Advertisment

ବ୍ୟାଙ୍କରେ ବୁଲିଲା ଖଣ୍ଡା

ଯୁବକ ଜଣଙ୍କ ଏକ ଖଣ୍ଡା ଧରି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ। ସେ ଖଣ୍ଡା ଦେଖାଇ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ଭୟଭୀତ କରାଇଥିଲେ।

Odisha Gramya Bank

Odisha Gramya Bank

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆଜି ଖଣ୍ଡା ଧରି ଜଣେ ଯୁବକ ବେଶ୍ କିଛି ସମୟ ଧରି ଆତଙ୍କ ଖେଳାଇ ଥିଲେ। ତାଙ୍କୁ ଅଟକାଇବାକୁ ଯାଇ ଆହତ ହୋଇଛନ୍ତି ସିକ୍ୟୁରିଟୀ ଗାର୍ଡ।

Advertisment

ସବୁଦିନ ପରି ଆଜି ମଧ୍ୟ ମୁକ୍ତାପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ କାମ ଚାଲିଥିଲା। କର୍ମଚାରୀମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ଥିବା ବେଳେ ଅନେକ ଲୋକ ମଧ୍ୟ ନିଜ ନିଜ କାମ ପାଇଁ ଆସିଥିଲେ। ଏହି ସମୟରେ ଯୁବକ ଜଣଙ୍କ ଏକ ଖଣ୍ଡା ଧରି ବ୍ୟାଙ୍କ ଭିତରକୁ ପଶି ଆସିଥିଲେ। ସେ ଖଣ୍ଡା ଦେଖାଇ କର୍ମଚାରୀ ଓ ଅନ୍ୟ ଲୋକଙ୍କୁ ଭୟଭୀତ କରାଇଥିଲେ। ତା’ ସହିତ ସମସ୍ତଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ। ବ୍ୟାଙ୍କର ସିକ୍ୟୁରିଟୀ ଗାର୍ଡ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। ଯୁବକ ଜଣଙ୍କ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାରୁ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ପରେ ଯୁବକ ଜଣଙ୍କ ସେଠାରୁ ପଳାଇ ଯାଇଥିଲେ। ନିଶାସକ୍ତ ଅବସ୍ଥାରେ ସେ ଏପରି କରିଥିବା ଅନୁମାନ କରାଯାଉଛି।

କାମାକ୍ଷାନଗର ପୁଲିସ୍ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିଥିବା ବେଳେ ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି। ପୁଲିସ ତାଙ୍କୁ ଧରିବାକୁ ପ୍ରୟାସ କରୁଛି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe