Advertisment

୧୯୮୨ରେ ନାବାଳିକାଙ୍କୁ ଦୁଷ୍କର୍ମ ସହ ୫୯ ଥର ଛୁରୀ ଭୁଷି ହତ୍ୟା କରିଥିଲା, ୪୩ ବର୍ଷ ପରେ ଧରାପଡ଼ିଲା

୧୯୮୨ ମସିହାରେ ଜଣେ ୧୫ ବର୍ଷର ଝିଅକୁ ଦୁଷ୍କର୍ମ କରିବା ସହ ୫୯ ଥର ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

author-image
Hemant Lenka
Killer

Killer

ଅପରାଧ କରିଛ ମାନେ ଦଣ୍ଡ ପାଇବ। ନ୍ୟାୟ ବିଳମ୍ବିତ ହୋଇପାରେ, କିନ୍ତୁ ଏହାର ଫାସରୁ କେହି ବର୍ତ୍ତି ପାରିବେ ନାହିଁ। ନିଜର କୁକର୍ମକୁ ଏଜନ୍ମରେ ହିଁ ଭୋଗିବାକୁ ପଡ଼ିବ। ଏସବୁ କଥା ସତ ପ୍ରମାଣିତ ହୋଇଛି। ଦୀର୍ଘ ୪୩ ବର୍ଷ ତଳେ ଅତ୍ୟନ୍ତ ଜଘନ୍ୟକାଣ୍ଡ ଘଟାଇଥିବା ଜଣେ ବ୍ୟକ୍ତିକୁ ଶେଷରେ ପୁଲିସ୍‌ ଗିରଫ କରିଛି। ଏହାପରେ ମାମଲାର ଶୁଣାଣି କୋର୍ଟ ତା’କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥାତ ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲରେ ରହିବ।

Advertisment

ପୂରା ଘଟଣା ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି। ୧୯୮୨ ମସିହାରେ ଜଣେ ୧୫ ବର୍ଷର ଝିଅକୁ ଦୁଷ୍କର୍ମ କରିବା ସହ ୫୯ ଥର ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଭୟଙ୍କର ଘଟଣା ପଛରେ ଥିଲା ଗ୍ୟାରୀ ରାମିରେଜ। ଅପରାଧ ଘଟାଇଲା ବେଳେ ତା’କୁ ୩୮ ବର୍ଷ ହୋଇଥିଲା। ଏବେ ସେ ୭୮ ବର୍ଷ ବୟସର ବୃଦ୍ଧ।

ପୁଲିସ୍‌ ତା’କୁ ୪୩ ବର୍ଷ ପରେ ଚିହ୍ନଟ କରିଛି ଓ ଡିଏନଏ ପ୍ରମାଣ ବଳରେ ତାକୁ କୋର୍ଟରେ ହାଜର କରାଇ ସବୁ ଅପରାଧର ହିସାବନିକାଶ କରିଛି। ରାମିରେଜ ୧୯୮୨ ମସିହାରେ ୧୫ ବର୍ଷର ଝିଅ କାରେନ ଷ୍ଟିଟ୍ଟଙ୍କୁ କାଲିଫର୍ଣ୍ଣିଆର ସନ୍ନିଭାଲେରେ ଦୁଷ୍କର୍ମ ସହ ହତ୍ୟା କରିଥିଲା।

Advertisment

୪୩ ବର୍ଷ ପରେ ବିଚାରପତି ହାନଲେ ଚେୱ ମାମଲାର ଶୁଣାଣି କରି ରାମିରେଜକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାଉଇ ନିବାସୀ ରାମିରେଜ ୧୯୮୨ ମସିହା ହତ୍ୟା ଘଟଣାରେ ନୋ-କଣ୍ଟେଷ୍ଟ ଆବେଦନ କରିଥିଲା।

୧୯୮୨ ମସିହା କାରେନ ହତ୍ୟାକାଣ୍ଡ ବେଶ କିଛି ଦଶନ୍ଧି ଧରି ରହସ୍ୟ ମଧ୍ୟରେ ରହିଥିଲା। କିନ୍ତୁ ୨୦୨୨ରେ ତଦନ୍ତକାରୀ ଅଧିକାରୀମାନେ ଗ୍ୟାରୀ ରାମିରେଜ ଉପରେ ଫୋକସ କରିଥିଲେ। ଏହାପରେ ପ୍ରମାଣ ଖୋଜି ତା’କୁ କୋର୍ଟର କାଠ ଗଡ଼ାକୁ ଆଣିଥିଲେ।

୧୯୮୨ ମସିହାର ସେପ୍ଟେମ୍ବର ସନ୍ଧ୍ୟାରେ କାରେନ ନିଜର ପାଲୋ ଅଲଟୋ ସ୍ଥିତ ଘରୁ ୧୦ ମାଇଲ ଦୂରରେ ଥିବା ସନ୍ନିଭାଲେକୁ ନିଜର ବୟଫ୍ରେଣ୍ଡଙ୍କୁ ଭେଟିବାକୁ ଯାଇଥିଲେ। ମଧ୍ୟରାତ୍ର ବେଳକୁ ବୟଫ୍ରେଣ୍ଡଙ୍କ ଠାରୁ ବିଦାୟ ନେଇ ସେ ଘରକୁ ଯିବାକୁ ଚାହିଁଥିଲେ। ଏଥିପାଇଁ କାରେନ ୱଲଫ ରୋଡ ଓ ଇଆଇ କାମିନୋ ରିୟଲ ଜଙ୍କସନରେ ବସ ଧରିବାକୁ ଅପେକ୍ଷା କରିଥିଲେ। 

କିନ୍ତୁ ସେ ଆଉ ଘରକୁ ଫାରି ନଥିଲେ। ପର ଦିନ ସକାଳୁ ବସ୍‌ ଷ୍ଟାଣ୍ଡ ଠାରୁ ୧୦୦ ୟାର୍ଡ ଦୂରତାରୁ ତାଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପ୍ରଥମେ ଜଣେ ଟ୍ରକ ଡ୍ରାଇଭର ବୁଦା ମୂଳରେ ପଡ଼ିଥିବା ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ମୃତଦେହ ମିଳିଥିବା ସ୍ଥାନର ଚାରିଆଡ଼େ ରକ୍ତର ଛିଟା ପଡ଼ିଥିଲା। କାରେନଙ୍କ ଦେହରେ ହତ୍ୟାକାରୀର ରକ୍ତ ନମୁନା ଓ ଅନ୍ୟ ଫ୍ଲୁଇଡ୍ସ ଲାଗି ରହିଥିଲା। ତାଙ୍କୁ ଦୁଷ୍କର୍ମ କରାଯିବା ସହ ୫୯ ଥର ଛୁରୀ ଭୁଷା ଯାଇଥିଲା।

ପ୍ରଥମେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡଙ୍କୁ ଜେରା କରିଥିଲା। ବିଳମ୍ବିତ ରାତିରେ କାରେନଙ୍କୁ ସେ ଏକାକୀ ଛାଡ଼ି ଥିବା ସ୍ୱୀକାର କରିଥିଲେ। ସେ ଏପରି କରିବାକୁ ମଧ୍ୟ ଚାହୁଁ ନଥିଲେ। କିନ୍ତୁ ଏତେ ରାତିରେ ସେ ବାହାରକୁ ଗଲେ ସମସ୍ୟା ହେବାର ଆଶଙ୍କା ଥିବାରୁ ନିଜର ଗର୍ଲଫ୍ରେଣ୍ଡଙ୍କୁ ଏକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ହତ୍ୟାରେ ତାଙ୍କର କୌଣସି ପ୍ରକାରର ଭୂମିକା ନଥିବା ସେ କହିଥିଲେ।

ଡିଏନଏ ପରୀକ୍ଷା ଓ ଅନ୍ୟାନ୍ୟ ତଥ୍ୟକୁ ଯାଞ୍ଚ କରି ପୁଲିସ୍‌ କାରେନଙ୍କ ବୟଫ୍ରେଣ୍ଡଙ୍କୁ ୨୦୦୦ ମସିହାରେ କ୍ଲିନଚିଟ ଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ମାମଲା ଥଣ୍ଡା ପଡ଼ି ଯାଇଥିଲା। କିନ୍ତୁ ୨୦୨୧ରେ ସନ୍ନିଭାଲେ ପୁଲିସ୍‌ର ଜଣେ ଡିଟେକଟିଭ ଗୋଟିଏ ସୂତ୍ରରୁ କାରେନଙ୍କ ହତ୍ୟା ସହ ଜଡ଼ିତ ଗୁପ୍ତ ତଥ୍ୟ ପାଇଥିଲେ। ଫ୍ରେସନୋର ୪ ଭାଇଙ୍କ ମଧ୍ୟରୁ ଜଣେ ସମ୍ଭବତଃ କାରେନଙ୍କୁ ହତ୍ୟା କରିଥିବା ଖବର ମିଳିଥିଲା। ଖବା ମିଳିବା ମାତ୍ରେ ତଦନ୍ତର ଫାଇଲ ଖୋଲିଥିଲା।

୪ ଭାଇଙ୍କ ମଧ୍ୟରୁ ଗ୍ୟାରୀ ରାମିରେଜଙ୍କ ଉପରେ ସନ୍ଦେହ ବଢ଼ିଥିଲା। ତାକୁ ଜେରା କରାଯିବା ସହ ରକ୍ତ ନମୁନା ଓ ଫ୍ଲୁଇଡ୍ସ ନମୁନାକୁ ୪୩ ବର୍ଷ ତଳେ ମିଳିଥିବା ନୁମନା ସହ ମେଳ କରାଯାଇଥିଲା। ଅପରାଧ ଘଟିଥିବା ସ୍ଥାନରୁ ମିଳିଥିବା ରକ୍ତ ଓ ଅନ୍ୟାନ୍ୟ ନମୁନା ପୁଲିସ୍‌କୁ ରାମିରେଜ ଉପରେ ସନ୍ଦେହ କରିବାକୁ ବାଧ୍ୟ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ସାନ୍ଥା କ୍ଲାରା କାଉଣ୍ଟୀ ଡିଏର କ୍ରାଇମ ଲ୍ୟାବ ପୁଲିସର ସନ୍ଦେହକୁ ନିଶ୍ଚିତ କରିଥିଲା। ପୁଲିସ୍‌ ରାମିରେଜକୁ ଗିରଫ କରିବା ସହ ଏବେ ସେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଛି।

Murder USA