Advertisment

ତଣ୍ଟି କାଟିଲା, ଛୁରୀ ଭୁଷିଲା, ଶେଷରେ ଶିକ୍ଷୟିତ୍ରୀ ଦେହରେ ନିଆଁ ଲଗାଇଦେଲା

ଆଜି ମଙ୍ଗଳବାର ହୋଇଥିବାରୁ ୨୯ ବର୍ଷୀୟ ଶିକ୍ଷୟିତ୍ରୀ ଯଶୋଦା ଦେବୀ ଉପବାସ କରିଥିଲେ। ପୂଜା ଶେଷ କରିବା ପରେ ସେ ପାକାଡିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ।

Dead

Dead

Advertisment

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତି ଘଟାଇଛି ଜଘନ୍ୟ କାଣ୍ଡ। ସ୍କୁଲ ଯାଉଥିବା ବେଳେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟି ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହେବା ଯାଏ ଛୁରୀ ଭୁଷି ଚାଲିଥିଲା। ଏତିକିରେ ମନ ବୁଝି ନଥିଲା ଯେ ଆକ୍ରମଣକାରୀ ଜଣକ ଶେଷରେ ଦିଦିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି।

Advertisment

ଏପରି ଘଟଣା ପୂର୍ବ ବିହାରର କଠିହର ଠାରେ ଆଜି ଘଟିଛି। ଆଜି ମଙ୍ଗଳବାର ହୋଇଥିବାରୁ ୨୯ ବର୍ଷୀୟ ଶିକ୍ଷୟିତ୍ରୀ ଯଶୋଦା ଦେବୀ ଉପବାସ କରିଥିଲେ। ପୂଜା ଶେଷ କରିବା ପରେ ସେ ପାକାଡିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ।

ଭୋର ପ୍ରାୟ ୫.୩୦ରେ ସେ ସ୍କୁଲ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ପ୍ରଥମେ ଛୁରୀରେ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଥିଲା। ଆକ୍ରମଣ ଯୋଗୁ ପ୍ରାଣ ହରାଇଥିଲେ ହେଁ ଆକ୍ରମଣକାରୀର ମନ ବୁଝି ନଥିଲା। ସେ ଯଶୋଦା ଦେବୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

Advertisment

କୁହାଯାଉଛି ଯେ ଶିକ୍ଷୟିତ୍ରୀ ଓ ଆକ୍ରମଣକାରୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା। ଦିଦିଙ୍କ ବାହାଘର ପରେ ସମ୍ପର୍କ ଭାଙ୍ଗି ଯାଇଥିଲା। ତଥାପି ଯୁବକ ଜଣକ ଏହାକୁ ଭୁଲି ନଥିଲା।

ସେ ଦିଦିଙ୍କ ପଛରେ ପଡ଼ିଥିଲା। ଶେଷରେ ମାମଲା ଗାଁ ପଞ୍ଚାୟତ ପାଖକୁ ଆସିଥିଲା। ସେଠାରେ ସମାଧାନ ହୋଇଥିଲେ ହେଁ ଅଭିଯୁକ୍ତ ହୁଲଚୁଲ କୁମାର ନିଜ ରାଗକୁ ମନ ଭିତରେ ରଖିଥିଲା। ଫେବୃଆରୀ ମାସରେ ସେ ଯଶୋଦାଙ୍କ ସ୍ୱାମୀ ପରମେଶ ରାଏଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ପରମେଶ ରାଏ କହିଛନ୍ତି, “ଯଶୋଦା ମୋ ପତ୍ନୀ। ଅଭିଯୁକ୍ତ ଜଣକ ମୋତେ ମଧ୍ୟ ଫେବୃଆରୀ ମାସରେ ଆକ୍ରମଣ କରିଥିଲା। ମଙ୍ଗଳବାର ଯଶୋଦା ଉପବାସ କରନ୍ତି। ଆଜି ସକାଳ ପୂଜା ପରେ ସେ ସ୍କୁଲ ବାହାରିଥିଲେ। କିନ୍ତୁ ଅଧା ବାଟରେ ହୁଲଚୁଲ ତାଙ୍କୁ ଆକ୍ରମଣ କରିଥିଲା।

ପ୍ରଥମେ ସେ ତାଙ୍କର ତଣ୍ଟିରେ ଛୁରୀ ମାରି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ନିସ୍ତେଜ ହେବା ଯାଏ ଅଭିଯୁକ୍ତ ଜଣକ ଛୁରୀ ଭୁଷି ଚାଲି ଥିଲା। ଶେଷରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।”

ଘଟଣା ପରେ ଅଭିଯୁକ୍ତ ହୁଲଚୁଲ ଫେରାର ହୋଇ ଯାଇଛି। ତାକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe