Advertisment

ପୁଣି ପନ୍ନୁ ପଠାଇଲା ଧମକପୂର୍ଣ୍ଣ ମେଲ୍‌; ଦେଲା ଚେତାବନୀ

ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ ।

author-image
Niharika Rout
ଅଦ୍ୟତନ ହୋଇଛି
Pannu

Pannu

ମାସେର ନୀରବତା ପରେ ପୁଣି ଥରେ ଧମକପୂର୍ଣ୍ଣ ମେଲ୍‌ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ। ଖୁବ୍‌ ଶୀଘ୍ର ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଥିବା ବେଳେ ଉକ୍ତ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ତଥା ଭିଡିଓ ମେସେଜ ପଠାଇଛି ପନ୍ନୁ। ଓଡ଼ିଶାର ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍‌ ଓ ଭିଡିଓ ମେସେଜ ଆସିଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। 

Advertisment

ଗତ ନଭେମ୍ବର ମାସରେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ତାହାକୁ ଭଣ୍ଡୁର କରିବାକୁ ପନ୍ନୁ ପଠାଇଥିଲା ଧମକପୂର୍ଣ୍ଣ ମେଲ୍‌। ସେତେବଳେ ମଧ୍ୟ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଓଡ଼ିଆ ଓ ଇଂରାଜୀରେ ଦୁଇଟି ଧମକପୂର୍ଣ୍ଣ ମେଲ୍‌ ଆସିଥିଲା।

ସେହିପରି ଆଜି ପୁନର୍ବର ଏହି ଘଟଣାର ପୁନରାବୃତ୍ତି ହୋଇଛି। ଆସନ୍ତା୮ ତାରିଖରେ ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ ଧମକ ଦିଆଯାଇଛି। ଭିଡିଓ ଏବଂ ମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଛି।

Advertisment

ପ୍ରବାସୀ ଭାରତୀୟ ଦିବସରେ କେହି ବି ଭୁବନେଶ୍ୱ ର ନ ଆସିବାକୁ ସେ ଚେତାବନୀ ଦେଇଛି। ଭାରତ ସରକାରଙ୍କୁ ଟାର୍ଗେଟ କରି ନିଜ ପୁରୁଣା ଢଙ୍ଗରେ ଭିଡିଓ ଜାରି କରିଛି ପନ୍ନୁ। ଯେଉଁଥିରେ ଭୁବନେଶ୍ୱରକୁ ପୁଣି ଟେରର୍ ସିଟି ବୋଲି କହିବା ସହ ଆତଙ୍କବାଦୀ ନିଜ୍ଜର ହତ୍ୟାର ବଦଲା ନେବାକୁ  ଚରମ ପଦକ୍ଷେପ ନେବ ବୋଲି ଧମକ ଦେଇଛି। ଭୁବନେଶ୍ୱରରେ ଆୟୋଜିତ ଡିଜିପି ସମ୍ମିଳନୀ ବେଳେ ବି ସମାନ ଧରଣର ଧମକ ଦେଇଥିଲା ପନ୍ନୁ।

ଏହା ପୂର୍ବରୁ ଅକ୍ଷୟ ସାହୁଙ୍କ ନିକଟକୁ ଧମକପୂର୍ଣ୍ଣ ମେଲ୍‌ ଓ ଭିଡିଓ ମେସେଜ ଆସିଥିବା ବେଳେ ଏନେଇ ଅକ୍ଷୟ ସାହୁ ଆଜି ପୁଲିସ୍‌କୁ ସୂଚନା ଦେବେ ବୋଲି ଜଣାଯାଇଛି।

ତେବେ ଏହି ଧମକପୂର୍ଣ୍ଣ ମେଲ୍‌ ପନ୍ନୁ ଦେଇଛି ନା’ ଆଉ କିଏ ତଦନ୍ତ ପରେ ତାହା ସ୍ପଷ୍ଟ ହେବ । ଏଥିସହ କେବଳ ଅକ୍ଷୟ ସାହୁଙ୍କ ନିକଟକୁ ମେଲ୍‌ ଆସିଛି ନା ଆଉ କାହା ପାଖକୁ ବି ପନ୍ନୁ ମେଲ୍‌ ପଠାଇଛି ତାହା ସ୍ପଷ୍ଟ ହୋଇ ପାରିନି ।

ସୂଚନାଯୋଗ୍ୟ, ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ ବୋଲି ଜଣାପଡ଼ିଛି ।

ଉକ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ତେବେ ତାହା ପୂର୍ବରୁ ପନ୍ନୁର ଏପରି ମେଲ୍‌କୁ ନେଇ ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷା ଅଧିକାରୀଙ୍କ ଟେନସନ୍‌ ବଢ଼ିଲାଣି। 

Bhubaneswar Pannun Threat