Advertisment

ଅନୈତିକ ପ୍ରେମରୁ ଘର ମାଲିକଙ୍କୁ ନିର୍ମମ ଭାବେ ହତ୍ୟା

ପୁଲିସ୍‌ ମୃତକଙ୍କ ଘର ଭଡ଼ା ନେଇ ଦୋକାନ କରୁଥିବା ବ୍ୟକ୍ତି ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି। ଶରତ ଥାନା ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Woner

Woner

Advertisment

ଯାହାଙ୍କୁ ଭରସା କରି ହାତ ତିଆରି ଘର ଭଡ଼ାରେ ଦେଇଥିଲେ ସେଇ ଜହ୍ଲାଦ ଭଡ଼ାଟିଆ ହାତରେ ଦିନେ ନିଜ ଜୀବନ ଯିବ ବୋଲି ଭାବି ନଥିଲେ ଘର ମାଲିକ। ଅନୈତିକ ପ୍ରେମ ସମ୍ପର୍କରେ ଜାଣି ଦେବାରୁ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ସହ ମିଶି ଘର ମାଲିକଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପାଇଁ ମୟୂରଭଞ୍ଜରେ ପ୍ଲାନିଂ ହୋଇଥିବା ବେଳେ ବାଲେଶ୍ୱରର ନୀଳଗିରି ଘଟିଛି ହତ୍ୟାକାଣ୍ଡ।

Advertisment

ମୃତଦେହ ଗୋଟିଏ ଜଙ୍ଗଲରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ପୁଲିସ୍‌ ମୃତକଙ୍କ ଘର ଭଡ଼ା ନେଇ ଦୋକାନ କରୁଥିବା ବ୍ୟକ୍ତି ଓ ତାଙ୍କର ଜଣେ ବନ୍ଧୁଙ୍କୁ ଗିରଫ କରିଛି। ଶରତ ଥାନା ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅଧୀନ କଟୁରିଆ ଅଞ୍ଚଳର ଶ୍ରୀରାମ ସିଂ ଏପ୍ରିଲ ୨୫ରୁ ନିଖୋଜ ଥିଲେ। ଏନେଇ ସ୍ତ୍ରୀ ମାଳତି ହେମ୍ରମ ଶରତ ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ଘଟଣାକୁ ପୁଲିସ୍‌ ଆଦୌ ହାଲୁକାରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା। ପରେ ଘଟଣାରେ ବଡ଼ ସୁରାକ ପାଇଥିଲା ଶରତ ପୁଲିସ।

Advertisment

ଶ୍ରୀରାମଙ୍କ ଘର ଭଡ଼ା ନେଇ ମୋବାଇଲ ଓ କମ୍ପ୍ୟୁଟର ଦୋକାନ କରିଥିବା ଭଡ଼ାଟିଆ ଜାମଦା ଅଞ୍ଚଳର ଅଶୋକ ସେଠୀ ଉପରେ ପୁଲିସ୍‌ ସନ୍ଦେହ ପ୍ରକଟ କରିଥିଲା। ଅଧିକ ତଦନ୍ତ କରାଯିବାରୁ ଅଶୋକ ହିଁ ଶ୍ରୀରାମଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ଜଣାପଡ଼ିଥିଲା। 

ଶ୍ରୀରାମଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଅଶୋକ ତାଙ୍କ ଘର ଭଡ଼ା ନେଇ ଦୋକାନ କରିଥିବା ବେଳେ ସେହି ପାଖରେ ଜଣେ ମହିଳା ବି ଭଡ଼ାରେ ଦୋକାନ କରିଥିଲେ। ସମୟକ୍ରମରେ ଅଶୋକ ଓ ଉକ୍ତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁଇ ଜଣଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ବିଷୟରେ ଶ୍ରୀରାମ ଗୋଟିଏ ଦିନ ଜାଣି ଦେଇଥିଲେ।

ସେ ଅଶୋକଙ୍କୁ ଏନେଇ ତାଗିଦ କରିଥିଲେ। ଏହା ଅଶୋକଙ୍କୁ ବେଶ ବାଧିଥିଲା। ଏଥିପାଇଁ ସେ ନିଜର ବନ୍ଧୁ ଅଶୋକ ମହାନ୍ତଙ୍କ ସହ ମିଶି ଶ୍ରୀରାମଙ୍କୁ ମାରି ଦେବାକୁ ଯୋଜନା କରିଥିଲେ। ଯୋଜନା ମୟୂରଭଞ୍ଜରେ କରାଯାଇଥିଲା। ସେମାନେ ଯୋଜନା ମୁତାବକ ଶ୍ରୀରାମଙ୍କୁ ୨୫ ତାରିଖରେ ଘରୁ ଡାକି ନେଇ ହତ୍ୟା କରିଥିଲେ। ଏହାପରେ ଉଦଳା ରାସ୍ତାର ଭାଲୁକାଶୁଣି ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିଲେ ବୋଲି ପୁଲିସ୍‌ କହିଛି।

ବରହମପୁର ଥାନା ଶେରଗଡ଼ ଝରଣାଘାଟି ରାଜ୍ୟ ରାଜପଥ ଭାଲୁକାଶୁଣି ନିକଟ ତିନି କୋଶିଆ ଜଙ୍ଗଲରୁ ପୁଲିସ ଶ୍ରୀରାମଙ୍କ ଗଳିତ ଶବ ଉଦ୍ଧାର କରିଛି।

ରାସ୍ତା ଉପରେ ରକ୍ତର ଛିଟା ପଡ଼ିଥିଲେ ହେଁ ଏହାକୁ ଲୁଚାଇବା ପାଇଁ ଅଭିଯୁକ୍ତମାନେ ମାଟି ପକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଏହାର ପର୍ଦ୍ଦାଫାସ କରି ଦେଇଛି। ଏଥିସହ ଦୁଇ ଜଣଙ୍କୁ ଗିରଫ କରିଛି।

Odisha Balasore Crime Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe