Advertisment

ଲମ୍ପଟ ଶିକ୍ଷକକୁ କୋଡିଏ ବର୍ଷ ଜେଲ୍‌

୨୦୨୨ ଅଗଷ୍ଟ ୨୫ ତାରିଖରେ ଗାଁ ଲୋକେ ଶିକ୍ଷକଙ୍କୁ ଘେରାଉ କରିଥିଲେ। ଏପରିକି ଅସଦାଚରଣରେ ଶିକାର ହୋଇଥିବା ଛାତ୍ରୀମାନେ ମୁହଁ ଖୋଲିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଶିକ୍ଷକ ବିଶ୍ୱନାଥକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ।

Teacher

Teacher

Advertisment

ଲମ୍ପତ ଶିକ୍ଷକକୁ କୋଡିଏ ବର୍ଷ ସଜା। ଏପରି ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିଛନ୍ତି ବଲାଙ୍ଗିର ପୋକ୍ସୋ ସ୍ପେସିଆଲ ଜଜ। ଦେଓଗାଁ ବ୍ଲକର ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆଙ୍କୁ ଏପରି ସଜା ଶୁଣାଇଛନ୍ତି ମାନ୍ୟବର ବିଚାରପତି।

Advertisment

ଦେଓଗାଁ ଥାନା ଅଂଚଳର ଏକ ସ୍କୁଲର ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ବିଭିନ୍ନ ବାହାନାରେ ଅଫିସକୁ ଡାକି ଅସଦାଚରଣ କରୁଥିଲା ବିଶ୍ୱନାଥ। ଘଟଣା ସମ୍ପର୍କରେ କାହାକୁ କହିଲେ ସ୍କୁଲରୁ ବାହାର କରିଦିଆଯିବ ବୋଲି ଧମକ ଦେଇଥିଲା। ଯେଉଁଥିପାଇଁ ଛାତ୍ରୀମାନେ ପରିବାର ଲୋକଙ୍କୁ କହିନଥିଲେ। ତେବେ ଜଣେ ଛାତ୍ରୀ ପରିବାର ଲୋକଙ୍କ ପାଖରେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ।

୨୦୨୨ ଅଗଷ୍ଟ ୨୫ ତାରିଖରେ ଗାଁ ଲୋକେ ଶିକ୍ଷକଙ୍କୁ ଘେରାଉ କରିଥିଲେ। ଏପରିକି ଅସଦାଚରଣରେ ଶିକାର ହୋଇଥିବା ଛାତ୍ରୀମାନେ ମୁହଁ ଖୋଲିଥିଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଶିକ୍ଷକ ବିଶ୍ୱନାଥକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ। ଏହା ପରେ ଦେଓଗାଁ ଥାନା ପୁଲିସ ସ୍କୁଲ ଯାଇ ଶିକ୍ଷକ ବିଶ୍ୱନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Advertisment

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଜା ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe