Advertisment

ଡିଜେ ବଜାକୁ ନେଇ ତୁମୁଳ କାଣ୍ଡ; ପୁଲିସ୍‌- କାଉଡ଼ିଆ ମୁହାଁମୁହିଁ

ରାଉରକେଲାରେ ବହୁ ସଂଖ୍ୟାରେ କାଉଡିଆମାନେ ପାଣି ଢାଳିବାକୁ ଶୈବ ପୀଠକୁ ଯାଉଥିବା ବେଳେ ଡିଜେ ବଜାଇବାକୁ ନେଇ ଆଜି ଭୋରରୁ ହୋଇଛି ମହାଭାରତ ।

RKL

RKL

Advertisment

ଡିଜେ ବଜାକୁ ନେଇ ହେଲା ତୁମୁଳ କାଣ୍ଡ। ବଢ଼ିଲା ଯୁକ୍ତିତର୍କ ଓ ମୁହାଁମୁହିଁ ହେଲେ ଶତାଧିକ କାଉଡ଼ିଆ ଓ ପୁଲିସ୍‌ । ରାଉରକେଲାରେ ବହୁ ସଂଖ୍ୟାରେ କାଉଡିଆମାନେ ପାଣି ଢାଳିବାକୁ ଶୈବ ପୀଠକୁ ଯାଉଥିବା ବେଳେ ଡିଜେ ବଜାଇବାକୁ ନେଇ ଆଜି ଭୋରରୁ ହୋଇଛି ମହାଭାରତ ।

Advertisment

ଆଜି ଭୋରରୁ ଶତାଧିକ କାଉଡିଆ ଡିଜେ ବଜାଇ ଶୋଭାଯାତ୍ରା କରି ପାଣି ଢାଳିବା ନିମନ୍ତେ ଯାଉଥିଲେ। ମାତ୍ର ଡିଜେ ବାଜିବା ଯୋଗୁ ଶବ୍ଦ ପ୍ରଦ୍ୟୁଷଣ ହେଉଥିବାରୁ ଏହାକୁ ବନ୍ଦ ପାଇଁ କହିଥିଲା ପୁଲିସ । କାଉଡ଼ିଆମାନେ କିନ୍ତୁ ପୁଲିସ୍‌ କଥାକୁ ଏହାକୁ ଖାତିର କରି ନ ଥିଲେ। ଏପରିକି ଏହାକୁ କେନ୍ଦ୍ର କରି ପୁଲିସ ସହ ସେମାନେ ଯୁକ୍ତିତର୍କ କରିବାକୁ ପଛାଇ ନ ଥିଲେ।

ବହୁ ସମୟ ଧରି ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଚାଲିବାରୁ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁ ଶତାଧିକ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିଲା।

Advertisment

ଫଳରେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୁଲିସ୍‌ ଡିଜେ ଗାଡ଼ିଗୁଡ଼ିକୁ ଥାନାକୁ ନେଇ ଯାଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ ମୃଦୁ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସର ପ୍ରତିକିୟା ମିଳି ନାହିଁ।

Rourkela Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe