/odisha-reporter/media/post_attachments/uploadimage/library/16_9/16_9_0/anjali_1750763449.jpg)
anjali
କଅଁଳ ବୟସରେ ପ୍ରେମ କରୁଥିଲେ। ନିଜ ବୟସ ୧୬ ଓ ପ୍ରେମିକର ବୟସ ୧୯। ନାବାଳିକା ଥାଇ ମଧ୍ୟ ପ୍ରେମ ପାଇଁ ଘର ଛାଡ଼ି ଦେଇଥିଲେ। ୧୬ ବର୍ଷୀୟ ଝିଅର ଏସବୁ ହରକତକୁ ମା’ ଜୋରଦାର ବିରୋଧ କରି ଚାଲିଥିଲେ। ବାସ୍ ଏଥିପାଇଁ ନାବାଳିକା ଝିଅ ନିଜ ପ୍ରେମିକ ଓ ପ୍ରେମିକଙ୍କ ଭାଇଙ୍କୁ ଡାକି ମା’ଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି।
ତେଲଙ୍ଗାନାର ମେଡକାଲ ଠାରେ ଏପରି ଘଟଣା ଘଟିଛି। ଘଟଣା ପରେ ପୁଲିସ ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ନିଜ ହେପାଜତକୁ ନେଇଛି। ପୁଲିସ୍ର କହିବା କଥା ଯେ ହତ୍ୟା ଯୋଜନା ନାବାଳିକା ଜଣଙ୍କ ତାଙ୍କ ୧୯ ବର୍ଷୀୟ ପ୍ରେମିକ ଓ ତାଙ୍କ ସାନ ଭାଇଙ୍କ ସହ ମିଶି ପ୍ରସ୍ତୁତ କରିଥିଲା।
ଯୋଜନା ଅନୁସାରେ ଘଟଣା ଦିନ ନାବାଳିକାଙ୍କ ମା’ ଅଞ୍ଜଳି ମେଡକାଲ ସ୍ଥିତ ଘରେ ପୂଜା କରୁଥିବା ବେଳେ ୧୯ ବର୍ଷୀୟ ପ୍ରେମିକ ଓ ତାଙ୍କ ଭାଇ ସେଠାରେ ପହଞ୍ଚିଥିଲେ। ଏହାପରେ ନାବାଳିକାଙ୍କ ସହ ମିଶି ସେମାନେ ଅଞ୍ଜଳିଙ୍କ ତଣ୍ଟି ଚିପି ଦେଇଥିଲେ। ତଣ୍ଟି ଚିପି ଥିଲେ ମଧ୍ୟ ଅଞ୍ଜଳି ପ୍ରାଣ ହରାଇଛନ୍ତି କି ନାହିଁ ସେକଥା ଝିଅ ଜାଣି ପାରି ନଥିଲା। ତେଣୁ ସେ ନିଜର ବୟଫ୍ରେଣ୍ଡ ଓ ତାଙ୍କ ଭାଇଙ୍କୁ ପୁଣି ଡାକି ଥିଲେ। ମା’ଙ୍କୁ ହତ୍ୟାକୁ ସେମାନେ ନିଶ୍ଚିତ କରନ୍ତୁ ବୋଲି ସେ ଚାହିଁଥିଲେ।
ନାବାଳିକାଙ୍କ ଠାରୁ ଏକଥା ଶୁଣିବା ପରେ ତାଙ୍କ ପ୍ରେମିକ ଓ ଭାଇ ମିଳିତ ଭାବେ ଗୋଟିଏ କାନ୍ଥରେ ଅଞ୍ଜଳିଙ୍କ ମୁହଁ ଓ ମୁଣ୍ଡକୁ ବାରମ୍ବାର ଛେଚିବାକୁ ଲାଗିଥିଲେ। ଲୁହା ରଡରେ ମଧ୍ୟ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣାର ଗୋଟିଏ ସପ୍ତାହ ପୂର୍ବରୁ ନାବାଳିକା ଜଣଙ୍କ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇ ଯାଇଥିଲେ। କିନ୍ତୁ ଅଞ୍ଜଳି ପୁଲିସ୍ରେ ଅଭିଯୋଗ କରିବାରୁ ୩ ଦିନ ପରେ ସେ ଘରକୁ ଫେରି ଆସିଥିଲେ। ମା’ ଅଞ୍ଜଳି ପ୍ରେମ ସମ୍ପର୍କକୁ ବିରୋଧ କରୁଥିବା ନାବାଳିକା ଝିଅ ସହ ତାଙ୍କର ପାଟିତୁଣ୍ଡ ହେଉଥିଲା। ଏଥିପାଇଁ ସେ ନିଜ ପ୍ରେମିକଙ୍କୁ ହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ପୁଲିସ୍ କହିଛି।
ଜେଡିମେତାଲ ପୁଲିସ୍ ଇନସପେକ୍ଟର ଜି ମଲ୍ଲେଶ କହିଛନ୍ତି, ମା’ ଓ ଝିଅଙ୍କ ମଧ୍ୟରେ ଭୟଙ୍କର ତିକ୍ତତା ଚାଲିଥିଲା। ପୁଲିସ ବୟଫ୍ରେଣ୍ଡ ଜଣଙ୍କ ନାବାଳକ କି ନୁହେଁ, ସେକଥା ଯାଞ୍ଚ କରୁଛି। ଅବଶ୍ୟ ଆଧାର କାର୍ଡରେ ବୟସ ୧୯ ରହିଛି। କନ୍ତୁ କୋର୍ଟରେ ଆଧାର କାର୍ଡ ଗ୍ରହଣଯୋଗ୍ୟ ହେବ ନାହିଁ। ଏବେ ହତ୍ୟାରେ ସାମିଲ ଥିବା ନାବାଳିକା ଓ ତାଙ୍କ ପ୍ରେମିକଙ୍କ ସାନ ଭାଇକୁ ବାଳ ସୁଧାର ଗୃହକୁ ଆଇନ ଅନୁସାରେ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
