Advertisment

ମା’ଙ୍କ ଲିଭ-ଇନ୍‌-ପାର୍ଟନର ସାଜିଲେ ଯୌନ ରାକ୍ଷସ, ନାବାଳିକା ଝିଅକୁ ଛାଡ଼ିଲେନି

କେବଳ ଥରେ ନୁହେଁ, ନାବାଳିକାଜଣକ ଏପରି ବହୁଥର ଅପାଶବିକ ଅତ୍ୟାଚାରର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଦ୍ୟତନ ହୋଇଛି
Minor Girl

Minor Girl

Advertisment

ମା’ଙ୍କ ଲିଭ-ଇନ୍‌-ପାର୍ଟନରଙ୍କ ଯୌନ ଲାଳସାର ଶିକାର ହେଲେ ନାବାଳିକା ଝିଅ। କେବଳ ଥରେ ନୁହେଁ, ନାବାଳିକାଜଣକ ଏପରି ବହୁଥର ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ବାନ୍ଧିଛି।

Advertisment

ଅଭିଯୁକ୍ତଜଣକ ଜଣେ ବସ୍‌ ଡ୍ରାଇଭର ଭାବେ କାମ କରନ୍ତି। ସମ୍ପୃକ୍ତ ମହିଳାଙ୍କର ୩ ସନ୍ତାନ ଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଦେଇଥିଲେ। ମହିଳାଜଣକ ବସ୍‌ ଡ୍ରାଇଭରଙ୍କ ସଂସ୍ପର୍ଶରେ ଆସିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାପରେ ଅଭିଯୁକ୍ତଜଣକ ଗତ ୮ ବର୍ଷ ହେବ ମହିଳାଙ୍କ ଘରେ ରହି ଆସୁଥିଲେ। ଉଭୟଙ୍କର ଏକ ପୁଅ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ଘରେ କେହି ନ ଥିବା ସୁଯୋଗରେ ଅଭିଯୁକ୍ତଜଣକ ମହିଳାଙ୍କ ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ। ଏପରିକି ଏହି ଘଟଣା ବାହାରେ ପ୍ରଘଟ କଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ଧମକ ଦେଇଥିଲେ। ଏହାପରେ ସେ ବହୁ ଥର ନାବାଳିକାଙ୍କ ବଳାତ୍କାର କରିଥିଲେ।

Advertisment

ଏଥିରେ ଅତିଷ୍ଠ ହୋଇ ନାବାଳିକାଜଣକ ଏନେଇ ନିଜ ମା’ଙ୍କୁ ଅବଗତ କରିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି।

Delhi Minor Girl Rapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe