Advertisment

ଛାତ୍ରୀଙ୍କୁ କାମୁଡ଼ି ଦେଲା ବିରୁଡ଼ି, ଚେଙ୍କ ଦେଲେ ଶିକ୍ଷୟିତ୍ରୀ

ସ୍କୁଲରେ ଥିବା ଅବସ୍ଥାରେ ଛାତ୍ରୀଙ୍କୁ କାମୁଡ଼ିଦେଲା ବିରୁଡ଼ି । ମାତ୍ର ଔଷଧ ଦେବା ବଦଳରେ ଶିକ୍ଷୟିତ୍ରୀ ଦେଇଦେଲେ ଲୁହା ଚେଙ୍କ ।

Student & Teacher

Student & Teacher

Advertisment

ସ୍କୁଲରେ ଥିବା ଅବସ୍ଥାରେ ଛାତ୍ରୀଙ୍କୁ କାମୁଡ଼ିଦେଲା ବିରୁଡ଼ି । ମାତ୍ର ଔଷଧ ଦେବା ବଦଳରେ ଶିକ୍ଷୟିତ୍ରୀ ଦେଇଦେଲେ ଲୁହା ଚେଙ୍କ । ଏପରି ଘଟଣା କୌଣସି ପାନ୍ତ ଅଞ୍ଚଳରେ ନୁହେଁ ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ଚେଙ୍କ ଦେବା ପରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ସ୍କୁଲ ଆସି ନ ଥିବା ଜଣାଯାଇଛି। ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଘଟିଛି।

Advertisment

ଗତକାଲି ମଧ୍ୟାହ୍ନରେ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେଇଥିଲା। ଫଳରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଦେଖି ସେହି ସ୍କୁଲର ସସ୍ମିତା ମହାପାତ୍ର ନାମ୍ନୀ ଶିକ୍ଷୟତ୍ରୀ ଗ୍ୟାସ୍ ଚୁଲାରେ ଛୁରୀକୁ ଗରମ କରି ବିରୁଡି କାମୁଡ଼ିଥିବା ଜାଗାରେ ଚେଙ୍କ ଦେଇ ଦେଇଥିଲେ।

ଫଳରେ ଛାତ୍ରୀଜଣଙ୍କର ଫୋଟକା ହୋଇଯିବା ସହିତ ଅଧିକ ଯନ୍ତ୍ରଣା ହେବାରୁ ସେ ଘରକୁ ପଳାଇ ଯାଇଥିଲେ । ଘରେ ସବୁ କଥା କହିବା ପରେ ପରିବାର ଲୋକେ ତୁରନ୍ତ ଝିଅକୁ ଡ଼ାକ୍ତରଖାନା ନେବା ସହିତ ଚିକିତ୍ସା କରାଇଛନ୍ତି।

Advertisment

ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଛୁରୀ ନୁହେଁ ବରଂ ଏକ ଲୁହା ରଡ଼କୁ ଘଷି ବିରୁଡି କାମୁଡି ଥିବା ଜାଗାରେ ଲଗାଇଥିବା କହିଛନ୍ତି। ଛାତ୍ରୀଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କୌଣସି ଆକ୍ରୋଶମୂଳକ ମନୋଭାବରେ ଏପରି କରି ନ ଥିବା ସେ କହିଛନ୍ତି। ମାତ୍ର ଏଭଳି କରିବା କଥା ନୁହେଁ ବୋଲି ସେ କହିଛନ୍ତି। 

ଅନ୍ୟପଟେ ପ୍ରଧାନଶିକ୍ଷକ ଘଟଣାକୁ ସ୍ୱୀକାର କରିବା ସହିତ ଏସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।

Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe