Advertisment

ଘର ଭିତରେ ପଶି ଶିକ୍ଷକ, ପତ୍ନୀ ଓ ଦୁଇ ପିଲାଙ୍କୁ ଗୁଳି କରି ହତ୍ୟା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

author-image
Hemant Lenka
UP

UP

ଉତ୍ତର ପ୍ରଦେଶର ଆମେଥିରେ ଘଟିଛି ଭୟଙ୍କର ଘଟଣା। ଗୋଟିଏ ସରକାରୀ ସ୍କୁଲର ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ପିଲାଙ୍କୁ ସେମାନଙ୍କ ଭଡ଼ା ଘରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଛି।

Advertisment

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ଗୁରୁତର ସହ ନେବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୁଲିସ୍‌ ଅଧିକାରୀମାନଙ୍କୁ ଘଟଣା ସ୍ଥଳକୁ ଯାଇ ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୩୫ ବର୍ଷୀୟ ସୁନୀଲ କୁମାର ନାମକ ଶିକ୍ଷକ ଜଣଙ୍କ ଭବାନୀ ନଗରରେ ଘର ଭଡ଼ା ନେଇ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ଆଜି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଘର ଭିତରେ ପଶି ପୂରା ପରିବାରକୁ ଗୁଳି କରି ଶେଷ କରି ଦେଇଛନ୍ତି। ତେବେ ଦୁର୍ବୃତ୍ତମାନେ ତାଙ୍କୁ କାହିଁକି ହତ୍ୟା କଲେ, ସେକଥା ଜଣାପଡ଼ିଛି।

Advertisment

ଅନୂପ ସିଂହ ନାମକ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଅଜଣା ଦୁର୍ବୃତ୍ତମାନେ ଘର ଭତରେ ପଶି ଶିକ୍ଷକ, ତାଙ୍କ ପତ୍ନୀ ଓ ୨ ଝିଅ(୫ ଓ ୨ ବର୍ଷ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଲୁଟ ପାଇଁ ଏପରି ହତ୍ୟା କରାଯାଉଥିବା ଆଶଙ୍କା କରାଯାଉଛି। ଏହାବାଦ ଏସ୍‌ସି/ଏସ୍‌ଟି ଅଧୀନରେ ଶିକ୍ଷକ ଜଣଙ୍କ ଅଗଷ୍ଟ ୧୮ରେ ଚନ୍ଦନ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ହତ୍ୟାକାଣ୍ତ ପଛରେ ଚନ୍ଦନ ବର୍ମାଙ୍କ ହାତ ରହିଛି କି ନାହିଁ, ତା’ର ମଧ୍ୟ ତଦନ୍ତ ହେଉଛି। ପଡ଼ୋଶୀମାନେ ଗୁଳି ମାଡ଼ର ଶବ୍ଦ ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ୪ ଜଣଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏବେ ପୁଲିସ୍‌ ସାଇଣ୍ଟିଫିକ ଟିମ ସହ ମିଶି ଘଟଣାର ଅଧିକ ତଦନ୍ତ କରୁଛି।”

Uttar Pradesh Yogi Aditya Nath