Advertisment

ଆଖିବୁଜା ଗୁଳି ଚଳାଇଲେ ଆତଙ୍କବାଦୀ, ୩ ଶ୍ରମିକ ଗୁରୁତର

ଜମ୍ମୁ କଶ୍ମୀରର ସୋଫିୟା ଅଞ୍ଚଳର ଗାଗରନ ଅଞ୍ଚଳରେ ୨ ମୁଖା ପିନ୍ଧା ଆତଙ୍କବାଦୀ ୩ ଅଣ କଶ୍ମିରୀ ଶ୍ରମିଙ୍କ ଉପରେ ଆଖି ବୁଜା ଗୁଳି ଚଳାଇଥିଲେ। ଏହି ଗୁଳି ମାଡ଼ରେ ୩ ଶ୍ରମିକ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Terror Attack

Terror Attack

Advertisment

ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସିଛନ୍ତି ଶ୍ରମିକ । ଆତଙ୍କବାଦୀଙ୍କ ଆଖି ବୁଜା ଗୁଳି ମାଡ଼ରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ଜମ୍ମୁ କଶ୍ମୀରର ସୋଫିୟା ଅଞ୍ଚଳର ଗାଗରନ ଅଞ୍ଚଳରେ ୨ ମୁଖା ପିନ୍ଧା ଆତଙ୍କବାଦୀ ୩ ଅଣ କଶ୍ମିରୀ ଶ୍ରମିଙ୍କ ଉପରେ ଆଖି ବୁଜା ଗୁଳି ଚଳାଇଥିଲେ। ଏହି ଗୁଳି ମାଡ଼ରେ ୩ ଶ୍ରମିକ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ୩ ଶ୍ରମିକ ବିହାରର ମୂଳ ବାସିନ୍ଦା ହୋଇଥିବା ବେଳେ ସେମାନଙ୍କ ନାମ ଅନମୋଲ କୁମାର, ହୀରାଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର ବୋଲି ଜଣାଯାଇଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଗତକାଲି ରାତି ସମୟରେ ୨ ମୁଖାପିନ୍ଧା ଆତଙ୍କବାଦୀ ହାତରେ ବନ୍ଧୁକ ଧରି ଶ୍ରମିକମାନେ ରହୁଥିବା ଘରେ ଅତର୍କିତ ଭାବେ ପଶି ଯାଇଥିଲେ। ଉକ୍ତ ଘରେ ପ୍ରାୟ ୨୦ ଶ୍ରମିକ ରହୁଥିଲେ। ମାତ୍ର ଆତଙ୍କବାଦୀମାନେ ଏହି ୩ ଶ୍ରମିକମାନେ ରହୁଥିବା ରୁମ୍‌ରେ ପଶି ଆଖି ବୁଜା ଗୁଳି ଚାଳନା କରିଥିଲେ।

ଶ୍ରମିକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଦୌଡ଼ିଥିବା ବେଳେ ଆତଙ୍କବାଦୀ ଫେରାର ହୋଇ ଯାଇଥିଲେ ।  ଏହି ଘଟଣା ଘଟିଥିବା ସ୍ଥାନ ସୁରକ୍ଷା ବଳ ରହୁଥିବା ଶିବିରଠୁ ମାତ୍ର ଦେଢଶ ମିଟର ଦୂରରେ ଥିବା ଜଣାଯାଇଛି।

ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ଗୁରୁତରମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଉପରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe