Advertisment

୧୮ ବର୍ଷ ପରେ ପଦାକୁ ଆସିଲା ସତ; ନକଲି ସାର୍ଟିଫିକେଟରେ କରିଥିଲେ ଅସଲି ଚାକିରି

ନକଲି ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷୟିତ୍ରୀଜଣକ ଦୀର୍ଘ ବର୍ଷ ଚାକିରି କରିଥିବା କଥା ପଦାରେ ପଡ଼ିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

Fake Teacher

Fake Teacher

Advertisment

ନକଲି ବିଇଡି ସାର୍ଟିଫିକେଟ ବଳରେ ସରକାରୀ ସ୍କୁଲରେ କରିଥିଲେ ଚାକିରି। ଦୀର୍ଘ ୧୮ ବର୍ଷ କାଳ କେହି ବି ଟେର ପାଇ ପାରିଲେନି। ଦରମା ସହ ସବୁ ସୁବିଧା ସୁଯୋଗ ବି ପାଇ ଚାଲିଲେ। ହେଲେ ଏବେ ତଦନ୍ତ ହେଉ ହେଉ ବାହାରିଲା ସତ। ନକଲି ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷୟିତ୍ରୀଜଣକ ଦୀର୍ଘ ବର୍ଷ ଚାକିରି କରିଥିବା କଥା ପଦାରେ ପଡ଼ିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି।

Advertisment

ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଘଟିଛି। ନକଲି ଶିକ୍ଷୟିତ୍ରୀଜଣକ ହେଲେ ରେବତୀ ଜେନା । ସେ ମଲିକାଦେଇପୁରର କରଞ୍ଜଆଡିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ନିୟୋଜିତ ଥିଲେ।

ବାସୁଦେବପୁର ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କ ସୂଚନା ଅନୁସାରେ, ନକଲି ସାର୍ଟିଫିକେଟ ଘଟଣା ପଦାକୁ ଆସିବା ପରେ ଏବେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। । ରେବତୀ ଜେନା ୨୦୦୫ ମସିହାରେ ନିଯୁକ୍ତି ପାଇଥିବା ବେଳେ ୨୦୧୧ରେ ରେଗୁଲାର ହୋଇଥିଲେ। ଏବେ ତାଙ୍କ ସାର୍ଟିଫିକେଟ ଯାଞ୍ଚ ଚାଲିଥିବା ସମୟରେ ତାହା ଉପରେ ସନ୍ଦେହ ହୋଇଥିଲା। ତେଣୁ ତାହାକୁ ଯାଞ୍ଚ ପାଇଁ ବିଶ୍ୱବିଦ୍ୟାଳୟ ପଠାଇଥିଲୁ। ସେଠାରୁ ଯାଞ୍ଚ ରିପୋର୍ଟ ଆସିବା ପରେ ଉକ୍ତ ସାର୍ଟିଫିକେଟ ନକଲି ବୋଲି ସ୍ପଷ୍ଟ ହେଲୁ।

Advertisment

ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ମାସରେ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ସରକାରୀ ନିରାକର ଉଚ୍ଚ ବିଦ୍ୟାଳୟ ବୀଣାପଦାର ଜଣେ ନକଲି ଶିକ୍ଷକ ସୁର୍ଦଶନ ଦାସ ନିଲମ୍ବିତ ହୋଇଥିଲେ। ବାରମ୍ବାର ବାସୁଦେଦପୁରରେ ନକଲି ଶିକ୍ଷକ ଶିକ୍ଷୟତ୍ରୀ ଧରାପଡୁଥିବାରୁ ଅଭିଭାବକଙ୍କ ମନର ଅସନ୍ତୋଷ ପ୍ରକାଶ ପାଇବା ସହ ଉପଯୁକ୍ତ ତନ୍ଦନ୍ତ ହେଲେ ଆହୁରି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ  ପର୍ଦ୍ଦାଫାସ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ଶିକ୍ଷକ ଚେର ଲମ୍ବି ଚାଲିଥିବା ବେଳେ ସେମାନେ କିପରି ନିଯୁକ୍ତି ପାଇଲେ ଓ ବର୍ଷ ବର୍ଷ ଧରି ଚାକିରି କରିବାକୁ ସକ୍ଷମ ହେଲେ ତାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଏହା ପଛରେ ଆଛ କିଛି ବଡ଼ବଡ଼ିଆଙ୍କ ହାତ ଥିବା ଆଲୋଚନା ହେଉଛି।

Fake Teacher Bhadrak Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe