Advertisment

ନିଷ୍ଠୁର ଶିକ୍ଷକ; ବଜାଇଲେ ବେତ ପାହାର, ଥରହର ହେଲେ ଛାତ୍ର

ଜଣ ଜଣ କରି ପ୍ରାୟ ୫ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ସାର୍‌ଜଣକ ଆଖି ବୁଜା ବେତ ପାହାର ବଜାଇ ଚାଲିଥିବା ବେଳେ ପିଲାମାନେ ଛାଡ଼ି ଦେବାକୁ ଆକୁଳ ଚିତ୍କାର କରୁଛନ୍ତି। ହେଲେ ସାର୍‌ଙ୍କ ହୃଦୟ ତରଳୁନି।

Torture

Torture

Advertisment

ପରୀକ୍ଷାରେ କମ୍‌ ମାର୍କ ରଖିବାରୁ ଛାତ୍ରଙ୍କ ଉପରେ ହେଉଛି ନିର୍ଧୂମ ମାଡ଼ । ମାଡ଼ ଏପରି ଯେ, ଗୋଟିଏ ପରେ ଗୋଟିଏ ବାଡ଼ି ଭାଙ୍ଗି ଯାଇଛି, ହେଲେ ସାର୍‌ଙ୍କ ରାଗ ଶାନ୍ତ ହେଉନି। ଏହିପରି ଜଣ ଜଣ କରି ପ୍ରାୟ ୫ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ସାର୍‌ଜଣକ ଆଖି ବୁଜା ବେତ ପାହାର ବଜାଇ ଚାଲିଥିବା ବେଳେ ପିଲାମାନେ ଛାଡ଼ି ଦେବାକୁ ଆକୁଳ ଚିତ୍କାର କରୁଛନ୍ତି। ହେଲେ ସାର୍‌ଙ୍କ ହୃଦୟ ତରଳୁନି।

Advertisment

ଏହି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରରେ ଘଟିଥିବା ବେଳେ ସାର୍‌ଙ୍କ ଉଗ୍ର ରୂପର ଏପରି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ରହିଥିବା ଏକ କୋଚିଂ ସେଣ୍ଟରରେ ଆଖପାଖର କିଛି ପିଲା ରହି କୋଚିଂ ନିଅନ୍ତି। ସେମାନେ ଆଖପାଖ କଲେଜରେ ପଢ଼ୁଥିବା ବେଳେ ଉକ୍ତ ସେଣ୍ଟରରେ ମେସ୍‌ କରି ରହିବା ସହ କୋଚିଂ ନେଇଥାନ୍ତି। ଉକ୍ତ କୋଚିଂ ସେଣ୍ଟରରେ ସେମାନଙ୍କୁ ପ୍ରତିଦିନ ରାତି ୩ଟାରେ ଉଠି ପାଠ ପଢ଼ିବାକୁ ବାଧ୍ୟ କରାଯାଏ।

Advertisment

କିଛି ଦିନ ପୂର୍ବେ ଉକ୍ତ ଛାତ୍ରମାନଙ୍କ ପରୀକ୍ଷା ରେଜଲ୍ଟ ବାହାରିଥିବା ବେଳେ ସେମାନେ ପରୀକ୍ଷାରେ ଭଲ୍‌ ମାର୍କ ଆଣି ନ ଥିବା ଜଣାଯାଇଛି। ଏହାପରେ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିବା ଉକ୍ତ ସେଣ୍ଟରର ମାଲିକ ପିଲମାନଙ୍କୁ ଡାକି ଜଣକ ପରେ ଜଣକୁ ଗୋରୁଗାଇ ପରି ପିଟିବାକୁ ଲାଗିଥିଲେ। ଏପରିକି ଅସହ୍ୟ ମାଡ଼ ଯନ୍ତ୍ରଣାରେ ପିଲାମାନେ ଛଟପଟ ହେଉଥିବା ବେଳେ ସାର୍‌ କିନ୍ତୁ ନିଷ୍ଠୁର ପାଲଟି ଯାଇଥିଲେ।

ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ପିଟି ପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ବେଳେ ଉକ୍ତ ଶିକ୍ଷକ କିପରି ପିଲାମାନଙ୍କୁ ପିଟିବାକୁ ସାହସ କରି ପାରିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ଭିଡିଓ ଭାଇରାଲ ହେବା ପରେ ଆଜି ଅନୁଗୁଳ ଓ ଛେଣ୍ଡିପଦାର ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ପୁଲିସ୍‌ ସହ ଉକ୍ତ ସେଣ୍ଟରକୁ ଯିବେ ବୋଲି ଜଣାଯାଇଛି। ଏଥିସହ ନିର୍ଯାତନାର ଶିକାର ହୋଇଥିବା ପିଲାଙ୍କ ଅଭିଭାବକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା ଚାଇଲଡ ଲାଇନ୍‌ ପକ୍ଷରୁ କୁହାଯାଇଛି।

Students Angul Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe