Advertisment

ବ୍ରାଉନସୁଗର ନା ମୁଲତାନୀ ମାଟି; ଜବତ ସାମଗ୍ରୀକୁ ନେଇ ପ୍ରବଳ ଉତ୍ତେଜନା

ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍‌ ପ୍ରବଳ ହଟହଟା ହୋଇଛି। ମିଛ କେସ୍‌ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍‌ ଗାଡ଼ି ଚାବି ଅଟକ ରଖିଛନ୍ତି।

Tension

Tension

Advertisment

ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍‌ ପ୍ରବଳ ହଟହଟା ହୋଇଛି। ମିଛ କେସ୍‌ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍‌ ଗାଡ଼ି ଚାବି ଅଟକ ରଖିଛନ୍ତି। ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ। ଏପରି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥତି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ ଘଟିଛି।

Advertisment

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କମର୍ଦ୍ଦା ବଜାରର ଜଣଙ୍କ ଘର ଉପରେ ଆଜି ସକାଳେ ଅବକାରୀ ଟିମ୍‌ ଚଢ଼ାଉ କରିଥିଲା। ଅବକାରୀ ଟିମ୍‌ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି। ମାତ୍ର ପରିବାର ଲୋକେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାହା ମୁଲତାନୀ ମାଟି ବୋଲି ସେମାନେ ଦାବି କରୁଛନ୍ତି।

ଏହି ଅଭିଯୋଗରେ ପୁଲିସ୍‌ ଜଣେ ବୃଦ୍ଧାଙ୍କୁ ଗିରଫ କରି ଜଳେଶ୍ୱର ନେଇ ଯାଇଥିବା ବେଳେ ତାତିଛନ୍ତି ପରିବାର ଲୋକେ । ସେମାନେ ଚଢ଼ାଉ ପାଇଁ ଆସିଥିବା ଟିମ୍‌ର ଗାଡ଼ି ଚାବି ଛଡ଼ାଇ ରଖିଛନ୍ତି। ଏଥିସହ ରାସ୍ତା ଉପରେ ଧାରଣା ଦେଇଛନ୍ତି। । ବୃଦ୍ଧାଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ମାତ୍ର ଆଇଆଇସି କହିଛନ୍ତି, ଜବତ ପଦାର୍ଥ ହେଉଛି ବ୍ରାଉନସୁଗର। ତାହାକୁ ଜବତ କରି ନେଉଥିବା ବେଳେ ପରିବାର ଲୋକେ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି। ଫଳରେ ଆଉ ଏଠାରେ ଅଟକି ରହିଛୁ। ତୁରନ୍ତ ଘଟଣାର ସମାଧାନ ହେବ ।

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe