Advertisment

ତୁର୍କୀରେ ଆତଙ୍କୀ ହମଲା, ୫ ମୃତ

ତୁର୍କୀର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ TUSASର ମୁଖ୍ୟ କାର୍ଯ୍ୟାଳୟ ଉପରେ ହମଲା କରିଛନ୍ତି ଆତଙ୍କବାଦୀ।

author-image
Debibandita Barick
ଅଦ୍ୟତନ ହୋଇଛି
Turkey

Turkey

ତୁର୍କୀର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ TUSASର ମୁଖ୍ୟ କାର୍ଯ୍ୟାଳୟ ଉପରେ ହମଲା କରିଛନ୍ତି ଆତଙ୍କବାଦୀ। ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। 

Advertisment

ଆତଙ୍କୀ ହମଲା ଏବଂ ମୃତ୍ୟୁସଂଖ୍ୟାକୁ ନେଇ ତୁର୍କୀ ରାଷ୍ଟ୍ରପତି ରିସେପ୍ ତାଇପ ଏରଦୋଗାନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଆତଙ୍କବାଦୀମାନେ TUSAS କମ୍ପାନୀ ଉପରେ ହମଲା କରିଛନ୍ତି। ପ୍ରଥମେ ବୋମା ବିସ୍ଫୋରଣ କରିବା ପରେ କମ୍ପାନୀ ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କ ଏପରି କାର୍ଯ୍ୟକଳାପ ଅତ୍ୟନ୍ତ ଘୃଣ୍ୟ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରଥମେ ରାଜଧାନୀ ଅଙ୍କାରାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏକ ଛୋଟ ସହର କହରାମଙ୍କାଜାନରେ ବ୍ୟାପକ ଧୂଆଁ ଏବଂ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସେଠାରେ ଆତଙ୍କବାଦୀ ହମଲା କରିଥିବା ଜଣାପଡିଥିଲା।

Advertisment

ଏହି ହମଲାରେ ଦୁଇ ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। ଜଣେ କମ୍ପାନୀର ଫାଟକ ନିକଟରେ ବୋମା ବିସ୍ଫୋରଣ କରିଥିଲେ। ଏହାପରେ ଅନ୍ୟଜଣେ କମ୍ପାନୀ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଆକ୍ରମଣ ପଛରେ କାହାର ହାତ ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି। 

ବିସ୍ଫୋରଣ ଘଟିଥିବା ଏହି ସ୍ଥାନ ଇସ୍ତାନବୁଲରେ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ଶିଳ୍ପର ପ୍ରମୁଖ ବାଣିଜ୍ୟ କେନ୍ଦ୍ର। ଗତ ସପ୍ତାହରେ ୟୁକ୍ରେନର ବରିଷ୍ଠ କୂଟନୀତିଜ୍ଞ ଏଠାକୁ ପରିଦର୍ଶନରେ ଆସିଥିଲେ।  

TUSAS କମ୍ପାନୀ ତୁର୍କୀର ପ୍ରତିରକ୍ଷା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି କମ୍ପାନୀ ବିଭିନ୍ନ ପ୍ରୋଜେକ୍ଟରେ କାମ କରିବା ସହ ଦେଶର ପ୍ରଥମ ଜାତୀୟ ଯୁଦ୍ଧ ବିମାନ KAAN ଉତ୍ପାଦନ ଏହିଠାରେ ହୋଇଥାଏ। ଏଠାରେ ପ୍ରାୟ ୧୦,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି। 

Terror Attack Turkey Terror Attack Turkey Aerospace