ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକକୁ ଭଡ଼ାଟିଆ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ଶତପଥି।
ତମାଣ୍ଡୋ ଥାନା ଅର୍ନ୍ତଗତ ଏକ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାରେ ଆଜି ସକାଳେ ସୁଶାନ୍ତଙ୍କ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସୁଶାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Also Read
ଅନ୍ୟପକ୍ଷରେ ସୁଶାନ୍ତ ନିଜ ଘରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ଭଡ଼ାରେ ରଖିଥିଲେ। ସଂପୃକ୍ତ ଯୁବକ ଜଣକ ସୁଶାନ୍ତଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ତେବେ ସଂପୃକ୍ତ ଯୁବକ ଜଣଙ୍କ କାହିଁକି ସୁଶାନ୍ତଙ୍କୁ ହତ୍ୟା କଲେ, ଏହା ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନକ୍ସଲ ନା ଗାଁ ମୁଖିଆ? ମାଲକାନଗିରି ଏନକାଉଣ୍ଟରରେ ଟଳିଥିବା ବ୍ୟକ୍ତିଙ୍କୁ ନେଇ ସସ୍ପେନ୍ସ
ଏନକାଉଣ୍ଟର ପରେ ପୁଲିସ ଯାହାକୁ ହାଡକୋର ନକ୍ସଲ ବୋଲି ଦର୍ଶାଇଥିଲା ତାଙ୍କୁ ଗାଁ ମୁଖିଆ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଫଳରେ ଏହି ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ।
Crime
ଘରୋଇ କଳିର କରୁଣ ପରିଣତି; ବିଷ ପିଇଦେଲେ ୨ ଭଉଣୀ
ନଳିନୀଙ୍କ ମୃତ୍ୟୁ ପରେ ତାଙ୍କର ୨ବର୍ଷର ଶିଶୁଟି ନିଜ ମା’କୁ ଖୋଜି ହେଉଛି।
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।