Advertisment

ଫେସବୁକ ଲାଇଭ ବେଳେ ଫୁଟିଲା ଗୁଳି, ଆକ୍ରମଣକାରୀ ସହ ଶିବସେନା ନେତା ମୃତ

ଅଭିଷେକ ହେଉଛନ୍ତି ଶିବସେନା(ୟୁବିଟି) ନେତା ବିନୋଦ ଘୋସାଲକରଙ୍କ ପୁଅ। ଆଜି ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ।

Mumbai

Mumbai

Advertisment

ବେଶ ହସଖୁସିରେ ଫେସବୁକରେ ଲାଇଭ କରୁଥିଲେ ଉଦ୍ଧବ ଠାକରେଙ୍କ ଶିବସେନାର ଜଣେ ନେତା। ସାଥୀରେ ଆଉ ଜଣେ ମଧ୍ୟ ଥିଲେ। ଦୁଇ ଜଣ ଯାକ ଲାଇଭରେ ହସୁଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ।

Advertisment

ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍‌ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ଜଣଙ୍କ ଗୁଳି କରିଥିଲେ। ଏହାପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଆତ୍ମହତ୍ୟା କରିଥିଲେ। ଗୁଳିମାଡ଼ ପରେ ଅଭିଷେକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଦହିସର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏତେବଡ଼ ଘଟଣା ଘଟିଛି।

ପ୍ରାଥମିକ ସୂଚନା ଅନୁସାରେ, ଅଭିଷେକ ହେଉଛନ୍ତି ଶିବସେନା(ୟୁବିଟି) ନେତା ବିନୋଦ ଘୋସାଲକରଙ୍କ ପୁଅ। ଆଜି ସନ୍ଧ୍ୟାରେ ସେ ମାଉରିସ ଭାଇ ନାମକ ଜଣେ ବ୍ୟକ୍ତିଙ୍କ ସହ ମିଶି ଫେସବୁକ ଲାଇଭ କରୁଥିଲେ।

Advertisment

କିଛି ସମୟ ପରେ ମାଉରିସ ଭାଇ ଲାଇଭରୁ ଉଠି ଚାଲି ଯାଇଥିଲେ। କିନ୍ତୁ ସେ ପୁଣି ଆସିବା ସହ ଲାଇଭ ଭିଡିଓ ଚାଲିଥିବା ବେଳେ ଅଭିଷେକଙ୍କ ଉପରକୁ ଗୁଳି କରିଥିଲେ। ସେ ୩ ରାଉଣ୍ତ ଗୁଳି ଚଳାଇବା ପରେ ବନ୍ଧୁକ ନିଜ ମୁଣ୍ଡରେ ରଖି ଫୁଟାଇ ଦେଇଥିଲେ।

ପୁଲିସ୍‌ କହିଛି ଯେ ମୁଣ୍ଡରେ ଗୁଳିମାଡ଼ ଯୋଗୁ ମାଉରିସ ଭାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୩ଟି ଗୁଳିମାଡ଼ରେ ଆହତ ହୋଇଥିବା ଅଭିଷେକଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

କିଛି ଦିନ ତଳେ ଅଭିଷେକ ଓ ତାଙ୍କୁ ହତ୍ୟା କରିଥିବା ମାଉରିସ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଉଭୟ ପରସ୍ପର ସହ ବୁଝାମଣା କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ହୋଇଥିଲା।

ଆଜି ସନ୍ଧ୍ୟାରେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଉରିସ ଭାଇ ତାଙ୍କ ଅଫିସକୁ ଅଭିଷେକଙ୍କୁ ଡାକିଥିଲେ। ଅଭିଷେକ ସେଠାରେ ପହଞ୍ଚିବା ପରେ ଫେସବୁକରେ ଲାଇଭ ଭିଡିଓ କରିଥିଲେ। କିନ୍ତୁ ଲାଇଭ ଭିଡିଓ ବେଳେ ଗୁଳି ଚାଲିଛି। ପୁଲିସ୍‌ ଏବେ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା କହିଛି।

Mumbai Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe