Advertisment

ବନ୍ଧୁତ୍ୱ ପାଇଁ ଅପରାଧ! ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ୩ ସୁପାରୀ କିଲର୍‌ କିଏ?

ରାଜାଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ୩ ଯୁବକ ବାସ୍ତବରେ ସୋନମଙ୍କ ପ୍ରେମିକ ରାଜ କୁଶୱାଙ୍କ ପିଲା ଦିନର ସାଙ୍ଗ।

Sonam

Sonam

Advertisment

ମଧ୍ୟପ୍ରଦେଶର ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପତ୍ନୀ ସୋନମଙ୍କ ସହ ରାଜା ହନିମୁନରେ ମେଘାଳୟ ଯାଇଥିଲେ। କିନ୍ତୁ ସେଠାରେ ବେୱାଫା ସୋନମ ସୁପାରୀ କିଲରଙ୍କ ଦ୍ୱାରା ରାଜାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମେ’ ୨୩ରୁ ରାଜା ଓ ସୋନମ ନିଖୋଜ ଥିଲେ। ନିଖୋଜର ୧୦ ଦିନ ପରେ ଚେରାପୁଞ୍ଜି ଅଞ୍ଚଳରୁ ରାଜାଙ୍କ ମୃତଦେହ ମିଳିଥିଲା। ସୋମବାର ସକାଳେ ସୋନମଙ୍କୁ ଉତ୍ତର ପ୍ରଦେଶର ଗାଜିପୁର ସ୍ଥିତ ଗୋଟିଏ ରାସ୍ତା କଡ଼ ଢାବାରୁ ପୁଲିସ୍‌ ଧରିଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ସୋନମ ସୁପାରୀ କିଲର୍‌ଙ୍କ ଜରିଆରେ ରାଜାଙ୍କୁ ହତ୍ୟା କରିଛନ୍ତି। ହେଲେ ଏବେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ରାଜାଙ୍କୁ ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ୩ ଯୁବକ ବାସ୍ତବରେ ସୋନମଙ୍କ ପ୍ରେମିକ ରାଜ କୁଶୱାଙ୍କ ପିଲା ଦିନର ସାଙ୍ଗ। ବନ୍ଧୁତ୍ୱ ପାଇଁ ସେମାନେ ହତ୍ୟା ଭଳି ସାଂଘାତିକ ଅପରାଧ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ୍‌ ସୋନମଙ୍କ ବ୍ୟତୀତ ତାଙ୍କ ପ୍ରେମିକ ରାଜ ଓ ତାଙ୍କର ୩ ବନ୍ଧୁଙ୍କୁ ଗିରଫ କରିଛି। ରାଜା ରଘୁବଂଶୀ ହତ୍ୟା ଘଟଣାରେ ସୋନମ ମୁଖ୍ୟ ଅଭିଯୁକ୍ତ ରହିଥିବା ବେଳେ ରାଜ ହେଉଛନ୍ତି ମାଷ୍ଟରମାଇଣ୍ଡ। ତାଙ୍କର ୩ ବନ୍ଧୁ ମେଘାଳୟରେ ରାଜାଙ୍କୁ ହତ୍ୟା କରିଥିଲେ।

Advertisment

କିଏ ସେହି ୩ ହତ୍ୟାକାରୀ?

ଗିରଫ ୩ ଅଭିଯୁକ୍ତ ହେଲେ ଆନନ୍ଦ କୁମାର, ଆକାଶ ରାଜପୁତ ଓ ବିକ୍କି ଠାକୁର। ସମସ୍ତଙ୍କ ଘର ମଧ୍ୟପ୍ରଦେଶରେ। ୨୩ ବର୍ଷୀୟ ଆନନ୍ଦ କୁମାରଙ୍କୁ ପୁଲିସ ଉତ୍ତର ପ୍ରଦେଶର ବିଣା ଜିଲ୍ଲାରୁ ଧରିଥିବା ବେଳେ ୧୯ ବର୍ଷୀୟ ଆକାଶ ଲଳିତପୁର ଜିଲ୍ଲାରୁ ଗିରଫ ହୋଇଛନ୍ତି। ବିକ୍କି ଠାକୁରଙ୍କୁ ପୁଲିସ୍‌ ମଧ୍ୟପ୍ରଦେଶର ଇନ୍ଦୋରରୁ ଗରିଫ କରିଛି।

ହତ୍ୟାକାଣ୍ଡ

ମେ’ ୧୧ରେ ସୋନମ ଓ ରାଜା ଇନ୍ଦୋରରେ ବିବାହ କରିଥିଲେ। ଏହାପରେ ଅର୍ଥାତ ମେ’ ୨୦ରେ ସେମାନେ ହନିମୁନ ପାଇଁ ମେଘାଳୟ ଯାଇଥିଲେ। କିନ୍ତୁ ସେଠାରେ ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇଥିବା ବେଳେ ମେ’ ୨୩ରୁ ସେମାନେ ନିଖୋଜ ହୋଇଯାଇଥିଲା। ନିଖୋଜର ଦିନକ ପରେ ସେମାନେ ଭଡ଼ାରେ ଥିବା ସ୍କୁଟିକୁ ସୋହରାରିମକୁ ଠାବ କରାଯାଇଥିଲା। ଏହାର ୧୦ ଦିନ ପରେ ରାଜାଙ୍କ ମୃତଦେହ ରିଆତ ଅର୍ଲିଆଙ୍ଗର ୱିଇସାୱଡଙ୍ଗର ପାର୍କିଂ ସ୍ଥଳର ଗୋଟିଏ ଖାତରୁ ମିଳିଥିଲା। ସେଠାରୁ ଗୋଟିଏ କାତିକୁ ମଧ୍ୟ ପୁଲିସ୍‌ ଜବତ କରିଥିଲା। ସମ୍ଭବତଃ ଉକ୍ତ କାତିରେ ରାଜାଙ୍କୁ ହତ୍ୟା କରାଯାଇଥିଲା।

ସୋମବାର ସକାଳେ(ଜୁନ ୯) ସୋନମଙ୍କୁ ଗାଜିପୁର ସ୍ଥିତ ଗୋଟିଏ ରାସ୍ତା କଡ଼ ଢାବାରୁ ଅଚେତ ଅବସ୍ଥାରେ ପୁଲିସ୍‌ ଠାବ କରିଥିଲା। ଏହାପରେ ତାଙ୍କୁ ଗାଜିପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆତ୍ମସମର୍ପଣ କରିଥିଲେ ଓ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ପୁଲିସ୍‌ ଦାବି କରିଛି ଯେ ବାହାଘର ପରେ ମଧ୍ୟ ସୋନମ ପରକୀୟା ପ୍ରୀତିରେ ମାତିଥିଲେ। ଏଥିପାଇଁ ସେ ନିଜ ପ୍ରେମିକ ରାଜ କୁଶୱା ଓ କିଛି ସୁପାରୀ କିଲରଙ୍କ ଦ୍ୱାରା ଶିଲଂରେ ରାଜାଙ୍କୁ ହତ୍ୟା କରିଛନ୍ତି। ସେ ରାଜ କୁଶୱାଙ୍କ କଥାରେ ହତ୍ୟାକାଣ୍ଡ ଘଟାଇଥିଲେ ଓ ପରେ ଚାପରେ ଆସି ଆତ୍ମସମର୍ପଣ କରିଛନ୍ତି।

ପୁଲିସ୍‌ର କହିବା କଥା ଯେ ମେ’ ୧୬ରେ ରାଜ ତାଙ୍କର ୩ ପିଲା ଦିନରୁ ବନ୍ଧୁଙ୍କୁ ଇନ୍ଦୋରର ଗୋଟିଏ କାଫେରେ ଭେଟିଥିଲେ। ଏହି ସମୟରେ ହତ୍ୟାର ଯୋଜନା କରାଯାଇଥିଲା। ସେମାନଙ୍କୁ ରାଜ ଟଙ୍କାର ଲୋଭ ଦେଖାଇ ନିଜ ପ୍ଲାନରେ ସାମିଲ କରିଥିଲେ। ମେ’ ୨୦ରେ ସୋନମ ଓ ରାଜା ହନିମୁନରେ ବାହାରିବା କ୍ଷଣି ରାଜ ମଧ୍ୟ ତାଙ୍କର ୩ ବନ୍ଧୁଙ୍କୁ ମେଘାଳୟ ପଠାଇଥିଲେ।

ଯଦିଓ ରାଜ ମେଘାଳୟ ଯାଇ ନଥିଲେ କିମ୍ବା ରାଜାଙ୍କୁ ହତ୍ୟା କରାଯିବା ବେଳେ ସେଠାରେ ନଥିଲେ, କିନ୍ତୁ ସେ ପଛରେ ରହି ଗୋଟି ଚାଳନା କରିଥିଲେ। ସେ ନିୟମିତ ଭାବେ ସୋନମଙ୍କ ଯୋଗାଯୋଗରେ ରହିଥିଲେ। ସୋମନ ତାଙ୍କୁ ଗୁପ୍ତ ଭାବେ ନିଜର ଲାଇଭ ଲୋକେସନ ପଠାଇ ଚାଲିଥିଲେ। ହତ୍ୟା ଦିନ ସୋନମ ତାଙ୍କ ସ୍ୱାମୀ ରାଜାଙ୍କୁ ଗୋଟିଏ ନିଛା ଟିଆ ରାସ୍ତାକୁ ନେଇ ଯାଇଥିଲେ। ଏହି ସମୟରେ ରାଜଙ୍କ ୩ ବନ୍ଧୁ ସଂଘବଦ୍ଧ ଭାବେ ରାଜାଙ୍କୁ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ରରେ ସେମାନେ ରାଜାଙ୍କ ମୁଣ୍ଡ ଓ ଶରୀରକୁ ଆକ୍ରମଣ କରିବାକୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାର ୧୦ ଦିନ ପରେ ରାଜାଙ୍କ ମୃତଦେହ ରିଆତ ଅର୍ଲିଆଙ୍ଗର ୱିଇସାୱଡଙ୍ଗର ପାର୍କିଂ ସ୍ଥଳର ଗୋଟିଏ ଖାତରୁ ମିଳିଥିଲା। ସେଠାରୁ ଗୋଟିଏ କାତିକୁ ମଧ୍ୟ ପୁଲିସ୍‌ ଜବତ କରିଥିଲା। ସମ୍ଭବତଃ ଉକ୍ତ କାତିରେ ରାଜାଙ୍କୁ ହତ୍ୟା କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ରାଜାଙ୍କ ମୁଣ୍ଡର ପଛ ପାଖ ଓ ଆଗ ପାଖରେ ଦୁଇଟି ଗଭୀର କ୍ଷତି ଚିହ୍ନ ରହିଥିଲା।

ରାଜାଙ୍କ ମୃତଦେହ ମିଳିଥିଲେ ହେଁ ସୋନମଙ୍କ ପତ୍ତା ମିଳି ନଥିଲା। ତେଣୁ ତାଙ୍କୁ ଖୋଜିବା ଅଭିଯାନ ଜାରି ରହିଥିଲା। ଏସବୁ ଭିତରେ ରବିବାର ରାତିରେ ଗାଜିପୁର ସ୍ଥିତ ଗୋଟିଏ ଢାବା ନିକଟରୁ ୨୪ ବର୍ଷୀୟ ସୋନମଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗାଜିପୁର ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ। ସେଠାରେ ସେ ଆତ୍ମସମର୍ପଣ କରିବା ପରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା।

Murder Sonam Raghuvanshi Raja Raghuvanshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe