Advertisment

୧୫ ଶହ ଟଙ୍କା ପାଇଲେ, ୧୮ ଲକ୍ଷ ହରାଇଲେ

ମୁମ୍ବାଇ ସାଇବର ପୁଲିସ୍‌ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଏଥିସହ ଯୁବକ ଜଣଙ୍କ ଯେଉଁ ୭ ବ୍ୟାଙ୍କ ଆକାଉଣ୍ଟର ନମ୍ବର ଦେଇଥିଲେ, ତା’କୁ ବ୍ଲକ କରିବା ପାଇଁ ପୁଲିସ୍‌ ଚିଠି ମଧ୍ୟ ଲେଖିଛି।

author-image
Hemant Lenka
Cyber

Cyber

ପାର୍ଟ ଟାଇମ ଚାକିରି ନିଶାରେ ପଡ଼ି ସର୍ବସ୍ୱ ହରାଇଛନ୍ତି ଜଣେ ୩୩ ବର୍ଷୀୟ ସଫ୍ଟୱେୟର ଇଞ୍ଜିନିୟର। ତାଙ୍କୁ ମାତ୍ର ୧୫ ଶହ ଟଙ୍କା ଦେଇ ସାଇବର ଠକମାନେ ତାଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମୁମ୍ବାଇ ସାଇବର ପୁଲିସ୍‌ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଏଥିସହ ଯୁବକ ଜଣଙ୍କ ଯେଉଁ ୭ ବ୍ୟାଙ୍କ ଆକାଉଣ୍ଟର ନମ୍ବର ଦେଇଥିଲେ, ତା’କୁ ବ୍ଲକ କରିବା ପାଇଁ ପୁଲିସ୍‌ ଚିଠି ମଧ୍ୟ ଲେଖିଛି।

Advertisment

ଯୁବକ ଜଣଙ୍କ ଗୋଟିଏ ବଡ଼ କମ୍ପାନୀରେ କାମ କରନ୍ତି। ହୋଟେଲ ରେଟିଂ କରି ଟଙ୍କା ଆୟ କରିବାକୁ ତାଙ୍କ ପାଖକୁ ଏକଦା ଗୋଟିଏ ହ୍ୱାଟସଆପ ମେସେଜ ଆସିଥିଲା। ଅଭିଯୁକ୍ତ ତାଙ୍କୁ କହିଥିଲା ଯେ ତା’ କମ୍ପାନୀ ହୋଟେଲ ଗୁଡ଼ିକର ପ୍ରମୋସନ ପାଇଁ ଟଙ୍କା ପାଇଛି। ତେଣୁ ପାର୍ଟ ଟାଇମ ଚାକିରି ପାଇଁ ଆଶାୟୀମାନଙ୍କୁ କମ୍ପାନୀ ଖୋଜୁଛି।

ଯୁବକ ଜଣଙ୍କ ଏକଥା ଶୁଣି କାମ କରିବାକୁ ରାଜି ହୋଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ତାଙ୍କ ପାଖକୁ ଗୋଟିଏ ଲିଙ୍କ ପଠାଇଥିଲେ। ଏଥିରେ ଏକାଧିକ ହୋଟେଲର ବିସ୍ତୃତ ତଥ୍ୟ ଥିଲା ଓ ଅଭିଯୋଗକାରୀଙ୍କୁ ଏହା ଉପରେ ରେଟିଂ ଦେବାକୁ କୁହାଯାଇଥିଲା।

Advertisment

ହୋଟେଲଗୁଡ଼ିକୁ ରେଟିଂ କରିବା ପରେ ଯୁବକଙ୍କୁ ଏହାର ସ୍କ୍ରିନଶଟ ନେଇ ସମାନ ହ୍ୱାଟସଆପ ନମ୍ବରରେ ପଠାଇବାକୁ ସାଇବର ଠକ କହିଥିଲା। ଯୁବକ ଜଣଙ୍କ ମଧ୍ୟ ସମାନ କାମ କରିଥିଲେ। ଯୁବକ ଜଣଙ୍କ ମେସେଜ ପଠାଇ ସାଇବର ଠକର କହିବା ଅନୁଯାୟୀ ସବୁ କାମ କରିଥିଲେ। ପ୍ରଥମଥରରେ ତାଙ୍କୁ ୨୦୦ ଟଙ୍କା ମିଳିଥିଲା।

ଏହାପରେ ସେ ୬ଥର ସମାନ କାମ କରି ଆଉ ୧୩ ଶହ ଟଙ୍କା ପାଇଥିଲେ। ଚାକିରିରେ ସତ୍ୟତା ଥିବା ଭାବି ଯୁବକ ଜଣଙ୍କ ଅଧିକ ଆୟ କରିବା ପାଇଁ ଚେଷ୍ଟା କରିଥିଲେ।

ଏହାର ଫାଇଦା ଉଠାଇ ସାଇବର ଠକ ଜଣକ ତାଙ୍କୁ ଟେଲିଗ୍ରାମରେ ଆକାଉଣ୍ଟ ଖୋଲିବାକୁ କହିଥିଲା ଓ ସେମାନଙ୍କ ଗ୍ରୁପରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା। ଗ୍ରୁପରେ ସାମିଲ ହେବା ପରେ ଯୁବକଙ୍କୁ ଦେୟ ଯୁକ୍ତ ଟାକ୍ସ ସ୍କିମ ବିଷୟରେ ଜାଣିବାକୁ ପାଇଥିଲେ। ଯଦି ସେ ଏଥିରେ ପୁଞ୍ଜିନିବେଶ କରୁଛନ୍ତି, ତା’ହେଲେ ତାଙ୍କୁ ଅଧିକ କାମ ଓ ଅଧିକ ଟଙ୍କା ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା।

ସାଇବର ଠକ ଗୋଟିଏ ଲିଙ୍କ ପଠାଇ ଯୁବକଙ୍କୁ ଲଗଇନ ଓ ପାସୱାର୍ଡ ଦେଇଥିଲା। ଲଗଇନ ପରେ ଗୋଟିଏ ଭର୍ଚ୍ୟୁଆଲ ୱାଲେଟ ମଧ୍ୟ ସେ ଦେଖିବାକୁ ପାଇଥିଲେ। ଏହାକୁ ଦେଖି ଯୁବକ ଜଣଙ୍କ ନିବେଶ କରିବା ଆରମ୍ଭ କରିଥିଲେ। ଏଥିସହ ୱାଲେଟରେ ଲାଭ ଦେଖି ଖୁସି ହୋଇଯାଇଥିଲେ।

ସମୟକ୍ରମେ ସେ ମୋଟ ୧୮.୩୪ ଲକ୍ଷ ଟଙ୍କା ନିବେଶ କରିବା ପରେ ୱାଲେଟରେ ତା’ର ଦୁଇ ଗୁଣ ଟଙ୍କା ଦେଖିବାକୁ ପାଇଥିଲେ। ତେବେ ସେ ଏହାକୁ ଉଠାଇବାକୁ ଚେଷ୍ଟା କରିବାରୁ ଏହା ସମ୍ଭବ ହୋଇ ନଥିଲା। ଶେଷରେ ଯୁବକ ଜଣଙ୍କ ଡିସେମ୍ବର ୨ରେ ପୁଲିସ୍‌ରେ ଯୋଗାଯୋଗ କରିଥିଲେ। ଏବେ ପୁଲିସ୍‌ ସାଇବର ଠକାମୀର ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।

Cyber Attack Cyber Crime Cyber Fraud Cyber Loot Cyber Lootera Cyber Cheating