Advertisment

ପିଶାଚ ସାଜିଲା ପୁଅ, ସ୍ୱାଦିଷ୍ଟ ଖାଦ୍ୟ ନଦେବାରୁ କାଟି ଦେଲା ମା'ର ତଣ୍ଟି

ଘଟଣା ପରେ ନିଜେ ଅତ୍ୟଧିକ ନିଦ ମେଡିସିନ୍‌ ଖାଇ ଚେତାଶୂନ୍ୟ ହୋଇ ପଡିଥିଲା ପୁଅ। ସମ୍ପର୍କୀୟମାନେ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

author-image
Madhupriya Mistry
undefined

Murder

ପିଶାଚ ପାଲଟିଲା ପୁଅ। ଭୁଲିଗଲା ମା'ର ମମତା। ଜନ୍ମ କଲା ମା'କୁ ତଣ୍ଟି କାଟି କଲା ହତ୍ୟା। ସ୍ୱାଦିଷ୍ଟ ଖାଦ୍ୟ ନ ମିଳିବାରୁ ମା'କୁ ମାରିଦେଲା ପୁଅ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ।

Advertisment

ମହାରାଷ୍ଟ୍ରର ମୁରବାଦ ତାଲୁକାରେ ଥିବା ବେଲ ଗାଁ। ରବିବାର ସନ୍ଧ୍ୟାରେ ଏଠାକର ଜଣେ ୫୫ ବର୍ଷୀୟା ମା'କୁ କାହିଁକି ସ୍ୱାଦିଷ୍ଟ ଖାଦ୍ୟ ପରଷିଲୁନି କହି ରାଗି ଯାଇଥିଲା ପୁଅ। ଏହାପରେ ମା' ସହ ଲାଗିଥିଲା ଝଗଡ଼ା। ପରେ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମା'ର ତଣ୍ଟି କାଟି ଦେଇଥିଲା ପୁଅ। ଫଳରେ ଘଟଣାସ୍ଥଳରେ ମହିଳା ଜଣକର ମୃତ୍ୟୁ ହୋଇଥିଲା। ଏନେଇ ପଡୋଶୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି।

ପୁଲିସ ସୂଚନା ମୁତାବକ, ମା-ପୁଅ ମଧ୍ୟରେ ପ୍ରାୟତଃ ସବୁଦିନେ ଘରୋଇ ବିବାଦକୁ ନେଇ ଝଗଡା ହେଉଥିଲା। ହେଲେ ରବିବାର ଏହା ଉଗ୍ର ରୂପ ନେଇଥିଲା। ସେପଟେ ଏହି ଘଟଣା ପରେ ନିଜେ ଅତ୍ୟଧିକ ନିଦ ମେଡିସିନ୍‌ ଖାଇ ଚେତାଶୂନ୍ୟ ହୋଇ ପଡିଥିଲା ପୁଅ। ସମ୍ପର୍କୀୟମାନେ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Advertisment

ପୁଲିସ ଏହି ମାମଲାରେ ଅଭିଯୁକ୍ତ ପୁଅକୁ ଏଯାଏ ଗିରଫ କରିନି। କିନ୍ତୁ ଅଭିଯୁକ୍ତ ବିରୋଧରେ ୩୦୨(ହତ୍ୟା ମାମଲା) ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Murder Maharashtra Police Crime