଳୟରେ ଅତିଷ୍ଠ ହୋଇ ପରିବାର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଭରତପୁର ଥାନାରେ ସାର୍‌ଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ରସକିଆ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Teacher Allegation