Advertisment

ମୋ ମା’ର ମୃତ୍ୟୁ ପାଇଁ ଡାକ୍ତର ଦାୟୀ, ଏପରି କହି ହୋହଲ୍ଲା କଲେ ମୃତକଙ୍କ ସମ୍ପର୍କୀୟ

‘ଡାକ୍ତରଙ୍କ ଅବହେଳା ଓ ଭୁଲ ଔଷଧ ପାଇଁ ଚାଲିଗଲା ମୋ’ ମା’ର ଜୀବନ । ମୋ ମା’ର ମୃତ୍ୟୁ ପାଇଁ କେବଳ ଡାକ୍ତର ହିଁ ଦାୟୀ ।’

author-image
Niharika Rout
Tension in madical

Tension in madical

‘ଡାକ୍ତରଙ୍କ ଅବହେଳା ଓ ଭୁଲ ଔଷଧ ପାଇଁ ଚାଲିଗଲା ମୋ’ ମା’ର ଜୀବନ । ମୋ ମା’ର ମୃତ୍ୟୁ ପାଇଁ କେବଳ ଡାକ୍ତର ହିଁ ଦାୟୀ ।’ ବାଲେଶ୍ୱର ଜିଲ୍ଲା ସୋର ମେଡିକାଲରେ ଜଣେ ୮୩ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ପରେ ଏପରି ଅଭିଯୋଗ କରିଛନ୍ତି ପରିବାରବର୍ଗ। ଏପରିକି ଏହାକୁ ନେଇ ସେମାନେ ମେଡିକାଲରେ ହୋହଲ୍ଲା କରୁଥିବା ବେଳେ ୩ ଜଣଙ୍କୁ ଉଠାଇ ନେଇଛି ପୁଲିସ୍‌। ଏହାକୁ ନେଇ ସୋର ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଡାକ୍ତରଙ୍କ ଅବହେଳା ପାଇଁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆଣି ଡାକ୍ତରଖନାରେ ହୋହଲ୍ଲା କରୁଥିବା ବେଳେ ୩ଜଣଙ୍କୁ ଉଠାଇନେଲା ପୁଲିସ। ମୃତା ମହିଳାଜଣକ ହେଉଛନ୍ତି ସୋର ଥାନା ଅଞ୍ଚଳର ସାବିତ୍ରୀ ମହାନ୍ତି (୮୩)।

ଗତକାଲି ସକାଳେ ସାବିତ୍ରୀଙ୍କ ପେଟ କାଟିବାରୁ ପରିବାର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥତା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଯାଇଥିଲେ। ମାତ୍ର ପୁଣି ଥରେ ସାବିତ୍ରୀଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ରାତିରେ ସୋର ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଚିକିତ୍ସା କରୁଥିବା ବେଳେ ସାବିତ୍ରୀଙ୍କର ମୃତ୍ୟୁ ହୋଇଥିଲା।

Advertisment

ଫଳରେ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଓ ଭୁଲ ଔଷଧ ପାଇଁ ସାବିତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ର କରି ସେମାନେ ଡାକ୍ତର ଓ କର୍ମଚାରୀଙ୍କ ସହ ଡାକ୍ତରଖାନାରେ ଗଣ୍ଡଗୋଳ କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଗଣ୍ଡଗୋଳ କରୁଥିବା ତିନିଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ସୋର ମେଡିକାଲ ଡାକ୍ତର ପୁଷ୍ପା ରାଜଙ୍କ ସହ ଯୋଗାଯୋଗ କରିବାରୁ ବୃଦ୍ଧାଙ୍କର ପରିଣତ ବୟସ ହୋଇଥିବା ବେଳେ ତାଙ୍କର ହୃଦୟ ଜନିତ ରୋଗ ଥିଲା। ସେଥିପାଇଁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା। ମାତ୍ର ସେମାନେ ଏଠାରେ ଚିକିତ୍ସା କରିବା ସହ ଔଷଧ ଲେଖବାକୁ ବାଧ୍ୟ କରିଥିଲେ। ଫଳରେ ହୃଦଘାତରେ ତାଙ୍କର ମୃତ୍ୟ ହୋଇଥିଲା ।

Balasore Tension In Hospital