Advertisment

ଘର ଛାଡ଼ିବାକୁ କହିବାରୁ ମାଲିକକୁ ହତ୍ୟା କଲା ଭଡ଼ାଟିଆ

ଘର ମାଲିକଙ୍କୁ ହତ୍ୟା କରିବା ପରେ ଜଙ୍ଗଲରେ ଲୁଚିଥିଲା ଭଡ଼ାଟିଆ।

ଅଦ୍ୟତନ ହୋଇଛି
Murder

Murder

Advertisment

ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା କଲା ଭଡ଼ାଟିଆ। ପରେ ଜଙ୍ଗଲରେ ଯାଇ ଲୁଚିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୁଲିସ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗାଁର ଶଅର ସାହିରେ। ମୃତକ ହେଲେ ବାଉଁଶପାଳ ଶଅରସାହିର ରୋହିତ ପ୍ରଧାନ।

Advertisment

ବର୍ଷେ ତଳେ ନିର ଓ ତାଙ୍କ ସ୍ତ୍ରୀ ପପିନା ରୋହିତଙ୍କ ଘରେ ଆସି ଭଡ଼ାଟିଆ ଭାବେ ରହିଥିଲେ। ନିର ରୋହିତଙ୍କ ଘରେ ରହିଲା ବାଳେ ୪ମାସ ରହିବେ ବୋଲି ଚୁକ୍ତି କରିଥିଲେ। ହେଲେ ବର୍ଷେ ହେଲେ ରୋହିତଙ୍କ ଘରେ ରହିଆସୁଥିଲେ। ଗତକାଲି ରୋହିତ ନିରଙ୍କୁ ଘର ଛାଡ଼ିବା ପାଇଁ କହିଥିଲେ। ଏଥିରେ ନିର ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଘରୁ ଏକ ଠେଙ୍ଗା ଆଣି ରୋହିତଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ନିର ଯାଇ ଏକ ଜଙ୍ଗଲରେ ଲୁଚିଥିଲେ। ପୁଲିସ ନିରକୁ କାବୁ କରି ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ନିର ବିରୋଧରେ ସ୍ତ୍ରୀ ପପିନା ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତାଙ୍କୁ ପ୍ରେମ ବିବାହ କରି ଆଣିବା ଦିନ ଠାରୁ ସ୍ୱାମୀ ନିର ନିର୍ଯ୍ୟାତନା ଦେଇ ଆସୁଥିଲେ, ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି।

Advertisment
Murder Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe