Advertisment

ଛାତ୍ରଙ୍କୁ ହୋଟେଲକୁ ନେଇ ମେଣ୍ଟାଉଥିଲେ ଯୌନ ଭୋକ, ଗୁରୁମାଙ୍କୁ ବାନ୍ଧିଲା ପୁଲିସ୍‌

ଗୁରୁମା ଜଣଙ୍କ ବିବାହିତ ଓ ତାଙ୍କର ପିଲା ମଧ୍ୟ ରହିଛନ୍ତି। ତଥାପି ସେ ଛାତ୍ରଙ୍କୁ ହୋଟେଲକୁ ନେଇ ତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ।

author-image
Hemant Lenka
School

School

ଜଣେ ୪୦ ବର୍ଷୀୟ ସ୍କୁଲ ଶିକ୍ଷୟିତ୍ରୀ ବା ଗୁରୁମାଙ୍କ ସାଂଘାତିକ କାରନାମା ସାମ୍ନାକୁ ଆସିଛି। ମୁମ୍ବାଇର ଗୋଟିଏ ବଡ଼ ସ୍କୁଲରେ ପିଲାଙ୍କୁ ଗୁରୁମା ଜଣଙ୍କ ପାଠପଢ଼ାନ୍ତି। ହେଲେ ସେ ତାଙ୍କର ଜଣେ ୧୬ ବର୍ଷୀୟ ଛାତ୍ରଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ। ସେ ଛାତ୍ରଙ୍କୁ ଗୋଟିଏ ପଞ୍ଚ ତାରକା ହୋଟେଲକୁ ନେଇ ଗୋଟିଏ ବର୍ଷ ମଧ୍ୟରେ ଏକାଧିକ ଥର ଏପରି କାଣ୍ଡ ଘଟାଉଥିବା ଜଣାପଡ଼ିବା ପରେ ପୁଲିସ୍‌ ଗୁରୁମାଙ୍କୁ ଗିରଫ କରିଛି।

Advertisment

ଗୁରୁମା ଜଣଙ୍କ ବିବାହିତ ଓ ତାଙ୍କର ପିଲା ମଧ୍ୟ ରହିଛନ୍ତି। ତଥାପି ସେ ଛାତ୍ରଙ୍କୁ ହୋଟେଲକୁ ନେଇ ତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ। ପୁଲିସ୍‌ର କହିବା କଥା ଯେ ଅଭିଯୁକ୍ତ ଗୁରୁମା ଜଣଙ୍କ ସ୍କୁଲରେ ପିଲାଙ୍କୁ ଇଂରାଜୀ ପାଠ ପଢ଼ାନ୍ତି। ସେ ତାଙ୍କର ଯୌନ ଭୋକକୁ ମେଣ୍ଟାଇବା ପାଇଁ ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ନିଜ ଜାଲରେ ଫସାଇଥିଲେ। ଗିରଫ ପରେ ମହିଳା ଜଣଙ୍କ କହିଛନ୍ତି, ୨୦୨୩ ଡିସେମ୍ବର ମାସରେ ସ୍କୁଲର ବାର୍ଷିକ କାର୍ଯ୍ୟକ୍ରମ ପାଇଁ ଗୋଟିଏ ଡ୍ୟାନ୍ସ ଗ୍ରୁପ ତିଆରି କରାଯିବା ବେଳେ ଛାତ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ହିଁ ସେ ଛାତ୍ରଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ୨୦୨୪ ଜାନୁଆରୀ ମାସରେ ଗୁରୁମା ଜଣଙ୍କ ଛାତ୍ରଙ୍କୁ ନିଜ ଜାଲରେ ଫସାଇବା ପାଇଁ ଅଶ୍ଳୀଳ ଇଙ୍ଗିତ କରିବା ଆରମ୍ଭ କରିଥିଲେ।

ଗୁରୁମାଙ୍କ ଏଭଳି ଆଚରଣକୁ ଛାତ୍ର ଜଣଙ୍କ ବିରୋଧ କରିବା ସହ ତାଙ୍କ ସହ ଅଧିକ ମିଳାମିଶା କରି ନଥିଲେ। ହେଲେ ଗୁରୁମା ଜଣଙ୍କ ତାଙ୍କର ଜଣେ ଝିଅ ସାଙ୍ଗକୁ ସହାୟତା ମାଗିଥିଲେ। ଝିଅ ସାଙ୍ଗ ଉକ୍ତ ସ୍କୁଲର ନୁହନ୍ତି। ଅଭିଯୁକ୍ତ ଗୁରୁମାଙ୍କ ସାଙ୍ଗ ଜଣଙ୍କ ପିଲାଟି ପାଖରେ ପହଞ୍ଚି ତାଙ୍କୁ ବାରମ୍ବାର ବୁଝାସୁଝା କରିଥିଲେ। ବୟସ୍କ ମହିଳା ଓ ଛୋଟ ପିଲାଙ୍କ ସମ୍ପର୍କ ଏବେ ଗୋଟିଏ ସାଧାରଣ କଥା ବୋଲି ସେ ତାଙ୍କୁ ବୁଝାଇଥିଲେ। ବାରମ୍ବାର ଅଭିଯୁକ୍ତଙ୍କ ସାଙ୍ଗ ଠାରୁ ଏକଥା ଶୁଣିବା ପରେ ପିଲାଟି ନିଜର ଗୁରୁମାଙ୍କୁ ଦେଖା ହେବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏହାପରେ ଗୁରୁମା ଜଣଙ୍କ ପିଲାଟିକୁ ଗୋଟିଏ ସେଡାନରେ ବସାଇ ହୋଟେଲକୁ ନେଇ ଯାଇଥିଲେ। ସେଠାରେ ସେ ପୀଡ଼ିତଙ୍କ ଡ୍ରେସକୁ ବଳପୂର୍ବକ ଖୋଲି ଦେଇଥିଲେ ଓ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଘଟଣାକୁ ନେଇ ଛାତ୍ର ଜଣଙ୍କ ବେଶ କିଛି ଦିନ ବିଚଳିତ ହେବାରେ ଲାଗିଥିଲେ। ଏହା ଦେଖି ଗୁରୁମା ଜଣଙ୍କ ତାଙ୍କୁ କିଛି ମେଡିସିନ ମଧ୍ୟ ଖାଇବାକୁ ଦେଇଥିଲେ।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ସମୟକ୍ରମେ ପିଲାଟି ଗୁରୁମାଙ୍କ ଜାଲରେ ଫସି ଯାଇଥିଲେ। ଗୋଟିଏ ବର୍ଷ ଧରି ସେ ତାଙ୍କୁ ହୋଟେଲ ନେବା ସହ ସେଠାରେ ମଦ ପିଆଇ ନିଜର ଯୌନ ଭୋକ ମେଣ୍ଟାଉଥିଲେ। ଗୋଟିଏ ବର୍ଷ ଧରି ଗୁରୁମାଙ୍କ କେଳେଙ୍କାରୀ ଜାରି ରହିଥିବା ବେଳେ ଏକଥା କେହି ବି ଜାଣି ପାରି ନଥିଲେ।

କିନ୍ତୁ ପିଲାଟିର ବ୍ୟବହାରରେ ପରିବର୍ତ୍ତନ ଆସିଥିବା ଅନୁଭବ କରି ପରିବାର ଲୋକ ତାଙ୍କୁ କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ପ୍ରଥମେ ଛାତ୍ର ଜଣଙ୍କ କହିଛି କହି ନଥିଲେ। କିନ୍ତୁ ପରିବାର ଲୋକ ଚାପ ପକାଇବାରୁ ସେ ତାଙ୍କ ସହ ଗୋଟିଏ ବର୍ଷ ହେଲା କ’ଣ ସବୁ ଘଟି ଚାଲିଥିଲା, ସେକଥା ଜଣାଇଥିଲେ। ଘଟଣା ପ୍ରଘଟ ହେଲେ ପିଲାଟିର କ୍ୟାରିୟର ଉପରେ ପ୍ରଭାବ ପଡ଼ିବା ଆଶଙ୍କାରେ ପରିବାର ଲୋକ ଚୁପ ରହିଥିଲେ।

ଏସବୁ ଭିତରେ ପିଲାଟି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପରେ ଚଳିତ ବର୍ଷ ସ୍କୁଲ ଛାଡ଼ି ଦେଇଥିଲେ। ସ୍କୁଲ ଛାଡ଼ିବା ପରେ ମଧ୍ୟ ଗୁରୁମା ଜଣଙ୍କ ପିଲାଟିର ପିଛା ଛାଡ଼ି ନଥିଲେ। ସେ ବାରମ୍ବାର ପିଲାଟି ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏପରି କି ସେ ତାଙ୍କର ଜଣେ କର୍ମଚାରୀଙ୍କ ହାତରେ ପିଲାଟିକୁ ଦେଖା କରିବାକୁ ଖବର ପଠାଇଥିଲେ।

ସ୍ଥିତି ଦିନକୁ ଦିନ ବିଗିଡ଼ିବାରୁ ପିଲାଟିର ପରିବାର ଏବେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲା। ପୁଲିସ୍‌ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଗୁରୁମା ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରିଛି।

Crime Stop Rape