Advertisment

ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ଼; ତଦନ୍ତ ନିର୍ଦ୍ଦେଶ

ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ରୋଗୀଙ୍କ ସମ୍ପର୍କୀୟ।

ଅଦ୍ୟତନ ହୋଇଛି
 Bhima Bhoi Medical College

Bhima Bhoi Medical College

Advertisment

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳା ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଡାକ୍ତରକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି।

Advertisment

ବଲାଙ୍ଗିର ସହର କନ୍ଧପାଲିପଡ଼ାର ନିକୁ ବାରିକ ଗତକାଲି ରାତିରେଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ନିକୁଙ୍କୁ ରକ୍ତ ଆବଶ୍ୟକ ବୋଲି ସମ୍ପର୍କୀୟଙ୍କୁ କୁହାଯାଇଥିଲା। ନିକୁଙ୍କ ସମ୍ପର୍କୀୟ ରକ୍ତ ଆଣି ୩ ଘଣ୍ଟା ଧରି ଅପେକ୍ଷା କରିଥିଲେ। ହେଲେ ନିକୁଙ୍କୁ ରକ୍ତ ଦିଆଯିବାରେ ବିଳମ୍ବ ହୋଇଥିଲା। ଶେଷରେ ନିକୁଙ୍କର ମୃତ୍ୟୁ ଘଟିଥିଲା।

ଚିକିତ୍ସାରେ ଅବହେଳାରୁ ନିକୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଡ୍ୟୁଟିରେ ଥିବା ଡାକ୍ତର ମଦ ପିଇଥିବା ଅଭିଯୋଗ କରି ନିସ୍ତୁକ ମାଡ ମାରିଥିଲେ ରୋଗୀଙ୍କ ସମ୍ପର୍କୀୟ। ହସପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି। ।

Advertisment

ମୃତକଙ୍କ ସମ୍ପର୍କୀୟ ଖ୍ରୀଷ୍ଟଦତ୍ତ ନାଗ, ଡାକ୍ତର ମଦ ପିଇଥିଲେ। ଆମ କଥା ଶୁଣିଲେ ନାହିଁ କି ଚିକିତ୍ସା କଲେ ନାହିଁ। ଯେଉଁ ଡାକ୍ତର ପାଇଁ ଆମ ପିଲାର ଜୀବନ ଯାଇଛି, ତାଙ୍କୁ ଦଣ୍ଡ ଦିଆଯାଉ। ଆମକୁ ନ୍ୟାୟ ମିଳୁ।

ଅନ୍ୟପକ୍ଷରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣାରେ  ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହସ୍ପିଟାଲ ଅଧୀକ୍ଷକ ମାନସୀ ପଣ୍ଡା।  ସେ କହିଛନ୍ତି,  ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ  ଟିମ୍ ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ସତ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ।

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe