Advertisment

ଜେଲ୍‌ରୁ ଫେରିଥିବା ଭାଇ ସହ ମିଶି ଯୁବତୀଙ୍କ ମୁଣ୍ଡ କାଟିଲା

ଜଣେ ୧୯ ବର୍ଷୀୟ ଯୁବତୀଙ୍କ କୁରାଢ଼ିରେ ମୁଣ୍ଡ କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
UP brother out on bai hack to death woman

UP brother out on bai hack to death woman

Advertisment

ନୃଶଂସ। ଲୋମ ଟାଙ୍କୁରା ଦୃଶ୍ୟ। ବିଚ୍‌ ରାସ୍ତାରେ ଗଡ଼ିଲା ମୁଣ୍ଡ। ଜଣେ ୧୯ ବର୍ଷୀୟ ଯୁବତୀଙ୍କ କୁରାଢ଼ିରେ କାଟିଦେଲେ ମୁଣ୍ଡ। ଦୁଇ ଭାଇ ମିଶି ଦିନ ଦ୍ୱିପହରେ ଘଟାଇଲେ ଏହି ନାରକୀୟ କାଣ୍ଡ। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାର ଢ଼େରହା ଗାଁ। ସୋମବାର ସନ୍ଧ୍ୟାରେ ଗାଁର ଜଣେ ୧୯ ବର୍ଷୀୟ ଯୁବତୀ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ଗାଁର ମଝି ରାସ୍ତାରେ ଅଶୋକ ଓ ଜେଲ୍‌ରୁ ଫେରିଥିବା ପବନ ନିଶାଦ ଦୁଇ ଭାଇଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଏହି ଝଗଡା ପରେ ଉଗ୍ର ରୂପ ନେଇଥିଲେ। ପରେ ଦୁଇ ଭାଇ ମିଶି ଉକ୍ତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ। ବିଚ୍‌ ରାସ୍ତାରେ କୁରାଢ଼ିରେ ଯୁବତୀଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ।

ରାସ୍ତା ଉପରେ ହୋଇଥିବା ଏହି ଆକ୍ରମଣକୁ ଲୋକେ ଦେଖୁଥିଲେ ମଧ୍ୟ କେହି ଯୁବତୀଙ୍କୁ ସାହାଯ୍ୟ କରିବାକୁ ସାହାସ କରି ନଥିଲେ। ଆକ୍ରଣମ ପରେ ଘଟଣାସ୍ଥଳରେ ହିଁ ପୀଡିତାଙ୍କ ମୃତ୍ୟୁ ହୋଇଥିଲା। ସେପଟେ ଘଟଣାସ୍ଥଳରୁ ଦୁଇ ଭାଇ ଫେରର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଗାଁ ଲୋକଙ୍କ କହିବା ମୁତାବକ, କିଛି ଦିନ ପୂର୍ବେ ହିଁ ଅଶୋକ ନିଷାଦ ବେଲ୍‌ରେ ଆସିଥିଲା। ସେ ଏକ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲା। ସେହିପରି ତା'ଭାଇ ପବନ ଉପରେ ମୃତ ଯୁବତୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହାପରେ ଅଭିଯୁକ୍ତ ପବନ ଲଗାତର ପୀଡିତାଙ୍କ ପରିବାରକୁ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଚାପ ପକାଉଥିଲା। କିନ୍ତୁ ପୀଡିତାଙ୍କ ପରିବାର ରାଜି ନଥିଲେ।

ଦୁଇ ଦିନ ପୂର୍ବେ ପବନର ବଡ଼ ଭାଇ ଅଶୋକ ଜେଲ୍‌ରୁ ଫେରିବା ପରେ ଦୁହେଁ ମିଶି ପୀଡିତାଙ୍କ ପରିବାରକୁ ଧମକ ଦେଇଥିଲେ। ଏହାକୁ ନେଇ ପୁଣି ଥରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଉପୁଜିଥିଲା। ଏହାପରେ ଉଭୟ ଭାଇ ମିଶି ଦୁଷ୍କର୍ମ ପୀଡିତାଙ୍କୁ ହିଁ କୁରାଢ଼ିରେ ହାଣୀ ହତ୍ୟା କରିଥିଲେ। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ୍‌ ଚଳାଇଛି।

Uttar Pradesh News Hack To Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe