Advertisment

ନାବାଳିକା ଘରୋଇ ସହାୟିକାଙ୍କୁ ଅକଥନୀୟ ନିର୍ଯାତନା: ପିଟିଲେ, କୁକୁର ଲଗାଇ କ୍ଷତାକ୍ତ କଲେ, ଉଲଗ୍ନ କରି ଭିଡିଓ ଉଠାଇଲେ

ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା ପାର କରି ଯାଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Teen

Teen

ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ସେ ଯେଉଁ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ, ସେଠାରେ ତାଙ୍କ ସହ ଘଟିଛି ଭୟଙ୍କର କାଣ୍ତ। ଘରର ମାଲିକାଣୀ ଓ ତାଙ୍କର ଦୁଇ ପୁଅ ନିର୍ଯାତନାର ସବୁ ସୀମା ପାର କରି ଯାଇଛନ୍ତି।

Advertisment

ମହିଳା ଜଣଙ୍କ ତାଙ୍କୁ ପ୍ରବଳ ପିଟିବା ସହ କୁକୁର ଦ୍ୱାରା ନାବାଳିକାଙ୍କୁ କ୍ଷତାକ୍ତ କରାଇଛନ୍ତି। ତାଙ୍କ ଦେହରେ କାମୁଡ଼ା ଦାଗ ବି ରହିଛି। ଖାଲି ସେତିକି ନୁହେଁ, ନାବାଳିକାଙ୍କୁ ମହିଳାଙ୍କ ଦୁଇ ବଳପୂର୍ବକ ଉଲଗ୍ନ କରି ଭିଡିଓ ଶୁଟିଂ ମଧ୍ୟ କରିଛନ୍ତି। ଗୁରୁଗ୍ରାମରେ ଏପରି ଘଟଣା ଘଟିଛି।

ଏନେଇ ପୀଡ଼ିତାଙ୍କ ମା’ ଅଭିଯୋଗ କରିବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଛି। ନାବାଳିକା ଜଣଙ୍କ କାମ କରୁଥିବା ଘରର ମହିଳା ଜଣଙ୍କ ତାଙ୍କୁ ସବୁବେଳେ ଛୋଟ ମୋଟ ଭୁଲ ପାଇଁ ଲୁହା ରଡ ଓ ହାତୁଡ଼ିରେ ମାଡ଼ ମାରୁଥିଲେ। ମହିଳାଙ୍କ ଦୁଇ ପୁଅ ନାବାଳିକାଙ୍କୁ ଉଲଗ୍ନ କରାଇ ଭିଡିଓ କରିବା ସହ ଆପତ୍ତିଜନକ ଭାବେ ସ୍ପର୍ଶ ବି କରୁଥିଲେ।

Advertisment

ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ପାଟିକୁ ବନ୍ଦ କରି ଗୋଟିଏ ରୁମ ଭିତରେ ସବୁବେଳେ ରଖାଯାଉଥିଲା। ତାଙ୍କୁ ୪୮ ଘଣ୍ଟାରେ ଥରେ ଖାଇବାକୁ ମିଳୁଥିଲା। ଘରର ମାଲିକାଣୀ ତାଙ୍କ ହାତରେ ଏସିଡ ଢାଳିବା ସହ ନିର୍ଯାତନା ସମ୍ପର୍କରେ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।

ତେବେ କୌଶଳକ୍ରମେ ନାବାଳିକା ଜଣଙ୍କ ଶନିବାର ଘରୁ ଖସିବାକୁ ସକ୍ଷମ ହୋଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏନେଇ ପୀଡ଼ିତାଙ୍କ ମା’ ସେକ୍ଟର ୫୧ରେ ଥିବା ମହିଳା ପୁଲିସ୍‌ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି।

ବିହାରର ମୂଳ ବାସିନ୍ଦା କାମ ଅନ୍ୱେଷଣରେ ଗୁରୁଗ୍ରାମ ଆସିଥିଲେ। ଜୁନ ୨୭ରେ କାର ସଫା କାମରେ ନିୟୋଜିତ ଥିବା ଜଣେ ବ୍ୟକ୍ତି ନାବାଳିକାଙ୍କୁ ଘରୋଇ ସହାୟିକା ଭାବେ ନିଯୁକ୍ତି ଦେବାକୁ ଅଭିଯୁକ୍ତଙ୍କ ଘରକୁ ଆଣିଥିଲେ।

ସେଠାରେ ମାସିକ ୯ ହଜାର ଟଙ୍କା ସହ ଖାଇବା ଓ ରହିବା ପାଇଁ ଡିଲ ହୋଇଥିଲା। ନାବାଳିକାଙ୍କ ମା’ ଏଥିରେ ରାଜି ହୋଇଥିଲେ। ଏପରି କି ଦୁଇ ମାସ ତାଙ୍କୁ ଠିକଣା ସମୟରେ ଘରର ମାଲିକାଣୀ ଦରମା ବାବଦରେ ୯ ହଜାର ଟଙ୍କା ଲେଖାଏ ଦେଇଥିଲେ।

କିନ୍ତୁ ଏହାପରେ ସେ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ନାବାଳିକାଙ୍କୁ ବାହାରକୁ ନ ଛାଡ଼ି ଘର ଭିତରେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। କୁକୁର ଲଗାଇ ତାଙ୍କୁ କାମୁଡ଼ିବା ଭଳି କାମ ମଧ୍ୟ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ୍‌ ଘରର ମହିଳା ଓ ଦୁଇ ପୁଅଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା କରିଛି।

Acid Attack Stop Rape