Advertisment

କର୍ମଚାରୀଙ୍କ ପାଇଁ ରଖାଯାଇଥିବା ପାଣି ପିଇଦେଲେ ଦଳିତ ଛାତ୍ର, ପ୍ରବଳ ପିଟିଲେ ଶିକ୍ଷକ

୭ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ର ଜଣଙ୍କ ସ୍କୁଲର କର୍ମଚାରୀ ଓ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ହୋଇ ରହିଥିବା ପାତ୍ରରୁ ପାଣି ପିଇଦେଇଥିଲେ।

Teacher

Teacher

Advertisment

ରାଜସ୍ଥାନର ଗୋଟିଏ ସରକାରୀ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା। ରାଜ୍ୟର ଭରତପୁର ଜିଲ୍ଲାରେ ଥିବା ଗୋଟିଏ ସ୍କୁଲରେ ଜଣେ ଦଳିତ ଛାତ୍ରଙ୍କୁ ପ୍ରବଳ ପିଟିଛନ୍ତି ଶିକ୍ଷକ। ୭ମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ର ଜଣଙ୍କ ସ୍କୁଲର କର୍ମଚାରୀ ଓ ଶିକ୍ଷକଙ୍କ ପାଇଁ ସଂରକ୍ଷିତ ହୋଇ ରହିଥିବା ପାତ୍ରରୁ ପାଣି ପିଇଦେଇଥିଲେ।

Advertisment

ବାସ୍‌ ଏହି କାରଣ ପାଇଁ ତାଙ୍କୁ ସ୍କୁଲର ଜଣେ ଶିକ୍ଷକ ପ୍ରବଳ ପିଟିଛନ୍ତି। ଶୁକ୍ରବାର ଘଟଣା ଘଟିଥିବା ବେଳେ ଶନିବାର ପିଲାଟିର ପରିବାର ସଦସ୍ୟ ଓ ଗାଁ ଲୋକ ସ୍କୁଲରେ ପହଞ୍ଚି ହଙ୍ଗାମା କରିଥିଲେ।

ସେମାନେ ଅଭିଯୁକ୍ତ ସ୍କୁଲ ଶିକ୍ଷକ ଗଙ୍ଗାରାମ ଗୁରଜାରଙ୍କୁ ଘେରାଉ କରିଥିଲେ। ଏହାପରେ ପୁଲିସ୍‌ରେ ମଧ୍ୟ ଶିକ୍ଷକଙ୍କ ବିରୋଧରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିଥିଲେ। ଭରତପୁର ଏସ୍‌ପି ମ୍ରିଦୁଲ କାଚାୱା କହିଛନ୍ତି, “ଲୋକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ଅଟକ ରଖାଯାଇଛି ଓ ଗୋଟିଏ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।”

Advertisment

୧୨ ବର୍ଷୀୟ ପୀଡ଼ିତ ଛାତ୍ର ଜଣଙ୍କ କହିଛନ୍ତି ଯେ ସ୍କୁଲ କର୍ମଚାରୀଙ୍କ ପାଇଁ ରଖାଯାଇଥିବା ପାତ୍ରରୁ ସେମାନେ ୩ ଜଣ ପାଣି ପିଇଥିଲେ। କିନ୍ତୁ କେବଳ ତାଙ୍କୁ ମାଡ଼ ମରାଯାଇଛି। ସେ କହିଛନ୍ତି, “ସକାଳ ପ୍ରାର୍ଥନା ପରେ, ସବୁ ଶିକ୍ଷାର୍ଥୀ କ୍ଲାସରୁମରେ ଏକାଠି ହୋଇଥିଲେ। ଏହି ସମୟରେ ପାଣି ଜାରକିନ ବଣ୍ଟନ କରୁଥିବା ଗାଡ଼ି ସ୍କୁଲ ପରିସରରେ ପ୍ରବେଶ କରିଥିଲା।

ଏତିକି ବେଳେ ମୁଁ ଓ ମୋର ଦୁଇ ସାଙ୍ଗ ବୋତଲ ଦ୍ୱାରା ଶିକ୍ଷକମାନଙ୍କ ପାଇଁ ଆସିଥିବା ଜାରକିନରୁ ପାଣି ପିଇ ଦେଇଥିଲୁ। ଏହାପରେ ଶିକ୍ଷକ ଜଣଙ୍କ ଆମ ୩ ଜଣଙ୍କୁ କ୍ଲାସରୁମରେ ଛିଡ଼ା କରାଇଥିଲେ। କିନ୍ତୁ ୨ ଜଣଙ୍କୁ ଛାଡ଼ି ସେ ମୋତେ ପ୍ରବଳ ପିଟିଥିଲେ।” ଆକ୍ରମଣରେ ପିଲାଟିର ମୁହଁ ଫାଟି ଯାଇଥିବା ବେଳେ ଆଖି ଫୁଲି ଯାଇଛି। ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

Rajasthan Primary Teachers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe