Advertisment

ଗଛରୁ ମିଳିଲା ଶିକ୍ଷକଙ୍କ ଝୁଲନ୍ତା ମୃତଦେହ

ଆଜି ସୁରେନ୍ଦ୍ର ପଣ୍ଡାଙ୍କର ମୃତ ଦେହ ଗଛରେ ଝୁଲୁଥିବାର ଗାଁ ଲୋକ ଦେଖିଥିଲେ। ଏନେଇ ସଙ୍ଗେ ସଙ୍ଗେ ଧାମନଗର ପୁଲିସକୁ ଖବର ଦେଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Village people

Village people

ଗଛରୁ ଶିକ୍ଷକଙ୍କ ଝୁଲୁନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଇପୁରୁ ପଞ୍ଚାୟତରେ। ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ପଣ୍ଡା।

Advertisment

ଆଜି ସୁରେନ୍ଦ୍ର ପଣ୍ଡାଙ୍କର ମୃତ ଦେହ ଗଛରେ ଝୁଲୁଥିବାର ଗ୍ରାମରଖି ଦେଖିଥିଲେ। ଏନେଇ ସଙ୍ଗେ ସଙ୍ଗେ ଧାମନଗର ପୁଲିସକୁ ଖବର ଦେଇଥିଲେ ଗ୍ରାମରଖି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁରେନ୍ଦ୍ରଙ୍କ ମୃତଦହ ଠାରୁ ପ୍ରାୟ ୫୦୦ ମିଟର ଦୁରରେ ତାଙ୍କ ବାଇକ ଓ ଚିରା ସାର୍ଟ୍ ପଡ଼ିଥିବା ଦେଖିବା ପରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ। 

Advertisment
Hanging