Advertisment

ଭାରତୀୟ ଇଞ୍ଜିନିୟରଙ୍କ ଅଭାବନୀୟ କାଣ୍ଡ; ନ୍ୟୁ ଜର୍ସିରେ ଛାରଖାର କରିଦେଲେ ନିଜ ପରିବାର

ପ୍ରଥମେ ପତ୍ନୀ ଓ ଦୁଇ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଜୀବନ ବି ନେବାକୁ ପଛାଇଲେ ନାହିଁ।

Deceased Family

Deceased Family

Advertisment

ନିଜ ହାତରେ ଛାରଖାର କରିଦେଲେ ନିଜ ହସଖୁସିର ସଂସାର। ପ୍ରଥମେ ପତ୍ନୀ ଓ ଦୁଇ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଜୀବନ ବି ନେବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ୟୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଜର୍ସିରେ ଘଟିଛି। ମୃତକ ପରିବାର ଭାରତୀୟ ବୋଲି ଜଣାଯାଇଛି। ମୃତକମାନେ ହେଲେ ତେଜ ପ୍ରତାପ, ପତ୍ନୀ ସୋନାଲ ପାରିହର ଓ ତାଙ୍କ ଦୁଇ ପିଲା।

Advertisment

ତେଜ ପ୍ରତାପ ଉତ୍ତରପ୍ରଦେଶ ବାସିନ୍ଦା ହୋଇଥିବା ବେଳେ ୭ ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠୁ ସାନ । ଛୋଟ ବେଳୁ ଖୁବ୍‌ ଭଲ ପାଠ ପଢ଼ୁଥିବା ତେଜ ପ୍ରତାପ କାନପୁରରୁ ଆଇଆଇଟି ପାସ୍‌ କରିବା ପରେ ୨୦୦୯ ମସିହାରୁ ନ୍ୟୁ ଜର୍ସିରେ ଚାକିରି କରୁଛନ୍ତି। ତାଙ୍କ ପତ୍ନୀ ସୋନାଲ ମଧ୍ୟ ସେଠାରେ ଚାକିରି କରୁଥିବା ବେଳେ ଉଭୟଙ୍କର ଦୁଇ ପିଲା ବି ଥିଲେ। ବେଶ୍‌ ହସଖୁସିରେ ସେମାନେ ସେଠାରେ ଜୀବନ କାଟୁଥିବା ବେଳେ ହଠାତ୍‌ ଘୋଟି ଆସିଲା କଳା ବାଦଲ ।

ପ୍ରାରମ୍ଭିକ ତଦନ୍ତରୁ ତେଜ ପ୍ରତାପ ପ୍ରଥମେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ବି ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ୍‌ ସେଠାରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନ୍ୟୁ ଜର୍ସି ପୁଲିସ୍‌ ପକ୍ଷରୁ ଏନେଇ ଭାରତ ସରକାରଙ୍କୁ ଅବଗତ କରାଯାଇଛି। 

Advertisment

ଏହି ଖବର ପାଇବା ପରେ ତେଜ ପ୍ରତାପଙ୍କ ପରିବାର ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇ ଯାଇଛି। ମୃତଦେହଗୁଡ଼ିକୁ ଫେରାଇ ଆଣିବାରେ ସହାୟତା କରିବାକୁ ସେମାନେ ସେଠାକାର ସରକାରଙ୍କୁ ଅନୁରୋଧ କରିଛନ୍ତି। ଜନ୍ମ ମାଟିରେ ମୃତଦେହଗୁଡ଼ିକର ସତ୍କାର କରିବା ନିମନ୍ତେ ସେମାନେ ଇଚ୍ଛା ପ୍ରକଟ କରିଛନ୍ତି। ଏଥିନିମନ୍ତେ ଅତି କମ୍‌ରେ ୫ରୁ ୭ ଦିନ ଲାଗିବ ବୋଲି ଜଣାଯାଇଛି।

ତେବେ ତେଜ ପ୍ରତାପ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଉଠାଇଲେ, କ’ଣ ପାଇଁ ନିଜ ପତ୍ନୀ ଓ ପିଲାଙ୍କ ହତ୍ୟାକାରୀ ସାଜିଲେ ତାହାର ତଦନ୍ତ ଚାଲିଛି।

Family Dead Mass Murder USA India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe