Advertisment

ପ୍ରେମରେ ପଡ଼ିଥିଲେ ୨ ଛୁଆର ମା’, OYOରେ ୧୭ ଥର ଛୁରୀ ଭୁଷି ହତ୍ୟା କଲା ପ୍ରେମିକ

ସ୍ୱାମୀ ଓ ୨ ପିଲା ଥିଲେ ମଧ୍ୟ ୨୫ ବର୍ଷୀୟ ପ୍ରେମିକଙ୍କ ଶଯ୍ୟାସଙ୍ଗୀ ହେବାକୁ ମଧ୍ୟ କୁଣ୍ଠାବୋଧ କରୁ ନଥିଲେ। ଚୋରା ପିରତି ବେଶ କିଛି ବର୍ଷ ହେଲା କରି ଚାଲିଥିଲେ।

OYO

OYO

Advertisment

ବିବାହିତ। ୨ଟି ଛୁଆର ମା’। ତଥାପି ପ୍ରେମ ନିଶା ଛାଡ଼ି ନଥିଲା। ନିଜ ଠାରୁ ୭ ବର୍ଷ ସାନ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ତାଙ୍କ ସହ OYO ହୋଟେଲକୁ ବି ଯାଉଥିଲେ। ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ। ସ୍ୱାମୀ ଓ ୨ ପିଲା ଥିଲେ ମଧ୍ୟ ୨୫ ବର୍ଷୀୟ ପ୍ରେମିକଙ୍କ ଶଯ୍ୟାସଙ୍ଗୀ ହେବାକୁ ମଧ୍ୟ କୁଣ୍ଠାବୋଧ କରୁ ନଥିଲେ। ଚୋରା ପିରତି ବେଶ କିଛି ବର୍ଷ ହେଲା କରି ଚାଲିଥିଲେ। କିନ୍ତୁ ଏହି ପ୍ରେମ ନିଶା ଶେଷରେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଯେଉଁ OYO ହୋଟେଲ ରୁମରେ ପ୍ରେମିକଙ୍କ ବାହୁରେ ଓ ଦେହରେ ହଜି ଯାଉଥିଲେ ସେଇଠାରେ ତାଙ୍କ ଜୀବନ ଯାଇଛି। ନିଜେ ପ୍ରେମିକ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ୧୭ ଥର ଛୁରୀ ଭୁଷି ହତ୍ୟା କରିଛି।

Advertisment

ବେଙ୍ଗାଲୁରୁରେ ଗୋଟିଏ ହୋଟେଲ ରୁମରେ ଏପରି ଘଟଣା ଘଟିଛି। ହତ୍ୟାକାଣ୍ଡ ଶୁକ୍ରବାର ରାତିରେ ଘଟିଥିବେ ବେଳେ ୨ ଦିନ ପରେ ସାମ୍ନାକୁ ଆସିଛି। ମୃତକ ଜଣଙ୍କ ହେଲେ ୩୩ ବର୍ଷୀୟ ହରିଣୀ ଓ ଅଭିଯୁକ୍ତ ହେଉଛନ୍ତି ୨୫ ବର୍ଷୀୟ ୟାଶ। ସେ ପେଶାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର। ହରିଣୀ ମଧ୍ୟ ଗୋଟିଏ କର୍ପୋରେଟ ଅଫିସରେ କାମ କରନ୍ତି। ଉଭୟଙ୍କ ଘର ବେଙ୍ଗାଲୁରୁ ଉପକଣ୍ଠ କେଙ୍ଗେରି ଅଞ୍ଚଳରେ।

ପୂର୍ଣ୍ଣା ପରଜନା ଲେ ଆଉଟରେ ଥିବା ଗୋଟିଏ OYO ହୋଟେଲ ରୁମରେ ୟାଶ ଛୁରୀ ଭୁଷି ହରିଣୀଙ୍କୁ ହତ୍ୟା କରିଛନ୍ତି। ଏନେଇ ସୁବ୍ରମଣିୟପୁରା ପୁଲିସ୍‌ରେ ଷ୍ଟେସନେ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ଡିସିପି(ଦକ୍ଷିଣ) ଲୋକେଶ ବି ଜଗଲାସର କହିଛନ୍ତି, ଜୁନ ୬ ତାରିଖ ରାତିରେ ଗୋଟିଏ ହତ୍ୟାକାଣ୍ଡ ଘଟିଛି। ମହିଳା ଜଣଙ୍କ ତାଙ୍କ ୨୫ ବର୍ଷୀୟ ବନ୍ଧୁଙ୍କ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହୁଁଥିଲେ। ଏଥିରେ ରାଗି ଯାଇ ବନ୍ଧୁ ଜଣଙ୍କ ବାରମ୍ବାର ଛୁରୀ ଭୁଷି ମହିଳାଙ୍କୁ ହତ୍ୟା କରିଛନ୍ତି।

Advertisment

ଦୁଇ ଜଣଙ୍କ ମଧ୍ୟରେ ଥିବା ସମ୍ପର୍କର ପ୍ରଭାବ ହରିଣୀଙ୍କ ବ୍ୟକ୍ତିଗତ ଜୀବନ ଉପରେ ପଡ଼ିବା ଆରମ୍ଭ ହୋଇଥିଲା। ତାଙ୍କର ୨ ଜଣ ପିଲା ବି ରହିଛନ୍ତି। ୟାଶ ସହ ତାଙ୍କର ପ୍ରେମ ସମ୍ପର୍କର ଖବର ପରିବାର ଲୋକଙ୍କ ହାତରେ ଧୀରେଧୀରେ ଲାଗିବା ଆରମ୍ଭ ହୋଇଥିଲା। ଏଥିଯୋଗୁ ହରିଣୀଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଆରମ୍ଭ ହୋଇଥିଲା। ଦିନକୁ ଦିନ ସ୍ଥିତି ଜଟିଳ ହୋଇଥିବାରୁ ଶୁକ୍ରବାର ହରିଣୀ OYO ହୋଟେଲ ରୁମରେ ୟାଶଙ୍କୁ ଭେଟିଥିଲେ।

ଏହି ସମୟରେ ତାଙ୍କୁ ବୁଝାସୁଝା କରି ତାଙ୍କ ସହ ସବୁ ସମ୍ପର୍କ ଚ୍ଛିନ୍ନ କରିବାକୁ ଚାହିଁଥିଲେ। ହେଲେ ୟାଶ ଏହାକୁ ଗ୍ରହଣ କରି ନଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଶେଷରେ ୟାଶ ରାଗି ଯାଇ ୧୭ ଥର ହରିଣୀଙ୍କ ଦେହରେ ଛୁରୀ ଭୁଷି ପକାଇଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରି ସାରିଥିବା ଡିସିପି ସ୍ପଷ୍ଟ କରିଛନ୍ତି।

Murder Bengaluru Lover Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe