Advertisment

ଜଙ୍ଗଲ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ ବୟଫ୍ରେଣ୍ଡର ୧୦ ଜଣ ବନ୍ଧୁ, ସମସ୍ତ ଅଭିଯୁକ୍ତ ନାବାଳକ

ସମସ୍ତ ଅଭିଯୁକ୍ତ ମଧ୍ୟ ନାବାଳକ। ସେମାନଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ହେବ।

Jungle

Jungle

Advertisment

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ବେଲଜିୟମରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଜଙ୍ଗଲ ଭିତରେ କରାଯାଇଛି ଗଣଦୁଷ୍କର୍ମ। ନାବାଳିକାଙ୍କ ବୟଫ୍ରେଣ୍ଡର ୧୦ ଜଣ ସାଙ୍ଗ ଏଭଳି କାଣ୍ଡ ଘଟାଇଛନ୍ତି।

Advertisment

ସମସ୍ତ ଅଭିଯୁକ୍ତ ମଧ୍ୟ ନାବାଳକ। ସେମାନଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ହେବ। ଇଷ୍ଟର ଛୁଟି ସମୟରେ ନାବାଳିକାଙ୍କୁ ଏପ୍ରିଲ ୨ରୁ ୬ ତାରିଖ ମଧ୍ୟରେ ୧୦ ନାବାଳକ ୩ ଥର ଯୌନ ନିର୍ଯାତନା ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କୁ ପ୍ରଥମେ ପ୍ରଲୋଭିତ କରାଇ ତାଙ୍କ କିଶୋର ବୟଫ୍ରେଣ୍ଡ ଫ୍ରାନ୍ସ ସୀମା ଠାରୁ ୫ କିମି ଦୂର ପଶ୍ଚିମ ଫ୍ଲାଣ୍ଡର୍ସର କାବୌଟେରବସ ସ୍ଥିତ ଜଙ୍ଗଲକୁ ନେଇ ଯାଇଥିଲେ।

Advertisment

ସେଠାରେ ତାଙ୍କୁ ବୟଫ୍ରେଣ୍ଡଙ୍କ ବନ୍ଧୁମାନେ ଯୌନ ନିର୍ଯାତନା ଦେଇଥିଲେ। ସେଠାରେ ତାଙ୍କୁ ୨ ଦିନ ବନ୍ଦୀ କରି ମଧ୍ୟ ରଖାଯାଇଥିଲା। ଅଭିଯୁକ୍ତମାନେ ପୂରା ଘଟଣାର ଭିଡିଓ ରେକର୍ଡିଂ କରିଥିଲେ ଓ ଏହାକୁ ସୋଶାଲ ମିଡିଆରେ ମଧ୍ୟ ଅପଲୋଡ କରି ଦେଇଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଅଟକ କେନ୍ଦ୍ର ଓ ୪ ଜଣଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ସରକାରୀ ଓକିଲ ଟମ ଜାନସେନ୍ସ କହିଛନ୍ତି, ଯୁବ ଅଭିଯୁକ୍ତର ବୟସ ୧୧ ବର୍ଷ।

ଅଭିଯୁକ୍ତମାନେ ନାବାଳକ ହୋଇଥିବାରୁ ସେମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଉ ନାହିଁ। କିନ୍ତୁ ସମସ୍ତଙ୍କୁ ଚିହ୍ନଟ କରାଯାଇଛି ଓ ଅଟକ ରଖାଯାଇଛି। ଜୁଭେନାଇଲ କୋର୍ଟ ଆବଶ୍ୟକ ପଦକ୍ଷେପ ନେବେ। ଏବେ ଆମର ଫୋକସ ପୀଡ଼ିତାଙ୍କ ଉପରେ ରହିଛି। ତାଙ୍କର କାଉନସେଲିଂ କରାଯାଇଛି।

Stop Rape Germany
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe