Advertisment

ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ପରେ ଡ୍ୟାମକୁ ଡେଇଁ ଜୀବନ ହାରିଲେ ସଫ୍ଟୱେୟାର ଇଞ୍ଜିନିୟର

ଇଞ୍ଜିନିୟରଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏଥିପାଇଁ ପୁଲିସ ତାଙ୍କୁ କାଉନସେଲିଂ ପାଇଁ ଡାକିଥିଲା। ପୁଲିସ୍‌ ଡାକିଥିବାରୁ ଇଞ୍ଜିନିୟର ଜଣଙ୍କ ଭୟରେ ଡ୍ୟାମକୁ ଡେଇଁ ପଡ଼ି ଜୀବନ ହାରିଥିବା କୁହାଯାଉଛି।

author-image
Hemant Lenka
suicide

suicide

ଜୀବନ ହାରିଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର। ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ପରେ ହାଇଦ୍ରାବାଦର ଇଞ୍ଜିନିୟର ଜଣଙ୍କ ସିଦ୍ଦିପେଟରେ ଥିବା ରଙ୍ଗାନାୟକ ସାଗର ଜଳ ଭଣ୍ଡାରକୁ ଡେଇଁ ଜୀବନ ହାରିଛନ୍ତି।

Advertisment

ଇଞ୍ଜିନିୟରଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏଥିପାଇଁ ପୁଲିସ ତାଙ୍କୁ କାଉନସେଲିଂ ପାଇଁ ଡାକିଥିଲା। ପୁଲିସ୍‌ ଡାକିଥିବାରୁ ଇଞ୍ଜିନିୟର ଜଣଙ୍କ ଭୟରେ ଡ୍ୟାମକୁ ଡେଇଁ ପଡ଼ି ଜୀବନ ହାରିଥିବା କୁହାଯାଉଛି।

ଗୁରୁବାର ପାଣିରେ ୩୨ ବର୍ଷୀୟ ବି କିରଣ କୁମାରଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଏନେଇ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Advertisment

କିରଣ କୁମାରଙ୍କ ପତ୍ନୀ ଅଶ୍ୱିନୀ ପ୍ରଥମେ ଗୋଡାଭାରିଖାନି ପୁଲିସ୍‌ରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପୁଲିସ୍‌ ଉଭୟଙ୍କୁ ଅଗଷ୍ଟ ୨୩ରେ କାଉନସେଲିଂ ପାଇଁ ଡାକିଥିଲା। କିନ୍ତୁ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟାରେ କିରଣ କୁମାର ରଙ୍ଗାନାୟକ ସାଗରକୁ ଯାଇଥିଲେ ଓ ସେଠାରେ ଗଭୀର ଜଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଚିନ୍ନାକୋଡୁର ସବ ଇନସପେକ୍ଟର ସୁଭାଷ ଗୌଡ଼ କହିଛନ୍ତି।

ତଦନ୍ତ ବେଳେ ପୁଲିସ୍‌ ଜାଣିବାକୁ ପାଇଛି ଯେ କିରଣ କୁମାର ଚଳିତ ବର୍ଷ ଜୁନ ୯ରେ ଗୋଡାଭାରିଖାନିର ଅଶ୍ୱିନୀଙ୍କୁ ବିବାହ କରିଥିଲେ। ବାହାଘରର ମାତ୍ର କିଛି ମାସ ମଧ୍ୟରେ ଦୁଇ ଜଣଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହୋଇ ଯାଇଥିଲା।

କିଛି ଦିନ ତଳେ କାହାକୁ କିଛି ନ କହି ଅଶ୍ୱିନୀ ନରସିଙ୍ଗି ସ୍ଥିତ ନିଜ ଘରୁ ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲେ। ଫଳରେ ପରିବାର ଲୋକ ସାଇବରାବାଦର ନରସିଙ୍ଗି ପୁଲିସ୍‌ ଷ୍ଟେସନରେ ଅଶ୍ୱିନୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ।

ତେବେ ପରବର୍ତ୍ତୀ ଅବସ୍ଥାରେ କିରଣ ଥାନାକୁ ସୂଚନା ଦେଇ ଅଶ୍ୱିନୀ ମିଳି ଯାଇଥିବା କହିଥିଲେ। ଫଳରେ ନିଖୋଜ ମାମଲା ବନ୍ଦ ହୋଇଥିଲା। ଅଗଷ୍ଟ ୨୧ ତାରିଖ ରାତିରେ କିରଣ କୁମାର ସିଦ୍ଦିପେଟରୁ ନରସିଙ୍ଗି ଆସିଥିଲେ। ଏଠାରେ ରହୁଥିବା ବନ୍ଧୁ ନରେନ୍ଦ୍ରଙ୍କ ଘରକୁ ଯାଇଥିଲେ। ତେବେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟାରେ ଚିନ୍ନାକୋଡୁର ପୁଲିସ୍‌ ଷ୍ଟେସନକୁ ନରେନ୍ଦ୍ର ଫୋନ କରି କିରଣ କୁମାର ନିଖୋଜ ହୋଇ ଯାଇଥିବା କହିଥିଲେ।

ନିଖୋଜ ହେବା ପୂର୍ବରୁ ସେ ନରେନ୍ଦ୍ରଙ୍କ ଫୋନ ମଧ୍ୟ ନେଇଥିଲେ। ଦୀର୍ଘ ସମୟ ଧରି କିରଣ କୁମାରଙ୍କ ପତ୍ତା ନ ମିଳିବାରୁ ନରେନ୍ଦ୍ର ଜଳ ଭଣ୍ଡାର କୂଳରେ ଖୋଜା ଖୋଜି କରିଥିଲେ। ଏହି ସମୟରେ ସେଠାରୁ ମୋବାଇଲ ଫୋନ ଓ କିରଣ କୁମାରଙ୍କ ଚପଲ ମିଳିଥିଲା। କିରଣ କୁମାର ଡ୍ୟାମକୁ ଡେଇଁ ପଡ଼ିଥିବା ଆଶଙ୍କା କରି ନରେନ୍ଦ୍ର ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ରାତି ତମାମ ଖୋଜାଖୋଜିବା ପରେ ଗୁରୁବାର କିରଣ କୁମାରଙ୍କ ମୃତଦେ ମିଳିଥିଲା।

ପରିବାର ଲୋକଙ୍କ କହିବା କଥା ଯେ ବାହାଘର ପରଠାରୁ ଅଶ୍ୱିନୀ ନିଜ କଥାରେ ସବୁ କିଛି କରୁଥିଲେ। ସେ ବାରମ୍ବାର ମିଛ କେସ୍‌ରେ କିରଣ କୁମାରଙ୍କୁ ଫସାଇ ଦେବେ ବୋଲି ଧମକ ଦେଉଥିଲେ। ତେଣୁ ବାହାଘର ପରଠାରୁ କିରଣ କୁମାର ମାନସିକ ଚିନ୍ତାରେ ରହୁଥିଲେ। ଏବେ ପୁଲିସ୍‌ରେ ପତ୍ନୀ ଘରୋଇ ହିଂସାର ମିଥ୍ୟା ଅଭିଯୋଗ ଆଣିବାରୁ କିରଣ କୁମାର ନିର୍ଯାତନା ସହି ନ ପାରି ଜୀବନ ହାରିଥିବା କୁହାଯାଇଛି।

Suicide Hyderabad