Advertisment

ବ୍ରିଜ୍‌ରୁ ଝୁଲନ୍ତା ଅବସ୍ଥାରେ ପୁଲିସ୍‌କୁ ଫୋନ୍ କଲେ ନାବାଳିକା, ଠେଲି ଦେଇଥିଲେ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର

ସେଲ୍‌ଫି ଉଠାଇବା ବାହାନରେ ଜଣେ ମହିଳା ଓ ତାଙ୍କ ଦୁଇ ଛୁଆଙ୍କୁ ବ୍ରିଜ୍‌ରୁ ନଦୀକୁ ଠେଲିଦେଲେ ତାଙ୍କ ଲିଭ୍-ଇନ୍ ପାର୍ଟନର।

Girl

Girl

Advertisment

ଜଣେ ନାବାଳିକାକୁ ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର ବ୍ରିଜ୍‌ ଉପରୁ ଠେଲି ଦେଇଥିଲେ। ବ୍ରିଜ୍ ତଳକୁ ଖସୁଥିବା ସମୟରେ ସେ ସେଥିରେ ଲାଗିଥିବା ଏକ ପ୍ଲାଷ୍ଟିକ ପାଇପକୁ ଧରି ପକାଇଥିଲେ। ଫଳରେ ନଦୀରେ ନପଡ଼ି ସେ ଝୁଲି ରହିଥିଲେ। ଆଉ ଡରି ନଯାଇ ମୋବାଇଲରୁ ୧୦୦କୁ ଡାଏଲ କରିଥିଲେ। ପୁଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ତେବେ ତାଙ୍କ ମା’ ଓ ସାନ ଭଉଣୀ ନିଖୋଜ ଅଛନ୍ତି। ସେମାନଙ୍କୁ ବି ବ୍ରିଜ୍‌ ତଳକୁ ଠେଲି ଦେଇଥିଲେ ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ।

Advertisment

ପୁଲିସ୍ ଦ୍ୱାରା ଉଦ୍ଧାର ହୋଇଥିବା ଏହି ଝିଅଟିର ନାଁ କୀର୍ତ୍ତନା (୧୦)। ସେ ଗୁଣ୍ଟୁର ଜିଲ୍ଲାର ତାଡ଼େପଲ୍ଲୀର ବାସିନ୍ଦା। ତାଙ୍କ ମା’ଙ୍କ ନାଁ ପୁପ୍ପଲା ସୁହାସିନୀ (୩୬) ଓ ଭଉଣୀଙ୍କ ନାଁ ଜର୍ସି (୧)। ତାଙ୍କ ମା’ଙ୍କ ଲିଭ୍‌-ଇନ୍ ପାର୍ଟନର ତଥା ଅଭିଯୁକ୍ତଙ୍କ ନାଁ ଉଲବା ସୁରେଶ।

କୀର୍ତ୍ତନାଙ୍କ କହିବା ଅନୁଯାୟୀ, ରବିବାର ଉଲବା ସେମାନଙ୍କୁ କାରରେ ରାଜମହେନ୍ଦ୍ରବରମ (ରାଜମଣ୍ଡ୍ରୀ) ବୁଲାଇବାକୁ ନେଇଥିଲେ। ରାତିପ୍ରାୟ ସାଢ଼େ ୩ଟା ବେଳେ ସେମାନେ ରାବୁଲାପାଲେମ ବ୍ରିଜ୍‌ରେ ଅଟକି ଥିଲେ। ସେଲ୍‌ଫି ନେବା ପାଇଁ କହି ଉଲବା କାର ରଖିଥିଲେ। ହେଲେ ସେମାନେ କିଛି ବୁଝିବା ଆଗରୁ ଉଲବା ସେମାନଙ୍କୁ ବ୍ରିଜ୍‌ରୁ ଗୋଦାବରୀ ନଦୀକୁ ଠେଲି ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ। ସେ ପ୍ଲାଷ୍ଟିକ ପାଇପକୁ ଧରି ବ୍ରିଜ୍‌ରେ ଝୁଲି ରହିଥିବା ବେଳେ ତାଙ୍କ ମା ଓ ଭଉଣୀ ନଦୀରେ ପଡ଼ିଯାଇଥିଲେ।

Advertisment

ରାବୁଲାପାଲେମ ପୁଲିସ କହିଛି, ରବିବାର ରାତି ପ୍ରାୟ ୩ଟା ୫୦ ମିନିଟ ବେଳକୁ ଆମେ ଏକ ଫୋନ୍ ପାଇଲୁ। ଜଣେ ଝିଅ ତାଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଆମର ଏକ ଟିମ୍ ପ୍ରାୟ ୧୦ ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ନାବାଳିକା ଜଣଙ୍କ ବିପଜ୍ଜନକ ଅବସ୍ଥାରେ ଏକ ପ୍ଲାଷ୍ଟିକ ପାଇପକ ଧରି ବ୍ରିଜ୍‌ରେ ଝୁଲି ରହିଥିଲେ। ପୁଲିସ୍ ଟିମ୍‌ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। କିନ୍ତୁ ତାଙ୍କ ମା’ ଓ ଭଉଣୀ ନିଖୋଜ ଥିଲେ।

ଏହି ଘଟଣାରେ ପୁଲିସ ଦୁଇଟି ଟିମ୍ କରିଛି। ଗୋଟିଏ ଟିମ୍ ନିଖୋଜ ସୁହାସିନୀ ଓ ତାଙ୍କ ବର୍ଷକର ଝିଅକୁ ଖୋଜୁଛି। ଆଉ ଏକ ଟିମ୍ ଅଭିଯୁକ୍ତକୁ ଖୋଜୁଛି।

Murder Attempt To Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe