Advertisment

ତାତିଲେ ଅଭିଭାବକ; ଅଫିସରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ

ଗ୍ରୀଷ୍ମ ଛୁଟି ପରେ ସ୍କୁଲ ପରିସର ସଫା ନକରି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ପଢ଼ା ଯାଉଥିଲା। ଏହାର ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଦେଇଛନ୍ତି ଅଭିଭାବକ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ଗ୍ରୀଷ୍ମ ଛୁଟି ପରେ ସ୍କୁଲ ପରିସର ସଫା ନ କରି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ପଢ଼ା ଯାଉଥିଲା। ଏହାର ପ୍ରତିବାଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ଦେଇଛନ୍ତି ଅଭିଭାବକ। ବାଲେଶ୍ୱର ଜିଲ୍ଲା ନୀଳଗିରି ରାଉଳଖୁଣ୍ଟା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଘଟିଛି। ଅସ୍ୱାସ୍ଥ୍ୟକର ପରିବେଶରେ ପିଲା କେମିତି ପାଠ ପଢ଼ିବେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି।

Advertisment

ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିଥିଲା। ହେଲେ ସ୍କୁଲକୁ ସଫାସୁତୁରା କରାଯାଇ ନଥିଲା।  ସ୍କୁଲ ଭିତରେ ଅଳିଆ ଆର୍ବଜନା ରହିଥିଲା। ପିଲାମାନେ ଏହାରି ଭିତରେ ବସି ପାଠ ପଢ଼ୁଥିଲେ। ଏନେଇ ଅଭିଭାବକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ।

ଅସ୍ୱାସ୍ଥ୍ୟକର ପରିବେଶରେ ପିଲା କେମିତି ପାଠ ପଢ଼ିବେ ବୋଲି କହିଥିଲେ। ହେଲେ କିଛି ସୁଫଳ ମିଳିନଥିଲା। ଏହି ଘଟଣାକୁ ନେଇ ଆଜି ସକାଳେ  ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅଫିସ ଭିତରେ  ତାଲା ପକାଇ ଦେଇଥିଲେ ଅଭିଭାବକ। ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି।

Advertisment
Balasore