/odisha-reporter/media/post_attachments/uploadimage/library/16_9/16_9_0/Teacher_1723123029.jpg)
Teacher
କାଳିଆ ସାର୍ ସ୍କୁଲ ଯାଇ ଘରକୁ ଫେରିନଥିଲେ। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଇନ୍ଦ୍ରାବତୀ ନଦୀରୁ ମିଳିଲା ସାର୍ଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି। ନବରଙ୍ଗପୁର ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ନବରଙ୍ଗପୁର ଟାଉନ ନୂଆବନ୍ଧ ସାହିର ଏସ.କାଳିଆ ହେଉଛନ୍ତି ଜଣେ ଶିକ୍ଷକ। ସେ ମିରଗାନଗୁଡା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ବୁଧବାର ସକାଳେ ବାଇକ୍ ଧରି ସ୍କୁଲ ଅଭିମୁଖେ ବାହାରିଥିଲେ କେ. କାଳିଆ। ହେଲେ ସେ ସ୍କୁଲ ଯାଇନଥିଲେ। ସକାଳ ଯାଇ ସନ୍ଧ୍ୟା ହେଲା। ରାତି ହେଲା। ହେଲେ ଘରକୁ ଫେରିଲେନି କେ.କାଳିଆ। ରାତି ବଢ଼ୁଥିବାରୁ ସ୍ୱାମୀ ଘରକୁ ନଫେରିବାରୁ ପତ୍ନୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ଆଜି ସକାଳେ ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ କେ.କାଳିଆଙ୍କ ବାଇକ୍ ଓ ଚପଲ ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଜବତ କରିବା ସହିତ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟମରେ ଇନ୍ଦ୍ରାବତୀ ନଦୀରେ ଖାନତଲାସୀ କରିଥିଲେ। ସେହି ସମୟରେ ନଦୀ ଗର୍ଭରୁ ଶିକ୍ଷକ କେ.କାଳିଆଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
କାଳିଆ ସାର୍ ଜଣେ ମେଳାପି ଲୋକ। କାହା ସହିତ ତାଙ୍କର ଗଣ୍ଡଗୋଳ ନଥିଲା। ସ୍କୁଲ ଓ ଘର ଛଡ଼ା ଅନ୍ୟ କୌଣସି କାମରେ ସେ ମୁଣ୍ଡ ପୂରାନ୍ତି ନାହିଁ। ତାଙ୍କର ପରିବାର କହିଲେ,ଦୁଇ କୁନି ଝିଅ ସ ସ୍ତ୍ରୀ। ହେଲେ ସେହି ପରିବାରରେ କଣ ହେଲା ଯେ ସାର୍ ଏମିତି ଚରମ ନିଷ୍ପତ୍ତି ନେଲେ!
ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
