Advertisment

ଗୁରୁଙ୍କ ନାଁରେ କଳଙ୍କ; କ୍ଲାସରେ ଛାତ୍ରୀଙ୍କ ଦେହରେ ହାତ ମାରୁଥିଲେ!

ଶିକ୍ଷକଙ୍କ ଯୌନ ନିର୍ଯାତନା ଦିନକୁ ଦିନ ବଢ଼ିବାରୁ ଛାତ୍ରୀ ଜଣକ ଏନେଇ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ମାତ୍ର ସେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ସେ ପ୍ରଧାନଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିବା ପୀଡ଼ିତାଙ୍କ ବାପା କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Student

Student

ଗୁରୁଙ୍କ ନାଁରେ କଳଙ୍କ! ପାଠ ପଢ଼ାଇବା ବାହାନାରେ ଶିକ୍ଷାର ମନ୍ଦିରରେ ଜଣେ ଛାତ୍ରୀଙ୍କ ଦେହରେ ଶିକ୍ଷକ ହାତ ମାରୁଥିବା ଅଭିଯୋଗ ହୋଇଛି। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୬ ମାସ ଧରି ଉକ୍ତ ଛାତ୍ରୀଙ୍କୁ ସର୍ବସମ୍ମୁଖରେ ସେ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଉୁଲୁଣ୍ଡା ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷକତା କରୁଛନ୍ତି ବନମାଳୀ ପରିଡ଼ା। ସେ ଗତ ୬ ମାସ ହେଲା ଶ୍ରେଣୀ ଗୃହରେ ଏହି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ବାହାନା କରି ସପ୍ତମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରୀଙ୍କ ଦେହରେ ସେ ହାତ ମାରୁଥିବା ଅଭିଯୋଗ ହୋଇଛି। ଏପରିକି ଛାତ୍ରୀମାନେ ପରିସ୍ରାଗାରରେ ପରିସ୍ରା କରୁଥିବା ବେଳେ ସାର୍‌ ଉଣ୍ଡୁଥିବା ଅଭିଯୋଗ ହୋଇଛି।

ଶିକ୍ଷକଙ୍କ ଯୌନ ନିର୍ଯାତନା ଦିନକୁ ଦିନ ବଢ଼ିବାରୁ ଛାତ୍ରୀ ଜଣକ ଏନେଇ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ କହିଥିଲେ। ମାତ୍ର ସେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ସେ ପ୍ରଧାନଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିବା ପୀଡ଼ିତାଙ୍କ ବାପା କହିଛନ୍ତି। ମାତ୍ର ତାଙ୍କ ଅଭିଯୋଗକୁ କେହି କର୍ଣ୍ଣପାତ କରିନଥିଲେ। ତେଣୁ ଛାତ୍ରୀ ଜଣକ ନିଜ ମାଆଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଏନେଇ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ହେବା ପରେ ଶିକ୍ଷକ ଶ୍ରୀ ପରିଡ଼ା ଫେରାର ଅଛନ୍ତି। ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ତେବେ ଏହି ଅଭିଯୋଗ ନେଇ ଶିକ୍ଷା ବିଭାଗର ଅଧିକାରୀ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

School Subarnpur