Advertisment

ମା’ କାଳୀଙ୍କ ଭୂମିକାରେ ଅଭିନୟ କରୁଥିଲା, ସତରେ କାଟି ଦେଲା ନାବାଳକର ତଣ୍ଟି

ଘଟଣା ପରେ ପୁଲିସ୍‌ ପହଞ୍ଚିବା ସହ ୧୪ ବର୍ଷର ଅଭିଯୁକ୍ତ ଓ ଆଉ ୨ ଜଣ ଛୋଟ ପିଲାଙ୍କୁ ଜେରା ପାଇଁ ଥାନାରେ ଅଟକ ରଖିଛି।

author-image
Hemant Lenka
Crime

Crime

ଭାଗବତ କଥା ନାଟକ ବେଳେ ଘଟିଛି ବଡ଼ ଅଘଟଣ। ନାଟକରେ ମା’ କାଳୀଙ୍କ ଭୂମିକାରେ ଅଭିନୟ କରୁଥିବା ୧୪ ବର୍ଷର ବାଳକ ରାକ୍ଷାସ ଭୂମିକାରେ ଅଭିନୟ କରୁଥିବା ଜଣେ ୧୧ ବର୍ଷର ପିଲାର ତଣ୍ଟି କାଟି ଦେଇଛି।

Advertisment

ଗୁରୁତର ଅବସ୍ଥାରେ ୧୧ ବର୍ଷର ବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶର କାନପୁର ଠାରେ ଏଭଳି ଅଘଟଣ ଘଟିଛି।

ଘଟଣା ପରେ ପୁଲିସ୍‌ ପହଞ୍ଚିବା ସହ ୧୪ ବର୍ଷର ଅଭିଯୁକ୍ତ ଓ ଆଉ ୨ ଜଣ ଛୋଟ ପିଲାଙ୍କୁ ଜେରା ପାଇଁ ଥାନାରେ ଅଟକ ରଖିଛି।

Advertisment

ପୁଲିସର ସୂଚନା ଅନୁସାରେ, କାନପୁରର ବିଲହାଉର ଅନ୍ତର୍ଗତ ବାମଭିୟାନପୁର ଗାଁରେ ରହୁଥିବା ସୁଭାଷ ସୈନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭାଗବତ କଥା କାର୍ଯ୍ୟକ୍ରମ ଚାଲିଥିଲା।

କାର୍ଯ୍ୟକ୍ରମ ବେଳେ ଗୋଟିଏ ପ୍ରଜ୍ଞାପନ ମେଢ଼ ବାହାରି ଥିଲା ଓ ଏଥିରେ ଛୋଟ ପିଲମାନେ ଭଗବତ କଥାର ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ। ଏହି ସମୟରେ ମା’ କାଳୀଙ୍କ ଭୂମିକାରେ ଥିବା ୧୪ ବର୍ଷ ବୟସର ପିଲଟି ରାକ୍ଷାସ ଭୂମିକାରେ ଥିବା ୧୧ ବର୍ଷର ପିଲାର ବେକରେ ଛୁରୀ ଲଗାଇଥିଲା। ଅଭିନୟରେ ସେ ଏତେ ମାତ୍ରାରେ ହଜି ଯାଇଥିଲା ଯେ ସେ ୧୧ ବର୍ଷର ପିଲାଟିର ତଣ୍ଟିକୁ କାଟି ଦେଇଥିଲା।

ବେକ କଟି ଯିବାରୁ ୧୧ ବର୍ଷର ପିଲାଟି ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଗାଁ ଲୋକଙ୍କ କହିବା କଥା ଯେ ଅଭିଯୁକ୍ତକୁ ନକଲି ତ୍ରିଶୁଳ ବ୍ୟବହାର କରିବାକୁ କୁହାଯାଇଥିଲା। ସେ ତ୍ରିଶୁଳ ନ ପାଇବାରୁ ନିଜ ସହ ଗୋଟିଏ ଧାରୁଆ ଛୁରୀ ନେଇ ଆସିଥିଲା। ଛୁରୀକୁ କେବଳ ପ୍ରତିକାତ୍ମକ ଭାବେ ରାକ୍ଷାସ ଭୂମିକାରେ ଥିବା ପିଲାଟିର ବେକରେ ଲଗାଇବାକୁ କୁହାଯାଇଥିଲା। ହେଲେ ସେ ସତରେ ୧୧ ବର୍ଷର ପିଲାଟିର ତଣ୍ଟି କାଟି ଦେଇଥିଲା।

ପୁଲିସ୍‌ ଏବେ ୧୧ ବର୍ଷର ପିଲାଟିର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବ ସହ ଅଭିଯୁକ୍ତ ଓ ଆୟୋଜକମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ। ଏହାପରେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Uttar Pradesh Crime Police