Advertisment

ଚଳନ୍ତା ବସ୍‌ ଉପରକୁ ଫାୟାରିଂ; ୮ ମୃତ, ୨୬ ଗୁରୁତର

ଏକ ଚଳନ୍ତା ବସ୍‌ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
Firing On Bus

Firing On Bus

ପାକିସ୍ତାନରେ ଗତକାଲି ସନ୍ଧ୍ୟାରେ ଏକ ବଡ଼ ଧରଣର ଆତଙ୍କୀ ହାମଲା ହୋଇଛି। ଏକ ଚଳନ୍ତା ବସ୍‌ ଉପରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ହାମଲାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

Advertisment

ଗତକାଲି ଏକ ଯାତ୍ରୀବାହୀ ବସ୍‌ ପାକିସ୍ତାନର ଗିଲଜିଟ୍‌ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବସ୍‌ଟି ଚିଲାସ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ବସ୍‌ ଉପରକୁ ଆଖି ବୁଜା ଫାୟାରିଂ ହୋଇଥିଲା।

ଏପରି ଅତର୍କିତ ଆକ୍ରମଣରେ ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌ ସହ ପିଟି ହୋଇଥିଲା। ଏହି ହାମଲା ତଥା ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିଲାସର ଡେପୁଟି କମିଶନର ଅରିଫ ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି।

Advertisment

ଏହି ହାମଲାରେ ବହୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଗୁଳି ଚାଳନା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଏହି ହାମଲା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି। ଏନେଇ ପାକିସ୍ତାନ ପୁଲିସ୍‌ ମାମଲା ରୁଜୁ କରିବା ସହ ଆତଙ୍କବାଦୀଙ୍କୁ ଧରିବାକୁ ବହୁ ଟିମ୍‌ ଗଠନ କରିଥିବା ଜଣାଯାଇଛି।

Pakistan Terror Attack