Advertisment

ତୋରଣ ପୋତାକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ, ୧୬୩ ଧାରା ଲାଗୁ

ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩।

Police Deployed

Police Deployed

Advertisment

ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ BNSS ଧାରା ୧୬୩ ଲାଗୁ ହୋଇଛି।

Advertisment

ସୂଚନା ଅନୁସାରେ, ଛକରେ ବିଜେପି କର୍ମୀ ମାନେ ନୂଆବର୍ଷ ତୋରଣ ପୋତୁଥିବା ବେଳେ ଏହାକୁ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହିତ ଉତ୍ତେଜନା ଦେଖାଦେଇଥିଲା।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଶାନ୍ତ କରିବା ପରେ ଉଭୟ ଦଳର କର୍ମୀଙ୍କୁ ଥାନାକୁ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ତେବେ ଉଭୟ ପକ୍ଷ ଛକରେ ତୋରଣ ନିର୍ମାଣ ଜିଦ୍ ରେ ଅଟଳ ରହିବା ପରେ, ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ BNSS ଧାରା ୧୬୩ ଲାଗୁ ହୋଇଛି ।

Advertisment

ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଲାଗୁ ହେବା ସହିତ, ଉଭୟ ପକ୍ଷଙ୍କୁ ଦୁର୍ଗାମଣ୍ଡପ ଛକରେ କୌଣସି ପ୍ରକାର କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ରହିଛି। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଲାଗୁ ହୋଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି। ତେବେ ଏନେଇ ବିଜେପି, ବିଜେଡି କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ ମାଜିଷ୍ଟ୍ରେଟ ଶାନ୍ତି ସ୍ୱରୂପ ମିଶ୍ର କହିଛନ୍ତି, ତୋରଣ ପୋତାକୁ ନେଇ ଗତ କିଛି ଦିନ ହେବ  ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି। ଏହାର ସମାଧାନ ପାଇଁ ଉଦ୍ୟମ କରିଥିଲୁ । କିନ୍ତୁ ଏହାର କୌଣସି ସମାଧାନ ନ ହେବାରୁ ୧୬୩ ଧାରା ଲାଗୁ ହୋଇଛି। ଏହା ଧାରା ପ୍ରାୟତଃ ୨ ମାସ ପର୍ଯ୍ୟନ୍ତ ଲାଗୁ ହୋଇପାରିବ । କିନ୍ତୁ ତା’ ପୂର୍ବରୁ ଯଦି ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଯାଏ ତା’ ହେଲେ କଟକଣା ଉଠାଯାଇପାରେ।

BjD Bjp Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe