Advertisment

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଖେଳ ସାର୍‌ ଥାନାରେ ଅଟକ

ପୁଲିସ ମାମଲା ରୁଜୁ କରି ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

author-image
Biswajit Samal
ଅଦ୍ୟତନ ହୋଇଛି
School

School

ଗଜପତି ଜିଲ୍ଲା ମୋହନା ଥାନା ବଡ଼ସିନ୍ଧବା ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ଙ୍କ ନାଁରେ ମାମଲା ରୁଜୁ କରିଛି। ଖେଳ ଶିକ୍ଷକ ଶ୍ରୀ ଗୌଡ଼ ହଷ୍ଟେଲ ସୁପରିନଟେଣ୍ଡେଣ୍ଟ ମଧ୍ୟ ଅଛନ୍ତି।

Advertisment

ଗତ ୧୩ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରକାଶଚନ୍ଦ୍ର ଗୌଡ଼ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେ ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କ ପରିବାର ଲୋକ ଓ ଅନ୍ୟ କିଛି ଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲରେ ପହଞ୍ଚି ପ୍ରତିବାଦ କରିଥିଲେ। ଏହା ସହିତ ନିଜ ନିଜ ଝିଅମାନଙ୍କୁ ଘରକୁ ନେଇ ଯାଇଥିଲେ।

ଗତକାଲି ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ପ୍ରକାଶଚନ୍ଦ୍ର ଗୌଡ଼ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍ ପ୍ରକାଶଚନ୍ଦ୍ର ଗୌଡ଼ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ମୋହନା ଥାନା ଅଧିକାରୀ ଓ ବ୍ଳକ୍ ଶିକ୍ଷା ଅଧିକାରୀ ସ୍କୁଲ୍‌ରେ ପହଞ୍ଚି ଛାତ୍ରୀମାନଙ୍କୁ ପଚରାଉଚରା କରିଥିଲେ। 

Advertisment

ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ଯଦି ଘଟଣାର ସତ୍ୟତା ଥିବ ତା’ହେଲେ ଦୋଷୀକୁ ଦଣ୍ଡ ମିଳିବା ଦରକାର। ସେହିପରି ବ୍ଲକ୍‌ ଶିକ୍ଷାଧିକାରୀ କହିଛନ୍ତି, ଘଟଣାର ତଦନ୍ତ ପରେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। 

School Teachers